ଗ୍ରାମ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ସାମାଜିକ ସମୀକ୍ଷା ଗ୍ରାମସଭା

0

 ନୂଆପଡା /ପ୍ରିୟବ୍ରତ ପଣ୍ଡା ,ବୋଡେ଼ନ ବ୍ଲକ କାର୍ଲାକୋଟ ପଞ୍ଚାୟତ ଠାରେ ସ୍ପ୍ରେଡ ଅନୁଷ୍ଠାନ ର ସହଯୋଗ ରେ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ଗ୍ରାମ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ସାମାଜିକ ସମୀକ୍ଷା ଗ୍ରାମସଭା ଅନୁଷ୍ଠିତ ହୋଇଥିଲା ଉକ୍ତ ସଭା ର ସଭାପତି ସରପଞ୍ଚ ତିଲୋତ୍ତମା ନାଗ ଥିବା ବେଳେ ସ୍ପ୍ରେଡ ଅନୁଷ୍ଠାନ ର ଜିଲ୍ଲା ସଂଯୋଜକ ଶମ୍ଭୁ ସାହୁ ଏବଂ  ନାରାୟଣ ଜେନା ତଥା ଏ ପି ଓ ଜିତେନ୍ଦ୍ର ସାହୁ ଅତିଥି ଭାବେ ଯୋଗ ଦେଇଥିଲେ ।ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ କାର୍ତିକ ମାଝୀ ଏବଂ ଗ୍ରାମ ପଂଚାୟତ ସଂଯୋଜକ ଦେବେନ୍ଦ୍ର ଭିତ୍ରିଆ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ରେ ବହୁ ସଂଖ୍ୟକ ଲୋକ ଉପସ୍ଥିତ ଥିଲେ ଲୋକଙ୍କ ଠାରୁ ଅଭିଯୋଗ ଗ୍ରହଣ ରେ ସ୍ପ୍ରେଡ ର କୁନାଲ ବେହେରା ,କସ୍ତୁରୀବାଲା ସାମଲ ,ଦୀନବନ୍ଧୁ ଛାତ୍ରୀଆ ,ଖୀରସିନ୍ଧୁ ସଗରିଆ ,ମହେନ୍ଦ୍ର ମାଝୀ ,ଜୟଚନ୍ଦ୍ର ମାଝୀ ,ଇନ୍ଦୁଲତା ବେହେରା ,ଅଞ୍ଜନା ସଗରିଆ ,ପଙ୍କଜିନି ହରିଜନ ,ରୁକ୍ମନ ଚିନ୍ଦା ,ରମେଶ କଟା ,ଗଜାନନ ଚିନ୍ଦା ,ମାଳତୀ ମଝି ,ଅଞ୍ଜଳି ରାଉତ ଉପସ୍ଥିତ ଥିଲେ ।ଗ୍ରାମସଭା ରେ ଲୋକ ସୂଚନା କେନ୍ଦ୍ର ସଂଯୋଜକ ପ୍ରିୟବ୍ରତ ପଣ୍ଡା ଉପସ୍ଥିତ ରହି ଅଭିଯୋଗ ଗ୍ରହଣ ଏବଂ ପଞ୍ଜିକରଣ କାର୍ଯ୍ୟ ସମ୍ପାଦନ କରିଥିଲେ ।

Leave A Reply

Your email address will not be published.