(ମାହାଙ୍ଗା -ଶାସକ ପ୍ରଶାସକ): ଶନିବାର ପୂର୍ବାହ୍ନରେ କେନାଲରେ ବୁଡି଼ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରର ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ନିମନ୍ତେ ଆଣିଥିଲେ ମଧ୍ୟ ଡ଼ାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ନିଶ୍ଚିନ୍ତକୋଇଲି ବ୍ଲକ ବଡ଼କ୍ଷୀର ପଞ୍ଚାୟତ ଗୋପପୁର ଗ୍ରାମର ଉମାକାନ୍ତ ପଲେଇଙ୍କ ପୁତ୍ର ସୌମ୍ୟରଂଜନ ପଲେଇ (୯)ବର୍ଷ ଅଚ୍ୟୁତପୁର ସ୍ଥିତ ତାଙ୍କ ମାମୁଁ ଘର ହଳଧର ଦାସଙ୍କ ଘରେ ରହି ପାଠ ପଢୁଥିଲେ । ସକାଳୁଆ ସ୍କୁଲ ଥିବାରୁ ଛୁଟି ହେବା ପରେ ସାଇକେଲ ଯୋଗେ ଘରକୁ ଫେରୁଥିବା ବେଳେ ୮ ନଂ କେନାଲରେ ପଡ଼ି ଯାଇଥିଲେ। ସୌମ୍ୟରଂଜନ ଘରକୁ ନଫେରିବାରୁ ତାଙ୍କୁ ଖୋଜାଖୋଜି କରୁଥୁବା ବେଳେ ସାଇକେଲ କେନାଲ ବନ୍ଧରେ ପଡ଼ିଥିବା ଦେଖି ସନ୍ଦେହ ହେବାରୁ ପରିବାର ଏବଂ ସ୍ଥାନୀୟ ଲୋକେ କେନାଲ ଭିତରେ ଖୋଜାଖୋଜି କରି ତାଙ୍କୁ ପାଇଥିଲେ। ସୌମ୍ୟରଂଜନ ତାଙ୍କ ବାପ ମାଆଙ୍କର ଏକମାତ୍ର ପୁତ୍ର ସନ୍ତାନ ହୋଇଥିବାରୁ ତାଙ୍କର ଅକାଳ ବିୟୋଗରେ ନିଜ ଗାଁ ଏବଂ ମାମୁଁ ଘର ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି l
Sign in
Sign in
Recover your password.
A password will be e-mailed to you.