ଉଦ୍ୟମ ଭଲ, ହେଲେ କାମ ଖଣ୍ଡିଆ On Nov 22, 2017 18 Share ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗର ଅନଲାଇନ ଆବେଦନ ନିଷ୍ପତ୍ତି ସ୍ୱାଗତଯୋଗ୍ୟ ହେଲେ ଏଚ.ପି.ସି. ରେଜିଷ୍ଟ୍ରେସନ ୱେବସାଇଟ କାମ କରୁନାହିଁ । ବାରିପଦାରୁ ଦିଲ୍ଲୀପ ମହାନ୍ତି – ଉଚ୍ଚ ଶିକ୍ଷା ବିଭାଗ ଚଳିତ ବର୍ଷ ଠାରୁ ନୂତନ ବିଷୟ ଖୋଲିବା, ସ୍ଥାନ ବୃଦ୍ଧି କରିବା, ରେକଗ୍ନିସନ ପାଇଁ ଅନଲାଇନ ଆବେଦନ କରିବାର ବ୍ୟବସ୍ଥା ଆରମ୍ଭ କରାଯାଇଛି । ଏପରିକି, ଯେଉଁ କଲେଜମାନେ ଚଳିତ ବର୍ଷ ଅଫ୍ ଲାଇନ ଆବେଦନ କରିସାରିଛନ୍ତି ସେମାନେ ମଧ୍ୟ ଅନଲାଇନ ଆବେଦନ କରିବା ପାଇଁ ବାଧ୍ୟ ବୋଲି ଉଚ୍ଚ ଶିକ୍ଷା ବିଭାଗ ତରଫରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ମାତ୍ର ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ହୋଇଥିବା ସମୟରେ ଉଚ୍ଚ ଶିକ୍ଷାବିଭାଗର ଯେଉଁ ୱେବସାଇଟ୍ ଏଚ.ପି.ସିରେ ରେଜିଷ୍ଟ୍ରେସନ କରିବାକୁ କୁହାଯାଇଛି ସେଥିରେ ରେଜିଷ୍ଟ୍ରେସନ କଲା ପରେ କେତେକ ସମୟରେ ଭୁଲ ଆଇ.ଡି. ବା ପାସୱାଡ ବୋଲି ଦର୍ଶାଉଛି । ଯାହା ଫଳରେ ୱେବସାଇଟରେ ଆବେଦନ କରିବାର ପେଜ ଖୋଲିବାରେ ସଫଳତା ମିଳିପାରୁ ନାହିଁ । ଯଦିଓ ସମୟ ସମୟରେ ସଂପୃକ୍ତ ୱେବସାଇଟ ଖୋଲିଲେ ମଧ୍ୟ ଏଡିଟ୍ ଆପଲିକେସନ ଏବଂ ଆପଲିକେସନ ଷ୍ଟାଟସ ଦେଖାଉଛି । ଏଡିଟ୍ ଅପସନରେ କ୍ଲିକ୍ କଲେ ଆପଲିକେସନ ନମ୍ବର ମାଗୁଛି । ଯେଉଁ କଲେଜମାନେ ମୂଳରୁ ରେଜିଷ୍ଟ୍ରେସନ କରିନାହାନ୍ତି ବା ନୂଆ କରି ଆବେଦନ କରିବାକୁ ଚାହୁଁଛନ୍ତି ସଂପୃକ୍ତ କଲେଜମାନେ ଆପଲିକେସନ ନମ୍ବର ପାଇବେ କେଉଁଠୁ ? ତେଣୁ ବହୁ କଲେଜ ଟ୍ରେଜେରୀ ଚାଲାଣ ଜମା କରିସାରିଥିଲେ ମଧ୍ୟ ଏଚ.ପି.ସି. ଅନଲାଇନ ଆବେଦନ କରିବା କ୍ଷେତ୍ରରେ ସେମାନେ ଅସମର୍ଥ ହେଉଛନ୍ତି । ଏଥିରେ କଲେଜମାନଙ୍କୁ ସାହାଯ୍ୟ କରିବା ପାଇଁ କୌଣସି ଯୋଗାଯୋଗ ନମ୍ବର ଅଥବା ହେଲପ ଲାଇନର ବ୍ୟବସ୍ଥା ଉପଲବ୍ଧ ହେଉ ନାହିଁ । ତେଣୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏହି ପ୍ରକାରର ଅସୁବିଧା ନିମନ୍ତେ ଚଳିତ ବର୍ଷ ପାଇଁ ଅଫ୍ ଲାଇନ ଆବେଦନ ଗ୍ରହଣ କରିବା ସହିତ ୱେବସାଇଟରେ ଥିବା ତୃଟିକୁ ସୁଧାରିବା ନିମନ୍ତେ ଯତ୍ନବାନ ହେବା ପାଇଁ ସଚେତନ ନାଗରିକ ମଞ୍ଚ ପକ୍ଷରୁ ସାଧାରଣ ସମ୍ପାଦକ ପ୍ରଦୀପ କୁମାର ନାଏକ ଦାବି କରିଛନ୍ତି । 18 Share FacebookTwitterGoogle+ReddItWhatsAppPinterestEmail