ଅସ୍ତରଙ୍ଗ/ଦୁଃଶାସନ ନାୟକ: ବଙ୍ଗଲାଦେଶ ରେ ଲାଗିରହିଥିବା ଅସ୍ଥିରତା ଏବଂ ହିଂସା କାରଣ ରୁ ହଜାର ହଜାର ବାଂଲାଦେଶୀ ବର୍ତ୍ତମାନ ବିଭିନ୍ନ ଗଳା ବାଟ ଦେଇ ଓଡିଶା ଭିତର କୁ ପ୍ରବେଶ କରିବାକୁ ଅପେକ୍ଷା କରିଥିବା ଗୁଇନ୍ଦା ରିପୋର୍ଟ ମିଳିବା ପରେ ଓଡିଶା ର ସମଗ୍ର ସମୁଦ୍ର ଉପକୂଳ ଅଞ୍ଚଳ ବର୍ତ୍ତମାନ ହାଇ ଆଲର୍ଟ ରେ ରହିଚି। ସେହି ହାଇ ଆଲର୍ଟ ମଧ୍ୟରେ ରହୁଛି ଅସ୍ତରଙ୍ଗ ର କେଲୁଣି ମୁହାଣ ଠାରୁ ଦେବୀ ମୁହାଣ ପର୍ଯ୍ୟନ୍ତ, ଯାହାକି ନୂଆଗଡ଼ ଠାରେ ଥିବା ସାମୁଦ୍ରିକ ଥାନା ଅଧିନ ରେ ସେହି ଅଂଚଳ ଆସୁ ଅଛି । ସାମୁଦ୍ରିକ ପୋଲିସ ପକ୍ଷରୁ କି କି ପଦକ୍ଷେପ ନିଆଯାଉଛି ଏହି କିଛି ଦିନ ତଳେ ତଦାରଖ କରିଛନ୍ତି ପୁରୀ ଜିଲ୍ଲା ଗୁଇନ୍ଦା ବିଭାଗ ଅଧିକାରୀ ରମେଶ ଚନ୍ଦ୍ର ଦାଶ। ଶ୍ରୀଯୁକ୍ତ ଦାଶ ସେହି ଅଂଚଳ ଗସ୍ତ କରି ଥାନା ଅଧିକାରୀ ଅଚ୍ୟୁତାନନ୍ଦ ବେହେରା, ଏ ଏସ ଆଇ ସନ୍ତୋଷ ଜେନା, ପ୍ରଶାନ୍ତ କୁମାର ବିଶ୍ୱାଳ, ବୋଟ ମାଷ୍ଟର ପ୍ରକାଶ ଚନ୍ଦ୍ର ଦାଶ ଙ୍କ ସହିତ ଏକ ୮ଜଣିଆ ଟିମ ଇଣ୍ଟର ସେପ୍ଟର ବୋଟ ରେ ନୂଆଗଡ଼ ଠାରୁ ବାହାରି ଦେବୀ ମୁହାଣ, ବନ୍ଦରେଇ, ସମେତ ବିଭିନ୍ନ ଜଳ ଅଂଚଳ ବୁଲି ମସ୍ଚ୍ୟ ଯିବି ଙ୍କ ପରିଚୟ ପତ୍ର ଜାଞ୍ଚ କରିବା ସହିତ, ସନ୍ଦିଗ୍ଧ ମାନଙ୍କୁ ଦେଖିଲେ କିପରି ସଙ୍ଗେ ପୋଲିସ କୁ ସୂଚନା ଦେବେ ସେ ବିଷୟରେ ବୁଝାଇଥିଲେ। ଶ୍ରୀଯୁକ୍ତ ଦାଶ ସେଠାରୁ ଆସିବା ପରେ ଅସ୍ତରଙ୍ଗ ଥାନା କୁ ଯାଇ ସେଠାରେ ଥାନା ଅଧିକାରୀ ରାଜେଶ ବଳିୟାରସିଂ ଙ୍କ ସହିତ ସୁରକ୍ଷା ସମ୍ପର୍କୀୟ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ଓ ଅସ୍ତରଙ୍ଗ ଥାନା ଅଧୀନରେ ଥିବା,କାଳିଆକଣ, ଗୁଣ୍ଡଳବା, ଦାଳୁଅକଣି,ସୁଧିକେଶ୍ୱର୍, ସହନ,ଆଦି ସମୁଦ୍ର ତଟ ଅଞ୍ଚଳ ରେ ରାତ୍ର କାଳୀନ ପ୍ରହରା ଜୋରଦାର କରିବା ପାଇଁ ପରାମର୍ଶ ଦେଇ ଥିଲେ । ଏଠାରେ ସୂଚନା ଥାଉକି ପୂର୍ଵ ରୁ ଜଳ ପଥ ସହିତ ବିଭିନ୍ନ ଗଳା ବାଟ ଦେଇ ଶହ ଶହ ବାଂଲାଦେଶୀ ଅନୁପ୍ରବେଶ କରି ଅସ୍ତରଙ୍ଗ କାକଟପୁର ଅଂଚଳ ରେ ବ୍ୟବସାୟ ଆଳରେ ନିଜର ଆସ୍ଥାନ ଜମେଇ ରହିଛନ୍ତି ଯାହାର ହିସାବ କି ନା ସରକାର ଙ୍କ ପାଖରେ ଅଛି ନା ପ୍ରଶାସନ ଙ୍କ ପାଖରେ ଅଛି , ଯାହା ବର୍ତ୍ତମାନ ସମସ୍ତ ଙ୍କ ଚିନ୍ତାର ବିଷୟ ପାଲଟିଛି । ତେଣୁ ଆଗକୁ ଯେମିତି କୌଣସି ପ୍ରକାର ଅନୁପ୍ରବେଶ ନ ହେବା ସହିତ କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ନହୁଏ ସେଥି ପ୍ରତି ଦୃଷ୍ଟି ଦେବାକୁ ନୂଆଗଡ଼ ସାମୁଦ୍ରିକ ଥାନା ସମେତ ଅସ୍ତରଙ୍ଗ ଥାନା ଅଧିକାରୀ ଙ୍କ ପାଖରେ ଅଞ୍ଚଳ ବାସୀ ନିବେଦନ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.