ଓଡ଼ିଶା ସୂଚନା ସେବା ଅଧିକାରୀଙ୍କ ତରଫରୁ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସୂର୍ଯ୍ୟରଞ୍ଜନ ମହାନ୍ତିଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

4

ଭୁବନେଶ୍ୱର, ୩୧/୦୮/୨୦୨୪: ସୂଚନା ଓ ଲୋକସଂପର୍କ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସୂର୍ଯ୍ୟରଞ୍ଜନ ମହାନ୍ତି ଆଜି ଅବସର ଗ୍ରହଣ କରିଛନ୍ତି । ଏହି ଉପଲକ୍ଷେ ଓଡ଼ିଶା ସୂଚନା ସେବା ଅଧିକାରୀଙ୍କ ପକ୍ଷରୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।

Image ସ୍ଥାନୀୟ ଗୀତଗୋବିନ୍ଦ ସଦନଠାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ସଂଘର ସଦସ୍ୟମାନେ ଶ୍ରୀ ମହାନ୍ତିଙ୍କ କର୍ମମୟ ଜୀବନର ସ୍ମୃତିଚାରଣ କରି କହିଥିଲେ ଯେ ଶ୍ରୀ ମହାନ୍ତି ସଂଘର ସଭାପତି ଥିବା ସମୟରେ ସୂଚନା ସେବା ସଂଘର ପୁନର୍ଗଠନ ଦିଗରେ ଯେଉଁ ସମ୍ମିଳିତ ପ୍ରୟାସ ଆରମ୍ଭ ହୋଇଥିଲା ତାହା ଆଜି ଫଳବତୀ ହୋଇପାରିଛି । ଓଡ଼ିଶା ସୂଚନା ସେବା କ୍ୟାଡରରେ ଅଧିକାରୀମାନେ ଦ୍ୱିତୀୟ ବର୍ଗରେ ନିଯୁକ୍ତି ପାଉଛନ୍ତି ଏବଂ ପଦୋନ୍ନତିର ପଥ ପ୍ରଶସ୍ତ ହୋଇଛି । ଛାତ୍ର ରାଜନୀତିରେ ସକି୍ରୟ ଥିବା ଶ୍ରୀ ମହାନ୍ତି ଅନେକ ରାଜନୈତିକ ଓ ଅର୍ଥନୈତିକ ସଂସ୍ଥା ସହ ସଂପୃକ୍ତ ଥିଲେ ।

Imageସେ ଓଡ଼ିଶା ସେବା କ୍ୟାଡରର ନୂତନ କର୍ମଚାରୀମାନଙ୍କୁ କାର୍ଯ୍ୟକ୍ଷେତ୍ରରେ ଅନେକ ପରାମର୍ଶ ଦେଇ ତାଙ୍କର ପି୍ରୟଭାଜନ ହୋଇପାରିଥିଲେ ବୋଲି ଅଧିକାରୀମାନେ ମତପ୍ରକାଶ କରିଥିଲେ । ଏହି ଅବସରରେ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ ମଧ୍ୟ ଶ୍ରୀ ମହାନ୍ତିଙ୍କୁ ଶୁଭେଚ୍ଛା ଜଣାଇଥିଲେ ।
Imageକାର୍ଯ୍ୟକ୍ରମରେ ଶ୍ରୀ ମହାନ୍ତି ନିଜର କର୍ମମୟ ଜୀବନର ଅଭିଜ୍ଞତା ବର୍ଣ୍ଣନା କରିବା ସହ ବିଭାଗ ପକ୍ଷରୁ ପାଇଥିବା ସ୍ନେହ, ଶ୍ରଦ୍ଧା ଓ ସହଯୋଗ ନିମନ୍ତେ ସମସ୍ତ ସହଯୋଗୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ଅବସରରେ ଓଡ଼ିଶା ସୂଚନା ସେବା ଅଧିକାରୀ ସୁରେନ୍ଦ୍ରନାଥ ପରିଡ଼ା, ସନ୍ତୋଷ କୁମାର ଦାସ, ଗୁର୍‌ବୀର ସିଂ, ସୁଚେତା ପ୍ରିୟଦର୍ଶିନୀ, ଚିତ୍ତରଞ୍ଜନ ପତି, ଦୀପକ ସାହୁ, ସୁଜିତ ସ୍ୱାଇଁ, ସୂର୍ଯ୍ୟ ମିଶ୍ର ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିବା ସହ ଶ୍ରୀ ମହାନ୍ତିଙ୍କ ସୁସ୍ଥ ଓ ନିରାମୟ ଜୀବନ କାମନା କରିଥିଲେ ।

Image

Leave A Reply

Your email address will not be published.