ପଦ୍ମପୁର :-ସ୍ଥାନୀୟ ରାଜାଜୀ ଟାଉନ ହଲ୍ ଠାରେ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ନିଖିଳ ଭାରତ ସ୍ବାୟତ୍ତ ଶାସନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ କୁନାଲ ମୋତିରାମ ଚଭନ ଯୋଗଦେଇ ସ୍ଵାୟତ୍ତ ଶାସନ ଉପରେ ଆଲୋକ ପାତ କରିବା ସହିତ ସହର କୁ ସ୍ଵଚ୍ଛ ରଖିବା ସହିତ ଟ୍ରାଫିକ ନିୟମ ପାଳନ କରିବାକୁ ନିବେଦନ କରିଥିଲେ। ସମ୍ମାନିତ ଅତିଥି ଭାବେ ଅଧ୍ୟକ୍ଷା ସାବିତ୍ରୀ ବାଗ, ମୁଖ୍ୟ ବକ୍ତା ଭାବରେ ଟିଟିଲାଗଡ଼ କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ଶିବ ପ୍ରସାଦ ବେହେରା ଯୋଗଦେଇ ସ୍ବାୟତ୍ତ ଶାସନ ଦିବସ ସଂପର୍କରେ ଆଲୋକପାତ କରିଥିଲେ।କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ମାଝୀ ବିଗତ ବର୍ଷରେ ହୋଇଥିବା ବିକାଶ ମୂଳକ କାର୍ଯ୍ୟ ସମ୍ପର୍କରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ। ଟ୍ରାଫିକ୍ ସମସ୍ୟା ର ସମାଧାନ ପାଇଁ ଟ୍ରାଫିକ୍ ପୋଷ୍ଟ ସ୍ଥାପନ, ୬ ଗୋଟି ପୋଖରୀର ପୁନରୁଦ୍ଧାର ହୋଇଛି, ଆଗାମୀ ଦିନରେ ରାଜାଜୀ ଟାଉନ୍ ହଲ୍ ର ଉନ୍ନତିକରଣ କରାଯିବା ସହିତ ରାଜ୍ୟରେ ଏକ ନମ୍ବର ପଦ୍ମପୁର ଏନ୍ ଏ ସି ପରିଣତ କରିବା ପାଇଁ ଆପଣଙ୍କ ସହଯୋଗ ନିହାତି ଆବଶ୍ୟକ ବୋଲି ଉପସ୍ଥିତ ନଗର ବାସୀଙ୍କୁ ନିଜ ବକ୍ତବ୍ୟରେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ କାଉନସିଲର ଚିନ୍ମୟ ପଣ୍ଡା, କୁନାଲ ପାଣିଗ୍ରାହୀ ବିକଶିତ ପଦ୍ମପୁର ଗଠନ କରିବା ସମସ୍ତଙ୍କ ଦାୟିତ୍ଵ ବୋଲି ଅଭିମତ ରଖିଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ରାଜେଶ ଗୁର୍ଲାଙ୍କ ସଂଯୋଜନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଏନ୍ଏସି ସିଓ ଛନ୍ଦମିତ୍ରା ମିଶ୍ର ସଭା ପରିଚାଳନା କରିଥିଲେ ଏହି ଅବସରରେ ଆଜି ସକାଳେ ଏନ୍ଏସି ଅଧ୍ୟକ୍ଷା, କାଉନସିଲର ଓ କର୍ମଚାରୀମାନେ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏଥିସହ ପଦ୍ମପୁର ଡାକ୍ତରଖାନାରେ ରୋଗୀମାନଙ୍କୁ ଫଳ ଓ ଛାତ୍ରଛାତ୍ରୀଙ୍କୁ ମିଷ୍ଠାନ୍ନ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚଚାଳନାରେ ସୌମ୍ୟବଲ୍ଲଭ ମହାପାତ୍ର, ଦୁଷ୍ମନ୍ତ ବେହେରା, ଅବିନାଶ ବହିଦାର, ତପସ୍ବିନୀ ବରିହା, ଅଶୋକ ଭୋଇଙ୍କ ସମେତ ଏନ୍ଏସିର କର୍ମଚାରୀମାନେ ସହଯୋଗ କରିଥିଲେ | ଡି ସି ବି ବ୍ୟାଙ୍କ ଅଧିକାରୀ ଏମ୍ ରାଜେଶ ପୁରସ୍କାର ବିତରଣ ରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.