ବାସୁଦେବପୁର ରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଟିତ।

5

ବାସୁଦେବପୁର – ବାସୁଦେବପୁର ରେ ସ୍ଥାନୀୟ ଯାଦବ ପଡିଆ ରୁ ଏକ ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରି ନୀଳମଣି ଟାଉନ୍ ହଲ୍ ପରିସର ଯାଏଁ ଆସିଥିଲା। ସମାଜସେବୀ ବାଣୀ କଲ୍ୟାଣ ମହାନ୍ତି, ସମାଜସେବୀ ଅଶୋକ କୁମାର ସାହୁ, ଶିକ୍ଷାବିତ୍ ପ୍ରତାପ କୁମାର ନାୟକ, ଲିଙ୍କନ ଦଳାଇ, ରାଧା ଗୋବିନ୍ଦ ପଟ୍ଟ ନାୟକ, ରାଜା ନାୟକ,ମୁକ୍ତି କାନ୍ତ ନାୟକ, ଭରତ ମିଶ୍ର,ଦୁଷ୍ମନ୍ତ ମଲ୍ଲିକ, ଙ୍କ ସହ ବହୁ ଜନ ସାଧାରଣ, ଛାତ୍ର ଛାତ୍ରୀ ଉପସ୍ଥିତ ରହି ହାତ ରେ ତ୍ରିରଙ୍ଗା ପତାକା ଧରି ଭାରତ ମାତାକି ଜୟ, ବନ୍ଦେ ମାତରଂ ନାରା ଦେଇ ବଜାର ପରିକ୍ରମା କରିଥିଲେ। ଏହି ଅବସର ରେ ସମାଜସେବୀ ବାଣୀ କଲ୍ୟାଣ ମହାନ୍ତି ପୂର୍ବତନ ମୁଖ୍ୟ ମନ୍ତ୍ରୀ ସ୍ବର୍ଗତ ନୀଳମଣି ରାଉତରାୟ, ଜାତୀୟ କବି ବାଞ୍ଛା ନିଧି ମହାନ୍ତି, ଓ ଜାତୀ ର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତି ମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ ।

Leave A Reply

Your email address will not be published.