ରାଉରକେଲା(ବସନ୍ତ କୁମାର ଜେନା): ଆସ ଏବଂ ନିଜକୁ ଜାଣିବା ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀ ସେକ୍ଟର ୨ ସ୍ଥିତ ସାହାନାଇ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଦେବ ଭୂମି ସୋସିଓ ସ୍ପିରିଚୁଆଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ରଘୁନାଥପାଲୀ ବିଧାୟକ ସୁବ୍ରତ ତରାଇ, ଟ୍ରଷ୍ଟି ରାଜୀବ ପାଣି, ଟ୍ରଷ୍ଟି ଅନୁପମ ରାୟ, ଟ୍ରଷ୍ଟି ରାଧାକାନ୍ତ ମହାପାତ୍ର ଓ ସମାଜସେବୀ ସୁଧୀର ସୁନ୍ଦର ରାୟ ପ୍ରମୁଖ ସାମ୍ବାଦିକ ମାନଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ ନିଜ ସଂସ୍କୃତି,ନିଜ ସମ୍ପର୍କରେ ଓ ଆଧ୍ୟାତ୍ମିକ ବିଷୟରେ ଜାଣିବା ପାଇଁ ଏହା ଏକ ଅଭିନବ ପ୍ରୟାସ। ଏହି ଟ୍ରଷ୍ଟ ଆନୁକୂଲ୍ୟରେ ବର୍ଷସାରା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଲକ୍ଷ୍ୟ ରଖାଯାଇଛି। ଯଥା ଆଧ୍ୟାତ୍ମିକ ର ପ୍ରବାହ, ନିଜର ଐତିହ୍ୟ ଓ ପରମ୍ପରା ସମ୍ପର୍କରେ ଜ୍ଞାନ ଆହରଣ, ପ୍ରକୃତି କୁ ସଂରକ୍ଷଣ ନିମିତ୍ତ ବୃକ୍ଷ ରୋପଣ ଓ ଅଧିକ ଜଙ୍ଗଲ ସୃଷ୍ଟି, ମୃତ୍ତିକା ଓ ଜଳ ସଂରକ୍ଷଣ, ଛାତ୍ର ଛାତ୍ରୀ ଓ ଯୁବ ପିଢୀ ମଧ୍ୟରେ ରକ୍ତ ଓ ଅଙ୍ଗ ଦାନ ସମ୍ପର୍କରେ ସଚେତନତା, ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସୁସ୍ଥ ଓ ସ୍ବଚ୍ଛ ପରିବେଶ ସୃଷ୍ଟି ଓ ଯୁବ ପିଢ଼ିଙ୍କୁ ଯୋଗ, କ୍ରୀଡା, ବ୍ୟାୟାମ ତଥା ଶାରିରୀକ ସୁସ୍ଥତା କୈ।ଶଳ ତଥା ଡ୍ରଗ୍ସ,ମାଦକ ଦ୍ରବ୍ୟ ସେବନରୁ ନିରୁତ୍ସାହିତ କରିବା ଏହି ଟ୍ରଷ୍ଟର ମୂଳ ଲକ୍ଷ୍ୟ ବୋଲି କୁହାଯାଇଛି। ସମ୍ପ୍ରତି ଏହି ଟ୍ରଷ୍ଟ ପ୍ରାରମ୍ଭିକ ଅବସ୍ଥାରେ ଥିବା ବେଳେ ଏହାକୁ ପରବର୍ତ୍ତୀ ସମୟରେ ବ୍ୟାପକ କରାଯାଇ ଛାତ୍ରଛାତ୍ରୀ ଓ ଯୁବପିଢି ଙ୍କ ମଧ୍ୟରେ ଏକ ଜନଜାଗରଣ ସୃଷ୍ଟି କରିବା ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀ ତରାଇ ସୂଚନା ଦେଇଥିଲେ। ଏଥିପାଇଁ ଏକ ବାର୍ଷିକ ସରଣୀ ପ୍ରସ୍ତୁତ କରାଯାଇଛି। ଏହି ସର୍ଭିସରେ ବିଭିନ୍ନ ପରୀକ୍ଷା ମାଧ୍ୟମରେ ଶ୍ରୀକୃଷ୍ଣ, ଭଗବତ୍ ଗୀତା, ମା ଦୁର୍ଗା, ନବରାତ୍ରି ଓ ଦୁର୍ଗାପୂଜା ର ଗୁରୁତ୍ବ, ଶିବ ପୁରାଣ, ସାବିତ୍ରୀ, ଜଗନ୍ନାଥ ସଂସ୍କୃତି, ରଥଯାତ୍ରା ସମ୍ପର୍କରେ କରାଯାଇ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ ବୋଲି ଲକ୍ଷ୍ୟ ରଖାଯାଇଛି ବୋଲି କୁହାଯାଇଛି। ଏଭଳି କାର୍ଯ୍ୟକ୍ରମ ଯୁବପିଢି ଓ ସମସ୍ତଙ୍କୁ ଆମ ସଂସ୍କୃତି ଓ ସମ୍ପର୍କରେ ଅଧିକ ଜାଣିବା ପାଇଁ ସୁଯୋଗ ଦେବ ବୋଲି କୁହାଯାଇଛି। ଏହି ବାର୍ଷିକ କାର୍ଯ୍ୟକ୍ରମ ଆସନ୍ତା ୧୮ ରୁ ଆରମ୍ଭ ହୋଇ ୨୦୨୫ ମସିହା ଜୁଲାଇ ମାସ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି।
Sign in
Sign in
Recover your password.
A password will be e-mailed to you.