ଖଲ୍ଲିକୋଟ ଠାରୁ ଭୁବନେଶ୍ଵରକୁ ସଂଯୋଗକାରୀ ରାସ୍ତା ସଙ୍କଟାପନ୍ନ।

5

(ଶାସକ ପ୍ରଶାସକ/ ଖଲ୍ଲିକୋଟ ରୁ ଶିବରାମ ଜେନା।) ମନୁଷ୍ୟ ସଂକ୍ରମିତ ହେଲେ କିମ୍ବା ଶରୀରର କୋୖଣସି ଅଙ୍ଗପ୍ରତ୍ୟଙ୍ଗ କଟିଗଲେ ,ସାଙ୍ଗେ ସାଙ୍ଗେ ଚିକିତ୍ସାଳୟ କୁ ଧାଇଁ ଵାର ପରିଲକ୍ଷିତ ହୋଇଥାଏ । କିନ୍ତୁ ଏଅଵସରରେ କହିବାକୁ ଗଲେ, ଖଲ୍ଲିକୋଟ ଠାରୁ ଭୁବନେଶ୍ଵରର ରାସ୍ତାର ଅବସ୍ଥା ସଙ୍କଟାପନ୍ନ ହୋଇଥିଲା ବେଳେ ଏବେ ଏଥିପ୍ରତି କାହାର ନଜରକୁ ଆସିଲା ଭଳି ମନେହୁଏ ନାହିଁ।ଏ ରାସ୍ତାଟି‌ ହେଉଛି ଠିକ୍ ଶିରାଙ୍ଗଵନ୍ଧ ର ନିକଟବର୍ତ୍ତୀ।
ଖଲ୍ଲିକୋଟ ରୁ ବାହାରିଲେ ବାମ ପାର୍ଶ୍ଵଦେଇ ଭୁବନେଶ୍ୱର ଯିବାକୁ ହୁଏ । ରାତି ପାହିଲେ ଏ ରାସ୍ତା ଦେଇ ଶହଶହ ଯାନବାହାନ ଚଳାଚଳ କରିଥାନ୍ତି। ପୁଣି ପଥିକମାନଙ୍କର ଵାଟଚଲା ରାସ୍ତା ,ସକାଳୁ ଠାରୁ ଆରମ୍ଭ କରି
ରାତି ପାହିଲା ପଯ୍ୟନ୍ତ ବୋଲି କହିଲେତ ଅତ୍ୟୁକ୍ତି ହେବ ନାହିଁ। ଖବର ନେବାରୁ ଜଣାପଡିଛି ଯେ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଗଞ୍ଜାମ, ଛତ୍ରପୁର ଆନୁକୁଲ୍ୟରେ ଏମ୍ ଏଲ୍ ଏ ଅନୁଦାନ ପାଣ୍ଠିରୁ ଆର୍ଥିକ ବର୍ଷ ୨୦୨୩-୨୦୨୪ ର ଅଟକଳ ଟ୩,୦୦୦୦୦/ (ତିନିଲକ୍ଷ ଟଙ୍କାର) ବ୍ୟୟରେ PW D ରୋଡ଼ ଠାରୁ ଜାତୀୟ ରାଜପଥ ୧୬ ପର୍ଯ୍ୟନ୍ତ ରୋଡ଼ ହୋଇ ଥିବା ବେଳେ ଏବେ ସେ ରୋଡ଼ ର ଅବସ୍ଥା କହିଲେ ନସରେ। ଏକ୍ଷେତ୍ରରେ ଜନ ସାଧାରଣ ବହୁ ଵାର ନିବେଦନ କରୁଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ପ୍ରଶାସନ ର ଦୃଷ୍ଟି ଗୋଚର ହେଲା ଭଳି ମନେହୁଏ ନାହିଁ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, କାର୍ଯ୍ୟ ଆରମ୍ଭ ହୋଇ ଥିଲା ୭-୧୨-୨୦୨୩ ରେ କାର୍ଯ୍ୟ ଶେଷ ହୋଇଥିଲା ୮-୧-୨୪ ରେ, ଏତେ ସ୍ବଳ୍ପ ସମୟ ରେ ରାସ୍ତା ର ଅବସ୍ଥା ଶୋଚନୀୟ ଜଣାପଡିଛି। ରାସ୍ତାରେ ଆଣ୍ଠୁ ଏ ଲେଖାଏଁ ଗାଢ଼ ତା ସହିତ ଜଳ ପଚ୍ ପଚ୍ ହୋଇ ଥିବା ଦେଖିବାକୁ ମିଳିଛି। ଏଠି ସତ କହିଲେ ଶତ୍ରୁ,ଯିଏ କ‌ହିବ ସେ ହେବ ଵିରୋଧି
ବୋଲି ଜନଶ୍ରୁତି ରୁ ଜଣାଯାଏ।

Leave A Reply

Your email address will not be published.