ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ସ୍ଥିତ ସ୍ଥାନୀୟ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରାଜେନ୍ଦ୍ର ମିଞ୍ଜଙ୍କ ଅଧ୍ୟକ୍ଷତା ରେ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନଙ୍କୁ ଜିଲ୍ଲା ପ୍ରଶାସନ ତରଫର ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଶ୍ରୀଯୁକ୍ତ ପ୍ରଧାନ ଏକ ବର୍ଷ ଦୁଇ ମାସ ଧରି ଗଜପତି ଜିଲ୍ଲାର ଜିଲ୍ଲାପାଳ ଭାବେ ରହି ଅନେକ ଗୁରୁତ୍ଵ ପୂର୍ଣ୍ଣ କାର୍ଯ୍ୟ କରିଆସୁଥିଲେ। ବର୍ତ୍ତମାନ ସେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଭାବରେ ବଦଳି କରାଯାଇଛି। ସେ ଜଣେ ମିଷ୍ଟଭାଷୀ , ଦକ୍ଷ ପ୍ରଶାସକ , ପରିଶ୍ରମୀ ପ୍ରଶାସକ ଭାବରେ ଜିଲ୍ଲାର ସମସ୍ତ କର୍ମଚାରୀ ମାନଙ୍କୁ ନେଇ ଗୋଟିଏ ଟିମ୍ ଭାବରେ ଗଠନ କରି କାର୍ଯ୍ୟ କରିଆସୁଥିଲେ। ତାଙ୍କର ସରଳ ଓ ଅମାୟିକ ବ୍ୟବହାର ପାଇଁ ସେ ଜିଲ୍ଲାର ସମସ୍ତ କର୍ମଚାରୀ , ଜନସାଧରଣ , ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀ ମାନଙ୍କ ଠାରେ ନିକଟତର ହୋଇପାରିଥିଲେ। ଗଜପତି ଜିଲ୍ଲାର ବିକାଶ କ୍ଷେତ୍ରରେ ତାଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଥିଲା , ତାଙ୍କ ସମୟରେ ବିଭିନ୍ନ ଜନ କଲ୍ୟାଣ କାରି କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦନା କରି ଆସୁଥିଲେ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ବାତୀ ଏସ୍.କୁମାର , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଡ଼.ଗୁନାନିଧି ନାୟକ , ଛେଳିଗଡ ଭୂ-ଅଧିଗ୍ରହଣ ଅଧିକାରୀ ଶ୍ରୀ ରବିନ୍ଦ୍ର କହଁର , ଉପ-ଜିଲ୍ଲାପାଳ ଶ୍ରୀ ଅନୁପ ପଣ୍ଡା , ପ୍ରକଳ୍ପ ପ୍ରଶାସକ , ଅଧିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ଦିଲ୍ଲୀପ କୁମାର ବେହେରା , ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ସୁନୀଲ କାନ୍ତ ମହାନ୍ତି ପ୍ରମୁଖ ମଞ୍ଚାସିନ ଥିଲେ।
ଏହି ସଭାରେ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ , ତହସିଲଦାର ଏବଂ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ସମେତ ବିଭିନ୍ନ ଅନୁଷ୍ଠାନ କର୍ମକର୍ତ୍ତା ଓ ବରିଷ୍ଠ ନାଗରିକ ପ୍ରମୁଖ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ସଭାରେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ଡେପୁଟି କଲେକ୍ଟର ଶ୍ରୀ ପ୍ରାଣକୃଷ୍ଣ ପାଣିଗ୍ରାହୀ ଓ ଶ୍ରୀ କାମଳ କାନ୍ତ ପଣ୍ଡା ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.