ସାମୁହିକ ସମ୍ପତ୍ତି ରକ୍ଷଣାବେକ୍ଷଣ ଦାୟିତ୍ୱ ଆମର : ଅରୁଣ

4

ସ୍ୱାୟତ ଶାସନ ଦିବସ ପାଳିତ

ଓଡ଼ଗାଁ, ୩୧ା୮(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବିଜ୍ଞାପିତ ଅଂଚଳ ପରିଷଦ ଦ୍ୱାରା ବ୍ଳକରୋଡ କଲ୍ୟାଣମଣ୍ଡପ ଠାରେ ସ୍ୱାୟତ ଶାସନ ଦିବସ ମହା ସମାରୋହରେ ପାଳିତ ହୋଇ ଯାଇଛି । ଆଜି ଅନୁଷ୍ଠିତ କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ନୟାଗଡ଼ ପ୍ରକଳ୍ପ ନିର୍ଦ୍ଦେଶକ ଜିଲ୍ଲା ସହରାଞ୍ଚଳ ବିକାଶ ପରିଷଦ ସୁମନ ବେହେରା ମୁଖ୍ୟବକ୍ତା, ସମ୍ମାନିତ ଅତିଥି ଭାବେ ଓଡ଼ଗାଁ ତହସିଲଦାର ଡ. ମାନସ ରଞ୍ଜନ ଭୋଇ, ଅତିରିକ୍ତ ତହସିଲଦାର ଜି. ଶ୍ରୀନୁ ଏବଂ ଓଡ଼ଗାଁ ବ୍ଳକ ଅଧ୍ୟକ୍ଷ ଲୋକନାଥ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲା ବେଳେ କାର୍ଯ୍ୟନିର୍ବାହୀ ଅଧିକାରୀ ଦୁଃଶାସନ ସ୍ବାଇଁଙ୍କ ତତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଓଡ଼ଗାଁ ଏନଏସିରେ କାର୍ଯ୍ୟକାରୀ ହୋଇଥିବା ଉନ୍ନୟନ ମୁଳକ କାର୍ଯ୍ୟ ଏବଂ କାର୍ଯ୍ୟରତ ପ୍ରକଲ୍ପ ସହିତ ହାତକୁ ନିଆଯାଇଥିବା ପ୍ରକଳ୍ପ ସମ୍ପର୍କରେ ବିବରଣୀ ପାଠ କରିଥିଲେ ।

ଓଡ଼ଗାଁ ପଞ୍ଚାୟତ ଥିବା ବେଳେ ସେଥିରେ ଅନେକ ସହରୀ ସୁବିଧା ସୁଯୋଗର ବ୍ୟବସ୍ଥା କରାଯାଇଥିଲା । ତେବେ ପରବର୍ତ୍ତି ସମୟରେ ଅଧିବାସୀମାନେ ଅଧିକ ସହରୀ ସୁବିଧା ସଯୋଗ ହାସଲ କରିବା ପାଇଁ ଦାବି ଜଣାଇଥିଲେ । ଏହାକୁ ଗୁରୁତ୍ବ ଦେଇ ଓଡ଼ଗାଁକୁ ଏନଏସିର ମାନ୍ୟତା ମିଳିଥିଲା । ପରେ ଏଥିରେ ବହୁ ଉନ୍ନୟନ ମୁଳକ କାର୍ଯ୍ୟ ହାତକୁ ନେଇ ସମାପ୍ତ ହୋଇଥିବା ବେଳେ ଆଗାମୀ ଦିନରେ ଅନେକ ଉନ୍ନୟନ କାର୍ଯ୍ୟ କରାଯାଇ ଓଡ଼ଗାଁକୁ ୧ନମ୍ବର ଭାବେ ଗଢି ତୋଳିବାକୁ ପ୍ରୟାସ ଜାରି ରହିବ ବୋଲି ବିଧାୟକ କହିଥିଲେ । ଓଡ଼ଗାଁକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ହୋଇଥିବା ବେଳେ ନୂତନ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଓଡ଼ଗାଁ ଆମ ସମସ୍ତଙ୍କର । ଆସନ୍ତୁ ମିଳିମିଶି  କାର୍ଯ୍ୟ କରିବା । ଏବଂ ଆମ ବ୍ୟକ୍ତିଗତ ସମ୍ପତି ଆଧାରରେ ସମସ୍ତ ଉନ୍ନୟନ ପ୍ରକଳ୍ପର ରକ୍ଷଣାବେକ୍ଷଣ ଦାୟିତ୍ୱ ହେବା ନେବା । ଏପରି ହେଲେ ଓଡ଼ଗାଁ ଏନଏସି ବିକାଶର ଶିର୍ଷ ଛୁଇଁବା ସହିତ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ଦାୟୀ ହୋଇପାରିବ । କାର୍ଯ୍ୟକ୍ରମରେ ଓଡ଼ଗାଁ ଅଞ୍ଚଳର ବିଭିନ୍ନ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ବିଭିନ୍ନ ମନୋରଞ୍ଜନଧର୍ମୀ ନୃତ୍ୟ ଓ ଲୋକକଳା ପରିବେଷଣ ହୋଇଥିବା ବେଳେ ଏନଏସିର ବରିଷ୍ଠ ନାଗରୀକ, ବୁଦ୍ଧିଜୀବୀ, ଜନପ୍ରତିନିଧି ଓ ଯୁବକ ମାନେ ଏଥିରେ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.