ଝାରବନ୍ଧ – ମନୋହର ଦାଶ: ବରଗଡ଼ ଜିଲ୍ଲା ଅଞ୍ଚଳ ରି ଯୁବକଙ୍କୁ ଚାକିରୀ ପ୍ରଲୋଭନ ଦେଇ ଠକେଇ ଅଭିଯୋଗ ରେ ଜଣେ ଯୁବକ ଗିରଫ ହୋଇଛି l
ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ଅଞ୍ଚଳର ନିତେଇ ଗୌର ବାରିକ ନକଲି ନିଯୁକ୍ତି ପତ୍ର ଓ ୟୁନିଫର୍ମ ମଧ୍ୟ୍ୟ ଦେଇ ବେକାର ଯୁବକ ଙ୍କ ଠାରୁ ଟଙ୍କା ଠକିନେଇଥିବା l ଅଭିଯୋଗ ହୋଇଛି l
ବାରିକ ଠାରେ ନୁହେଁ ବାରମ୍ବାର ଜେଲ ଯାଇଥିବା ଏବଂ ରାଜ୍ୟ ବିଭିନ୍ନ ଜିଲ୍ଲାର ଯୁବକ ଓ ଛାତ୍ର ଛାତ୍ରୀ ଙ୍କ ଚାକିରୀ ଲୋଭ ଦେଖାଇ ଏଭଳି ଠକିଥିବା ପୋଲିସ ତଦନ୍ତ ରୁ ଜାଣିବାକୁ ପାଇଛି l ଏହି ଜିଲ୍ଲା ର ଭଟଲି ଥାନା ଅନ୍ତର୍ଗତ ସାନ ଅମଲିପାଲି ଗ୍ରାମ ରି ଆଶିଷ ବାରିକ ଜଣେ ଛାତ୍ର ଚାକିରୀ ପାଇଁ ବହୁତ ଚେଷ୍ଟା କରି ବିଫଳ ହୋଇଥିଲେ l ନିତେଇ ବାରିକ କୌଣସି ସୂତ୍ର ରୁ ଖବର ପାଇ ଆଶିଷ ବାରିକ କୁ ବନ ବିଭାଗ ତଥା ଫରେଷ୍ଟ ଅଫିସର ଚାକିରୀ କରାଇ ଦେବାକୁ ପ୍ରଲୋଭନ ଦେଖାଇ ଥିଲା l ଜାଲ ନିଯୁକ୍ତି ପତ୍ର ଦେବା ସହ ଫରେଷ୍ଟ ବିଭାଗ ରି ପୋଷାକ ଦେଇ 48 ହଜାର ଟଙ୍କା ଆଶିଷ ବାରିକ ଙ୍କ ଠାରୁ ନେଇଥିଲା l ସେଇପରି ଆଉ ଦୁଇ ଜଣଙ୍କ ପାଖରୁ ସେହି ସମାନ ଆକାରରେ ଜାଲ ନିଯୁକ୍ତି ପତ୍ର ଓ ବନ ବିଭାଗ ୟୁନିଫର୍ମ ଦେଇ ପାକପାଖି ଦୁଇ ଲକ୍ଷ ଟଙ୍କା ନେଇଥିଲା l ସୋନପୁର ଜିଲ୍ଲା ରି ଜନ ଙ୍କ ପାଖରୁ ମଧ୍ୟ୍ୟ 22 ହଜାର ଟଙ୍କା ସେ ନେଇଥିଲା l ଜାଲ ନିଯୁକ୍ତି ପତ୍ର ପାଇ ବନ ବିଭାଗ କୁ ଚାକିରୀ ରେ ଯୋଗ ଦେବାକୁ ଯିବା ପରେ ସେମାନେ ଠକେଇ ରି ଶିକାର ହୋଇଥିବା ଜାଣିବାକୁ ପାଇଥିଲେ l ଆଶିଷ ବାରିକ ଭଟଲି ଥାନା ରେ ଲିଖିତ ଅଭିଯୋଗ କରିବା ପରେ ଘଟଣା ଟି ଲୋକ ଲୋଚନ କୁ ଆସିଥିଲା l ପୋଲିସ ମାମଲା ରୁଜୁ କରି ତଦନ୍ତ କରିବାରୁ l ସମସ୍ତ ବିଷୟ ଜାଣିବାକୁ ପାଇଥିଲା ଅଭିଯୁକ୍ତ ପୂର୍ବରୁ ମଧ୍ୟ୍ୟ ବରଗଡ଼ ସଦର ଥାନା ଅଞ୍ଚଳ ର ଜନ କୁ ଠକେଇ କରି ଜେଲ ଯାଇଥିଲା l ଏହା ପରେ ପୋଲିସ ଅଭିଯୁକ୍ତ କୁ ଗିରଫ କରିଥିଲା l ଅଭିଯୁକ୍ତ ପାଖରୁ ଆପାଚି ମୋଟର ସାଇକେଲ OD31E1656,ଏକ୍ସିସ ବେଙ୍କ ଏଟିଏମ କାର୍ଡ, ନଗଦ 48490 ଟଙ୍କା, ଗୋଟିଏ ମୋବାଇଲ ଫୋନ, ସୁନା ଅଳଂକାର କିଣିଥିବା ମନି ରିସିପଟ, ନକଲି ରବର ଷ୍ଟାମ୍ପ (ସମ୍ବଲପୁର ବନବିଭାଗ ),ବନ ବିଭାଗ ର କେପ ଦୁଇଟି,ଷ୍ଟାର, ବ୍ୟାଚ ଆଦି ତା ପାଖରୁ ପୋଲିସ ଜବତ କରିଛି I
Sign in
Sign in
Recover your password.
A password will be e-mailed to you.