ଶ୍ରୀୟା ରାନୀଙ୍କ  ପ୍ରକଳ୍ପ ଜାତୀୟସ୍ତରକୁ ମନୋନୀତ 

0

ବଲାଙ୍ଗିର/ନିରୋଜ ମିଶ୍ର : ଭୁବନେଶ୍ୱରରେ ଆୟୋଜିତ ୨୬ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସରେ ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ମିର୍ଧାପାଲି ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଶ୍ରୀୟା ରାନୀ ଦାଶଙ୍କ ଦ୍ୱାରା ପ୍ରସ୍ତୁତ ପ୍ରକଳ୍ପ “ମିର୍ଧାପାଲି ଗ୍ରାମରେ ବିଦ୍ୟୁତ  ସଂକଟର ଦୂରୀକରଣରୁ ଗୋ ମୂତ୍ରରୁ ବିଦୁ୍ୟତ ଶକ୍ତି ଉତ୍ପାଦନ  କ୍ଷେତ୍ରରେ ଏକ ଅଭିନବ ପଦକ୍ଷେପ” ଜାତୀୟ ସ୍ତରକୁ ମନୋନୀତ ହୋଇଛି । ଗତ ୧୧ ଓ ୧୨ ତାରିଖରେ ଭୁବନେଶ୍ୱର ବି.ଜେ.ଇ.ଏମ୍. ସ୍କୁଲ ଠାରେ ଅନୁଷ୍ଠିତ ରାଜ୍ୟ ଶିଶୁ ବିଜ୍ଞାନ କଂଗ୍ରେସ ଅନୁଷ୍ଠିତ  ହୋଇଥିଲା । ରାଜ୍ୟର ୩୦ ଜିଲ୍ଲାରୁ ୧୫୦ ଜଣ ପ୍ରତିଯୋଗୀ ଯୋଗ ଦେଇଥିଲେ । ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟତ୍ରୀ ବି. ଯସ୍ମିନ ଜଲିଙ୍କ ମାର୍ଗ ଦର୍ଶନରେ ଏହି ପ୍ରକଳ୍ପ ପ୍ରସ୍ତୁତ ହୋଇଥିଲା । ଏଥିରେ ବଲାଙ୍ଗିର ଜିଲ୍ଲାର ବିଶ୍ୱାତ୍ମ ବିଦ୍ୟା ମନ୍ଦିର, ଖୁଜେନପାଲିର ଶୀତଳ ବନଛୋର, ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ଛତାପିପଲର ସ୍ୱାଗତିକା ଦୀପ, ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଅଏଁଲାଚୁଆଁର  ରାହୁଲ କଟୁଆ ମଧ୍ୟ ଯୋଗ ଦେଇଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ କାର୍ତ୍ତିକେଶ୍ୱର ଲେଙ୍କା, ଶିଶୁ ବିଜ୍ଞାନ କଂଗ୍ରେସର ଏକାଡେମୀକ କୋର୍ଡିନେଟର ସନାତନ ଠାକୁର, ଜିଲ୍ଲା ବିଜ୍ଞାନ ତତ୍ତ୍ୱାବଧାରକ ନିଳମଣୀ ପଟେଲ, ଶିଶୁ ବିଜ୍ଞାନ କଂଗ୍ରେସର ଜିଲ୍ଲା ସଂଯୋଜକ ଆନନ୍ଦ ବଡପଣ୍ଡା ଉକ୍ତ ଶିଶୁ ବିଜ୍ଞାନୀଙ୍କୁ ସମ୍ବର୍ଦ୍ଧନା ଜଣାଇଛନ୍ତି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗନ୍ଧର୍ବ ପାତ୍ର, ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ତଥା ଗ୍ରାମବାସୀ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ଚଳିତ ମାସ ୨୭ ରୁ ୩୧ ତାରିଖରେ ଓଡିଶାର ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱ ବିଦ୍ୟାଳୟ (ସୋଆ) ରେ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ଅନୁଷ୍ଠିତ  ହେବ ଏଥିରେ ଶ୍ରୀୟା ରାନୀଙ୍କ ସହ ଓଡିଶାର ୨୫ ଜଣ ଶିଶୁ ବିଜ୍ଞାନୀ  ଯୋଗ ଦେବେ । 

 

Leave A Reply

Your email address will not be published.