ଦୁର୍ଘଟଣା ରେ ମୃତ୍ୟୁ ଘଟିଥିବା ପରିବାରକୁ ଠକି ଦେଲା ପ୍ରଶାସନ, ଗ୍ରାମବାସୀ ପକ୍ଷରୁ ବରଗଡ, ବିଜେପୁର ମୂଖ୍ୟ ରାସ୍ତା ଅବରୋଧ ।

6

ବିଜେପୁର :- ବରଗଡ ଜିଲ୍ଲା ବିଜେପୁର ଏନ୍ ଏ ସି ଅଧୀନରେ ଥିବା ଏମ ଗଣ୍ଡପାଲି ଠାରେ ଗତ ଦୁଇ ମାସ ତଳେ ଏକ ଟ୍ରକ ଧକ୍କାରେ ଦୂର୍ବିନ ସାହୁଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଗ୍ରାମବାସୀ ଓ ପରିବାର ଲୋକେ କ୍ଷତିପୂରଣ ଦାବୀରେ ବରଗଡ ବିଜେପୁର ମୂଖ୍ୟ ରାସ୍ତା ଅବରୋଧ କରିଥିଲେ । ପରେ ବିଡ଼ିଓ, ତହସିଲଦାର ଓ ପୋଲିସ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରିବା ସହ ସ୍ଥାନୀୟ ତହସିଲଦାର ୧୦ହଜାର ଟଙ୍କା ରେଡ କ୍ରସ ପାଣ୍ଠିରୁ ଦେଇଥିଲେ । ଘରର ମୂରବୀ ତଥା ପରିବାର ଭରଣ ପୋଷଣ କରୁଥିବା ଦୂର୍ବିଁନ୍ ଙ୍କ ମୃତ୍ୟୁ କ୍ଷତି ପୂରଣ ପାଇଁ ଦାବୀ ଜୋର୍ ଧରିଥିବା ସହ ଦୁର୍ଘଟଣା ଘଟାଇଥିବା ଟ୍ରକ କୁ ଧରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ ହେଲା ଫଳରେ ବାଧ୍ୟ ହୋଇ କ୍ଷତି ପୂରଣ ପାଇଁ ପ୍ରତିଶୃତି ଦେଇଥିଲା ପ୍ରଶାସନ ତେବେ ଆଜି କୁ ଦୁଇ ମାସ ହେଲା ନା କ୍ଷତିପୂରଣ ମିଳିଲା ନା ଟ୍ରକ କୁ ଧରିଲା ପୋଲିସ , ଏନେଇ ଟଙ୍କା ଲାଞ୍ଚ ନେଇ ପୋଲିସ ପ୍ରଶାସନ ଚୁପ ଥିବା ଅଭିଯୋଗ ଆଣିଛନ୍ତି ଲୋକେ । ଆଜି କ୍ଷତିପୂରଣ ସହ ନ୍ୟାୟ ଦାବୀରେ ବରଗଡ ବିଜେପୁର ମୂଖ୍ୟ ରାସ୍ତା ଅବରୋଧ କରିଛନ୍ତି । ଫଳରେ ଶତାଧିକ ମାତ୍ରାରେ ବସ, ଟ୍ରକ ସହ ଦୁଇ ଚକିଆ ମୋଟର ସାଇକେଲ ଅଟକି ରହିଥିବା ବେଳେ କିଛି ଲୋକେ ରାସ୍ତା ଅବରୋଧ ଦେଖି ଫେରି ଯାଉଛନ୍ତି । ଏଠି ପ୍ରଶ୍ନ ଉଠୁଛି ଏତେ ସମୟ ଧରି ରାସ୍ତା ବନ୍ଦ ଥିବା ବେଳେ ପ୍ରଶାସନ ନୀରବ ଦ୍ରଷ୍ଟା ସାଜିଛି।

Leave A Reply

Your email address will not be published.