ଗାନ୍ଧୀ ପବ୍ଲିକ ସ୍କୁଲରେ ଆର୍ଯ୍ୟଭଟ୍ଟ ଗଣିତ ପ୍ରତିଯୋଗିତା

4

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:  ସିବିଏସଇ ଦ୍ୱାରା ପରିଚାଳିତ ଗୁଣପୁର ସ୍ଥିତ ଗାନ୍ଧୀ ପବ୍ଲିକ ସ୍କୁଲରେ ଆର୍ଯ୍ୟଭଟ୍ଟ ଗଣିତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପରୀକ୍ଷାରେ ବିଦ୍ୟାଳୟର ଅଷ୍ଟମ,ନବମ,ଦଶମ ଶ୍ରେଣୀର ଦୁଇଶହ ପଚାଶ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ମହାନ ଗଣିତଜ୍ଞ ଆର୍ଯ୍ୟଭଟ୍ଟଙ୍କ ସ୍ମୃତିରେ ଛାତ୍ରଛାତ୍ରୀଙ୍କ ପ୍ରତିଭା ଅନ୍ୱେଷଣ ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ନୂଆଦିଲ୍ଲୀ ପ୍ରତି ବର୍ଷ ଏହି ପରୀକ୍ଷା ଆୟୋଜନ କରିଆସୁଅଛି । ଅନୁଷ୍ଠିତ ପରୀକ୍ଷାରେ ଭାଗ ନେଇଥିବା ଛାତ୍ରଛାତ୍ରୀଙ୍କୁ ଦିଗଦର୍ଶନ ଦେଇ ବିଦ୍ୟାଳୟର ଅଧ୍ୟକ୍ଷ ସୁବ୍ରତ ରଞ୍ଜନ ପାଠୀ କହିଲେ, ଦୈନନ୍ଦିନ ଜୀବନରେ ଗଣିତର ପ୍ରୟୋଗ,ପକ୍ଷତାର ଆବଶ୍ୟକତା ରହିଛି, ତେଣୁ ଗଣିତ ଆମ ଜୀବନର ଏକ ଅଙ୍ଗ କହିଲେ ଅତ୍ୟୁକ୍ତି ହେବନାହିଁ । ଏହି ଅବସରରେ ଜିଆଇଇଟି ବିଶ୍ୱବିଦ୍ୟାଳୟର ମହାନିର୍ଦ୍ଦେଶକ ଡ଼ଃ ଜଗଦୀଶ ପଣ୍ଡା କହିଲେ, ଗଣିତର ମୌଳିକ ଜ୍ଞାନ ବିଦ୍ୟାଳୟରେ ଶିକ୍ଷା ଦିଆଯାଏ କିନ୍ତୁ ଜୀବନର ଶେଷ ପର୍ଯ୍ୟନ୍ତ ଏହାର ବ୍ୟବହାର ଚାଲିଥାଏ । ଏହି କାର୍ଯ୍ୟକ୍ରମକୁ ଗଣିତ ବିଭାଗର ବରିଷ୍ଠ ଶିକ୍ଷକ ବିଭୁଦତ୍ତ ଦାସ,ବୈଲୋଚନ ସ୍ୱାଇଁ ଏବଂ ବିଦ୍ୟାଳୟର ସିବିଏସଇ ପ୍ରଭାରୀ ଗୁରୁଚରଣ ମହାପାତ୍ର ପରିଚାଳନା କରିଥିଲେ । ଜିଆଇଇଟି ବିଶ୍ୱବିଦ୍ୟାଳୟର ସଭାପତି ଡ଼ଃ ସତ୍ୟପ୍ରକାଶ ପଣ୍ଡା ଉପସଭାପତି ଡ଼ଃ ଚନ୍ଦ୍ରଧ୍ଵଜ ପଣ୍ଡା ଛାତ୍ରଛାତ୍ରୀମାନଙ୍କର ଉଜ୍ଵଳ ଭବିଷ୍ୟତ କାମନା କରିଥିଲେ ।

 

Leave A Reply

Your email address will not be published.