ଗୁଣପୁର ରୁ ଥେରୁବାଲି ପ୍ରକଳ୍ପ ଅନୁମୋଦନ ପରେ ବାଣ ଫୁଟାଇ ମିଠା ଖୁଆଇ ଖୁସି ମନାଇଲେ ଲୋକେ

6

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଲମ୍ବା ସମୟ ଧରି ଦାବି ହୋଇ ଆସୁଥିବା ଗୁଣପୁର ଥେରୁବାଲି ରେଳପଥ ପ୍ରକଳ୍ପକୁ ଶୁକ୍ରବାର କେନ୍ଦ୍ର ସରକାର କ୍ଯାବିନେଟ୍ ରେ ଅନୁମୋଦନ କରିବା ପରେ ଗୁଣପୁର ଅଞ୍ଚଳରେ ଖୁସି ଦେଖା ଦେଇଛି। ଆଜି ସ୍ଥାନୀୟ ଷ୍ଟେସନ ଛକ ନିକଟ ରେ ଗୁଣପୁର ନବ ନିର୍ମାଣ ସମିତି ପକ୍ଷରୁ କୃତଜ୍ଞତା ଉତ୍ସବ ପାଳନ କରାଯାଇଥିଲା। ଏହି ଅବସରରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ରେଳମନ୍ତ୍ରୀ ଓ ଅନ୍ଯ କେନ୍ଦ୍ର ମନ୍ତ୍ରୀ ମାନଙ୍କୁ ପ୍ରସଂଶା କରି ଧନ୍ଯବାଦ୍ ଅର୍ପଣ କରିଥିଲେ ଲୋକେ। ସମିତି ର ସଭାପତି ଅକ୍ଷୟ ଦାସ ଙ୍କ ସଭାପତିତ୍ବରେ ଏହି ସଭା କରାଯାଇ ସ୍ବର୍ଗତ ନିରଞ୍ଜନ ସେନାପତି, ସ୍ବର୍ଗତ ଡଃ ରତନ ଦାସ, ପଦ୍ମଶ୍ରୀ ଶାନ୍ତିଦେବୀ ଓ ସ୍ବର୍ଗତ ଜଗଦୀଶ ସାହୁ ଙ୍କ ସ୍ମୃତି ଚାରଣ କରି ସେମାନେ ଏହି ଦାବିକୁ କିପରି ବଞ୍ଚାଇ ରଖିଥିଲେ ସେ ସମ୍ପର୍କରେ ବକ୍ତାମାନେ କହିଥିଲେ। ଏହି ଅବସରରେ ବାଣ ଫୁଟାଇ ମିଠା ବଣ୍ଟନ କରି ଖୁସି ମନେଇଥିଲେ ଲୋକେ। ଏହି ପ୍ରକଳ୍ପ ଦ୍ବାରା ଗୁଣପୁର ବିକାଶ କଡ ଲଉଟାଆବ ବଃଲି ମତବ୍ଯକ୍ତ କରିଥିଲେ। ଅନ୍ଯ ମାନଙ୍କ ମଧ୍ୟରେ ପୌର ଉପାଧ୍ୟକ୍ଷ ଶିବ ପ୍ରଶାଦ ଗୌଡ, ନବ ନିର୍ମାଣ ସମିତି ର ସମ୍ପାଦକ ରଂଜିତ ପାଢି, ଉପ ସଭାପତି ଉମା ଦାସ, ଏସ ବାବା ପ୍ରଶାଦ, ରମେଶ ଲିମା, ବରିଷ୍ଠ ନାଗରିକ ସୂର୍ଯ୍ୟ ରଥ, ସୁରେନ୍ଦ୍ର ମଲିକ, ପ୍ରେସ କ୍ଲବ ର ସମ୍ପାଦକ ରାଧାକୃଷ୍ଣ ପଟ୍ଟନାୟକ, ରାଜେଶ ପାଢି, ଟୁନା ମିଶ୍ର, ମୁନା ପାଢି, ଅଜିତ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ।

 

Leave A Reply

Your email address will not be published.