ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗୁରୁ ଦିବସ ପାଳନ କରାଯାଇଛି l ଏହି ଅବସରରେ ବ୍ରାହ୍ମଣୀଗାଁ ସ୍ଥିତ ସେଣ୍ଟ ଜନ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ନିଆରା ଢଙ୍ଗରେ ଗରୁ ଦିବସ ପାଳନ କରାଯାଇଛି l ବିଦ୍ୟାଳୟର ଗୁରୁଜୀ, ଗୁରୂମାମାନଙ୍କୁ ଭକ୍ତି ଓ ସମ୍ମାନ ଜଣାଇବା ନିମନ୍ତେ ବିଦ୍ୟାଳୟର ପ୍ରେକ୍ଷାଳୟରେ ଗୂରୁ ପୂଜା ଓ ଗୁରୁ ବନ୍ଦନା କାର୍ଯକ୍ରମର ଆୟୋଜନ କରାଯାଇ ଥିଲା l ଏଥିରେ ବିଦ୍ୟାଳୟର ଅଧ୍ୟକ୍ଷ ଯାଜକ ପବିତ୍ର ବଡସେଟ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ପରିଚାଳନା ନିର୍ଦ୍ଦେଶକ ଯାଜକ ବିମଳ ଚନ୍ଦ୍ର ନାୟକ, ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷା ସେବାଭଗ୍ନୀ ଲିଜା ଥୋମାସ, ପରିଚାଳକ ଯାଜକ ଭଞ୍ଜ କିଶୋର ନାୟକ ସମେତ ସମସ୍ତ ଗୁରୁଜୀ ଗୁରୁମାମାନେ ଯୋଗ ଦେଇଥିଲେ । ଛାତ୍ରଛାତ୍ରୀମାନେ ଗୁରୁଜୀ ଗୂରୁମାମାନଙ୍କୁ ତାଙ୍କ ଅଫିସରୁ ସ୍ବାଗତ କରି ପ୍ରେକ୍ଷାଳୟ ପର୍ୟ୍ୟନ୍ତ ପାଛୋଟି ନେଇଥିଲେ l ଫୁଲ ଚନ୍ଦନ ଦେଇ ସମସ୍ତଙ୍କୁ ସ୍ବାଗତ ଜଣାଇବା ପରେ ଆସନରେ ବସାଇ ଥିଲେ । କାର୍ଯକ୍ରମ ପ୍ରାରମ୍ଭରେ ଡ.ସର୍ବପଲ୍ଲୀ ରାଧା କ୍ରୀଷ୍ଣାନଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରି ଜ୍ଞାନ ଜ୍ୟୋତି ପ୍ରଜ୍ବଳନ କରାଯାଇଥିଲା l ପରେ ଜନ୍ମ ଦିନକୁକୁ ସ୍ମରଣ କରି ଗୁରୁଜୀ, ଗୁରୁମାଙ୍କ ଉଦ୍ଦେଶ୍ୟରେ କେକ୍ କଟା ଯାଇଥିଲା l ଛାତ୍ରଛାତ୍ରୀମାନେ ଗୁରୁ ବନ୍ଦନା କରିଥିଲେ ଏବଂ ଗୁରୁ ଦକ୍ଷିଣା ସ୍ୱରୂପ କିଛି ଉପହାର ମଧ୍ୟ ପ୍ରଦାନ କରିଥିଲେ l ଏହା ସହ ଗୁରୁମାନଙ୍କ ମନୋରଞ୍ଜନ ପାଇଁ କିଛି ସାଂସ୍କୃତିକ କାର୍ଯକ୍ରମର ପରିବେଷଣ କରିଥିଲେ l ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ଲଭଲି ଧାଙ୍ଗଡା ମାଝୀ ସମସ୍ତ ଗୁରୁଜୀ ଗୁରୁମା ଓ ଅତିଥିମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିବା ବେଳେ ଜ୍ଞାନ ପ୍ରକାଶ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.