କେନ୍ଦ୍ର ସରକାର ଚାଷୀମାନଙ୍କର ହାତ ଛାଡ଼ିଦେଇଛନ୍ତି, ମୋଦି ସରକାରଙ୍କ ବିମୁଖତା ଓ ନିଷ୍ଠୁର ଆଚରଣକୁ ବରଦାସ୍ତ କରିବେନି ଓଡ଼ିଶାର ଚାଷୀକୁଳ
ଓଡ଼ିଶାର ଦାବି ଉପରେ ଉତ୍ତର ରଖିଛି କେନ୍ଦ୍ର : ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଯାହା କେନ୍ଦ୍ର ସରକାର ୨୦୧୭-୧୮ ବର୍ଷ ପାଇଁ ନିର୍ଦ୍ଧାରଣ କରିଛନ୍ତି, ତାହା ଯଥେଷ୍ଟ ଓ ଯଥାର୍ଥ । ମନ୍ତ୍ରାଳୟ ଆହୁରି ନିର୍ମମ ଭାଷାରେ ଜଣାଇଛି ଯେ ଯଦି ଏହି ମୂଲ୍ୟ ଚାଷୀଙ୍କୁ ପୋଷାଉନାହିଁ, ତେବେ ଚାଷୀମାନେ ନିଜର ଅମଳ ଧାନ ଖୋଲା ବଜାରରେ କିମ୍ବା ଯେଉଁଠି ଭଲ ମୂଲ୍ୟ ମିଳିବ ସେଠାରେ ଯାଇ ବିକ୍ରି କରନ୍ତୁ ।
ସ୍ୱାମୀନାଥନ୍ କମିଶନ ରିପୋର୍ଟ ଅନୁଯାୟୀ ପ୍ରଧାନମନ୍ତ୍ରୀ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉତ୍ପାଦନ ମୂଲ୍ୟର ଦେଢ଼ଗୁଣା ବୃଦ୍ଧି କରାଯିବ ବୋଲି ଦେଇଥିବା ନିର୍ବାଚନ ପ୍ରତିଶ୍ରୁତି ପାଳନ କରନ୍ତୁ :ବିଜେଡି