ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ ମୁତାବକ ଆଜି (ଶନିବାର) ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ଜି.ସନୁକ ରାଓଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଉଚ୍ଚ ଶିକ୍ଷା ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।
ବାପାଙ୍କ ଦେହାନ୍ତ ପରେ ଆର୍ଥିକ ସ୍ଥିତି ସଚ୍ଛଳ ନଥିବା ହେତୁ ଉଚ୍ଚ ଶିକ୍ଷା ପାଇଁ ପାଠପଢିବାକୁ ଅସମର୍ଥ ହେଉଥିଲେ। ସେଥିପାଇଁ ସନୁକ ଆର୍ଥିକ ସହାୟତା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ଫଳ ସ୍ୱରୂପ ମାନ୍ୟବର ମୁଖ୍ୟମନ୍ତ୍ରୀ ସନୁକଙ୍କ ଅନୁରୋଧ ରକ୍ଷା କରି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ୧୫ ହାଜର ଟଙ୍କାର ଚେକ ପ୍ରଦାନ କରିଛନ୍ତି।
ଏହି ଆର୍ଥିକ ସହାୟତା ଫଳରେ ସନୁକ ଆଗକୁ ଉତ୍ତମ ପାଠପଢିବା ସହିତ ନିଜର ଲକ୍ଷ ପୁରଣ କରିପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି। ସୂଚନା ଯେ , ସନୁକ ରାଓ ପାରଳାଖେମୁଣ୍ଡି ସ୍ଥିତ ଜଙ୍ଗମ୍ ସାହି ବାସିନ୍ଦା ଅଟନ୍ତି। ସେ ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟ +୨ ର ଛାତ୍ର ଅଟନ୍ତି।
ଏହି ଆର୍ଥିକ ସହାୟତା ପ୍ରଦାନ ସମୟରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରାଜେନ୍ଦ୍ର ମିଞ୍ଜ , ଛେଳିଗଡ଼ ସ୍ଵତନ୍ତ୍ର ଭୂ-ଅଧିଗ୍ରହଣ ଅଧିକାରୀ ଶ୍ରୀଯୁକ୍ତ ରବୀନ୍ଦ୍ର କହଁର , ଡେପୁଟୀ କଲେକ୍ଟର ଶ୍ରୀ କମଳକାନ୍ତ ପଣ୍ଡା ସମେତ ଅନ୍ୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.