ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ବାର୍ତ୍ତା

ନମସ୍କାର
ଆମର ଜାତୀୟ ପତାକା, ଆମ ଏକତା, ସଂହତି ଓ ଭାତୃଭାବର ପ୍ରତୀକ ଅଟେ।
ଆଗାମୀ ଅଗଷ୍ଟ ୧୫ ଦିନ ଆମେ ସ୍ବାଧୀନତାର ୭୭ତମ ବର୍ଷପୂର୍ତ୍ତି ପାଳନ କରିବା।
ଏହି ଅବସରରେ ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ସମସ୍ତଙ୍କୁ “ହର୍ ଘର୍ ତିରଙ୍ଗା” ଅଭିଯାନରେ ସାମିଲ ହୋଇ ଦେଶପ୍ରତି ନିଜର ଭାବନାକୁ ଜାଗୃତ ଏବଂ ଜୀବନ୍ତ କରିବାକୁ ଅନୁରୋଧ କରିଛନ୍ତି।
ପ୍ରତ୍ୟେକ ଦେଶବାସୀଙ୍କୁ ଜାତୀୟ ପତାକାର ମହତ୍ତ୍ବକୁ ଉପଲବ୍ଧ କରାଇବା ଏହି ଅଭିଯାନର ଉଦ୍ଦେଶ୍ଯ ଅଟେ।
ସମସ୍ତ ଓଡ଼ିଶାବାସୀଙ୍କୁ ଏହି ଅଭିଯାନରେ ଯୋଗ ଦେବା ପାଇଁ ମୁଁ ଅନୁରୋଧ କରୁଛି।
ସମସ୍ତେ ନିଜ ଘରେ ଜାତୀୟ ପତାକା ଉତ୍ତୋଳନ କରନ୍ତୁ ଏବଂ ନିଜର ସେଲ୍ଫି harghartiranga.com ରେ ଅପଲୋଡ କରନ୍ତୁ।
ଜୟ ହିନ୍ଦ୍