ଜରି ଏବଂ ବୋତଲ ଗୋଟାଇ ପେଟ ପୋଷୁ ଥିବା ଶିଶୁଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ

6

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଥିଲା ଯେ ପାରଳାଖେମୁଣ୍ଡି ସହରକୁ କିପରି ଶିଶୁ ଶ୍ରମିକ ଏବଂ ଶିଶୁ ଭିକ୍ଷୁକ ମୁକ୍ତ କରାଯିବ , ସେଥିପ୍ରତି ଯଥେଷ୍ଟ ଧ୍ୟାନ ଦେବେ। ତାକୁ ଆଖି ଆଗରେ ରଖି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ନେତୃତ୍ୱରେ ଏକ ଦଳ ଗତ କିଛି ଦିନ ହେଲା ସହରର ପ୍ରତି କୋଣ ଏବଂ ଅନୁକୋଣରେ ବୁଲିବା ସହ , କିପରି କୌଣସି ଶିଶୁଙ୍କୁ ଉପରୋକ୍ତ କାଯ୍ୟରେ ନ ଲଗାଯିବ , ସେଥିପ୍ରତି ଧ୍ୟାନ ଦିଆଯାଉଛି।
ଆଜି ଏହି ଦଳ ଆଗରେ କଲେଜ ଛକରେ ୩ ଜଣ ଶିଶୁ ଜରି ଏବଂ ବୋତଲ ଗୋଟାଇବା ନଜରକୁ ଆସିଥିଲା। ଏହି ପିଲାମାନେ ତାଙ୍କ ମାଆଙ୍କ ସହ ଏହି କାର୍ଯ୍ୟରେ ନିଯୋଜିତ ଥିଲେ। ପିଲାମାନଙ୍କ ବୟସ ୧୪ , ୧୦, ୮ ବର୍ଷ ଥିଲାବେଳେ ଏମାନଙ୍କ ମଧ୍ୟରୁ ଦୁଇଜଣ ଝିଅ ଏବଂ ଜଣେ ପୁଅ ଥିଲେ।
ଏହି ଦଳ ସେହି ଜାଗରୁ ପିଲାମାନଙ୍କୁ ଉଦ୍ଧାର କରି ଶିଶୁ ମଙ୍ଗଳ ସମିତି, ଗଜପତି ଆଗରେ ଉପସ୍ଥାପନ କରିଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ ପିଲାମାନଙ୍କର ମାଆ ଏବଂ ବାପା ଶିଶୁ ମଙ୍ଗଳ ଆଗରେ ପହଞ୍ଚି ଥିଲେ।
ମାଆ ଏବଂ ବାପା ଲିଖିତ ଆକାରରେ ଶିଶୁ ମଙ୍ଗଳ ସମିତି କୁ ଜଣାଇଥିଲେ ଯେ , ଏହିପରି କାର୍ଯ୍ୟରେ ଆଗକୁ ସେମାନେ ଶିଶୁମାନଙ୍କୁ ନିୟୋଜିତ କରିବେ ନାହିଁ। ତାପରେ ଯାଇ , ଶିଶୁ ମଙ୍ଗଳ ସମିତି ଶିଶୁମାନଙ୍କୁ ବାପା ଏବଂ ମାଆଙ୍କ ପାଖକୁ ହସ୍ତାନ୍ତର କରିଥିଲେ।
ଶିଶୁମାନଙ୍କୁ ପରାମର୍ଶ ଦେଲା ପରେ ଜଣା ପଡ଼ିଲା ଯେ ପିଲାମାନେ ପାଠ ପଢ଼ିବା ପାଇଁ ଆଗ୍ରହ ଅଛନ୍ତି । ମା ଏବଂ ବାପା ମଧ୍ୟ ଏଥିପ୍ରତି ଆଗ୍ରହ ଅଛନ୍ତି। ଆଗାମୀ ଦିନରେ ପିଲାମାନଙ୍କୁ ପାଠ ପଢ଼ାଇ , ସମାଜର ମୁଖ୍ୟ ସ୍ରୋତରେ କିପରି ସାମିଲ କରାଯିବ ତାହା ଜିଲ୍ଲା ପ୍ରଶାସନର ଦାୟିତ୍ଵ ରହିଲା।

Leave A Reply

Your email address will not be published.