ଭବନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ତା ୧୦.୮.୨୦୨୪୧୦ : କଳାହାଣ୍ଡି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ “ ଜାତୀୟ କୃମିନାଶକ କାର୍ଯକ୍ରମ” କୁ ଶ୍ରୀ ସତ୍ୟ ସାଇ ବିଦ୍ୟା ମନ୍ଦିର ଭବନୀପାଟଣା ଠାରୁ ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ଡଃ. ସୁଚେତା ପାଣି ଙ୍କ ତତ୍ୱାବଧାନରେ ଶୁଭାରମ୍ଭ କରାଯାଇଛି । ଏହି କାର୍ଯକ୍ରମରେ ଏ ଡି ପି ଏଚ ଓ ଡଃ. ନିହାରେନ୍ଦ୍ର ପଣ୍ଡା , ଡି ଆଇ ପି ଆର୍ ଓ ମନୋଜ କୁମାର ବେହେରା, ଡି ପି ଏମ ( ଏନ୍ଏଚଏମ) ଭବାନୀ ଶଙ୍କର ସାହୁ , ଡି ପି ଏଚ ସି ଓ ଶ୍ରୀମତୀ ଭାରତୀ ବ୍ରହ୍ମା ଏବଂ ବିଦ୍ୟାଳୟ ଅଧ୍ୟକ୍ଷ ଡ ଉମେଶ ଚନ୍ଦ୍ର ଶତପଥୀ ଯୋଗ ଦେଇଥିଲେ ।
ବର୍ଷ କୁ ଦୁଇ ଥର ହେଉଥିବା ଏହି କୃମିନାଶକ କାର୍ଯକ୍ରମଟି ଜିଲ୍ଲାର ସମସ୍ତ ବ୍ଲକ ରେ ଆଜି ଅଗଷ୍ଟ ୧୦ ତାରିଖରେ ଆରମ୍ଭ ହୋଇ ଅଗଷ୍ଟ ୧୭ ତାରିଖରେ ସମାପ୍ତ ହେବ । ଉକ୍ତ ସମୟ ମଧ୍ୟରେ ଜିଲ୍ଲାର ପ୍ରତ୍ୟେକ ଚିକିତ୍ସାଳୟ ଯଥା ସି ଏଚ ସି, ପି ଏଚ ସି , ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର,ଅଙ୍ଗନବାଡି କେନ୍ଦ୍ର ଏବଂ ସରକାରୀ ଓ ବେସରକାରୀ ବିଦ୍ୟାଳୟ ମାନଙ୍କର ୧ ରୁ ୧୯ ବର୍ଷର ପ୍ରତ୍ୟେକ ଶିଶୁ , କିଶୋର ଏବଂ କିଶୋରୀ ବାଳକ , ବାଳିକା ତଥା ଗର୍ଭବତୀ ମା ମାନଙ୍କୁ ଆଲବେଣ୍ଡାଯୋଲ୍ ବଟିକା ଖୁଆଇ କୃମିନାଶକ ପାଇଁ ସହଯୋଗ କରାଯିବ।
ଏହାର ମୁଖ୍ୟ ଉଦ୍ଧେଶ୍ୟ ହେଲା ଏସ ଟି ଚ ପାରାସାଇଟ ନାମକ ପରଜୀବୀ ଯାହାକି ଶିଶୁ , କିଶୋର ଏବଂ କିଶୋରୀ ମାନଙ୍କ ସ୍ୱାସ୍ଥ୍ୟ ଓ ପୁଷ୍ଟି ସାଧନରେ ବାଧକ ସାଜୁଛି ଏବଂ କୃମିକୁ ପେଟରୁ ସମ୍ପୂର୍ଣ ରୂପେ ନାଶ କରିବା ଏବଂ ଉତ୍ତମ ସ୍ୱାସ୍ଥ୍ୟପାଇଁ ଏହି ବଟିକା ଖାଇବା। ବକ୍ତା ମାନେ ନିଜ ବକ୍ତବ୍ୟ ରେ ପିତା ମାତା ନିଜ ନିଜ ଶିଶୁ ମାନଙ୍କ ଭଲ ସ୍ବାସ୍ଥ୍ୟପାଇଁ ଏହି ବଟିକା ନିଶ୍ଚୟ ଖୁଆଇବା ,ହାତ ଧୋଇବା ଓ ପାଦ ରେ ଚପଲ କିମ୍ବା ଜୋତା ପିନ୍ଧିବାକୁ ଗୁରୁତ୍ବ ଦେଲେ ଏହି ଜାତୀୟ କୃମି ନାଶକ ଦିବସ ର ଉଦ୍ଦେଶ୍ୟ ସାଧିତ ହେବ ବୋଲି ପ୍ରକାଶ କରିଥଲେ। ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ଆଲବେଣ୍ଡାଯୋଲ ଖୁଆଇ କାର୍ଯକ୍ରମକୁ ସମାପ୍ତ କରାଗଲା ।
Sign in
Sign in
Recover your password.
A password will be e-mailed to you.
Prev Post