ଘେଁସ ଠାରେ ବକେୟା ଫସଲ ବୀମା ପାଇଁ ଚାଷୀ ବୈଠକ ଅନୁଷ୍ଠିତ।

6

ପଦ୍ମପୁର :- ଚାଷୀ ବରଗଡ ଜ଼ିଲ୍ଲା ସହିଦ ମାଟି ଘେଁସ ମଣ୍ଡି ଠାରେ ମୁରଲୀ ଭୋଇ ସଭାପତିତ୍ୱ ରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ସଭାରେ ଚାଷୀ ନେତା ରମେଶ ମହାପାତ୍ର ଉପସ୍ଥିତ ରହି ଚାଷୀ ମଣ୍ଡି ସମସ୍ୟା 2021ବର୍ଷ ର ବକେୟା ଫସଲାବୀମା. ବିଦ୍ୟୁତ ସମସ୍ୟା.ଓ ଅନେକ ଚାଷୀ ସମସ୍ୟା ଉପରେ ଆଲୋଚନା କରିଥିଲେ l ଚଳିତ ବର୍ଷ ସ୍ୱଳ୍ପ ବୃଷ୍ଟିପାତ ଯୋଗୁ ମରୁଡି ସ୍ଥିତି କୁ ନେଇ ଆଲୋଚନା ହୋଇଥିଲା l ସୋହେଲା, ପଦ୍ମପୁର ଓ ବିଜେପୁର ର ଶତାଧିକ ଚାଷୀ ଉପସ୍ଥିତ ହୋଇ ନିଜର ହକ ସରକାର ଠାରୁ ଆଣିବାକୁ ନିଷ୍ପତ୍ତି ନେଇ ଥିଲେ l ଶେଷରେ ତାଳପଦର ଗ୍ରାମ ର ଯୁବ ଚାଷୀ କ୍ଷୀରୋଦ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ l

Leave A Reply

Your email address will not be published.