ଭୁବନେଶ୍ୱର, ତା.୧୬/୦୮: ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଉପସ୍ଥିତିରେ ଭାରତୀୟ ଜନତା ପାର୍ଟୀ ବିଧାୟକ ପ୍ରାର୍ଥୀ ଉମେଶ ଚନ୍ଦ୍ର ଜେନାଙ୍କ ନେତୃତ୍ୱରେ ବିଜେଡି ଦଳ ପରିତ୍ୟାଗ କରି ବରୀ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ଗେଡୀ ତାଙ୍କ ସମର୍ଥକଙ୍କ ସହ ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁଶାସନ, ଗରୀବ କଲ୍ୟାଣ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ପାର୍ଟିରେ ସାମିଲ ହୋଇଥିବା ସମସ୍ତ ସଦସ୍ୟଙ୍କୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ ।
ବରୀ ବ୍ଲକ ଅଧ୍ୟକ୍ଷ ଶ୍ରୀ ଗେଡ୍ଡୀଙ୍କ ସହ ମନ୍ଦାରୀ ପଂଚାୟତ ସରପଂଚ ଧୀରେନ୍ଦ୍ର ଜେନା, ମନ୍ଦାରୀ ପଂଚାୟତ ସଭ୍ୟ ଧୀରେନ୍ଦ୍ର ଦାସ, ଅନ୍ୟାସପୁର ପଂଚାୟତ ସଭ୍ୟ ରମେଶ ସାହୁ, କଳାମାଟିଆ ପଂଚାୟତ ସରପଂଚ ରଶ୍ମୀତା ପରିଡା, କଳାମାଟିଆ ପଂଚାୟତ ସଭ୍ୟା ପ୍ରିୟଙ୍କା ଦାସ, ଅଙ୍ଗାଳ ପଂଚାୟତ ସରପଂଚ ସକୁନ୍ତଳା ମଲ୍ଲିକ, ଅଙ୍ଗାଳ ପଂଚାୟତ ସଭ୍ୟା ସ୍ୱପ୍ନାରାଣୀ ସେଠୀ, ଅଟିରା ପଂଚାୟତ ସଭ୍ୟ ପ୍ରିତୀରଞ୍ଜନ ଜେନା, ଉଦୟନାଥପୁର ପଂଚାୟତ ସଭ୍ୟା ନିର୍ଝାରିଣୀ ସାମଲ, କିମ୍ଭିରିଆପାଳ ପଂଚାୟତ ସଭ୍ୟା କାବେରୀ ମଲ୍ଲିକ, ବରୀ ପଂଚାୟତ ସଭ୍ୟ ସଞ୍ଜୀବ ଜେନା, ଗୋଳକୁଣ୍ଡ ପଂଚାୟତ ସରପଂଚ ସବିତା ବେହେରା, ଇଷାଣପୁର ପଂଚାୟତ ସରପଂଚ ମାମିନା ଦାସ, ଚନ୍ଦନପୁର ପଂଚାୟତ ସରପଂଚ ଚପଳା ମଲ୍ଲ, ବାଲିଆ ପଂଚାୟତ ସଭ୍ୟା ମାନସୀ ଦାସ, ବାଲିବିଲି ପଂଚାୟତ ସଭ୍ୟା ସୁଧାଂଶୁବାଳା ସାମଲ ପ୍ରମୁଖଙ୍କ ସମେତ ଅନେକ ନିର୍ବାଚିତ ଜନପ୍ରତିନିଧି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।
ଏହି ମିଶ୍ରଣ ପର୍ବ ଅବସରରେ ଯାଜପୁର ସାଂସଦ ରବି ନାରାୟଣ ବେହେରା, ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ରାଜ୍ୟ ସାଧାରଣ ସମ୍ପାଦକ ଡ. ଯତୀନ ମହାନ୍ତି, ରାଜ୍ୟ ସମ୍ପାଦକ ସରୋଜ କର, ଜିଲ୍ଲା ସଭାପତି ଗୌତମ ରାୟ, ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର, ବରିଷ୍ଠ ନେତା ଆଶୁତୋଷ ପରିଡା ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.