ଉନ୍ନୟନ କମିଶନର-ତଥା ଜଳସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ବନ୍ୟା ନିୟନ୍ତ୍ରଣ କକ୍ଷ ପରିଦର୍ଶନ

5

 ସତର୍କ ଦୃଷ୍ଟି ରଖି ଜଳ ପରିଚାଳନା କରିବାକୁ ଯନ୍ତ୍ରୀ ଏବଂ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ।

ଭୁବନେଶ୍ୱର ତା-୦୮.୦୮.୨୦୨୪: ରାଜ୍ୟ ଉନ୍ନୟନ କମିଶନର-ତଥା -ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଳସମ୍ପଦ ବିଭାଗ ଶ୍ରୀମତୀ ଅନୁ ଗର୍ଗଆଜି ପୂର୍ବାହ୍ନରେସେଚ ସଦନସ୍ଥିତ ବନ୍ୟା ନିୟନ୍ତ୍ରଣ କକ୍ଷ ପରିଦର୍ଶନ କରି ସେଠାରେ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଓ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ହୀରାକୁଦ ଏବଂ ରେଙ୍ଗାଲୀ ଜଳ ଭଣ୍ଡାର ସମେତ ରାଜ୍ୟର ଅନ୍ୟ ବିଭିନ୍ନ ନଦୀ ଅବବାହିକାରେ ଥିବା ବୃହତ୍, ମଧ୍ୟମଜଳ ଭଣ୍ଡାରର ଜଳସ୍ତର ଓ ନଦୀରେ ଜଳ ପ୍ରବାହ ସ୍ଥିତି ଅନୁଧ୍ୟାନ କରିଥିଲେ ।
ବିଭିନ୍ନ ଜିଲ୍ଲାରେ ଲାଗି ରହିଥିବା ମୌସୁମୀ ଓ ଲଘୁଚାପ ଜନିତ ଲଗାଣ ବର୍ଷା, ଆଗକୁ ଲଘୁଚାପ ଫଳରେ ଅଧିକ ବର୍ଷା ସମ୍ଭାବନା ସଂପର୍କରେ ପାଣିପାଗ ବିଭାଗର ସତର୍କ ସୂଚନାକୁ ଦୃଷ୍ଟିରେ ରଖି ବିଭିନ୍ନ ଜଳ ଭଣ୍ଡାର ଓ ନଦୀରେ ଜଳ ପ୍ରବାହ ପ୍ରତି ତୀକ୍ଷ୍ନ ଦୃଷ୍ଟି ରଖିବା ସହ ସତର୍କତାର ସହ ଜଳ ପରିଚାଳନା କରିବା ଏବଂ ତଦାରଖ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବାକୁ ସେ ସମସ୍ତ ଯନ୍ତ୍ରୀ ଓ ଅଧିକାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି । ଅନୁଧ୍ୟାନରୁ ସାଂପ୍ରତିକ ସ୍ଥିତିରେ ବିଭିନ୍ନ ଜଳ ଭଣ୍ଡାର ଓ ନଦୀରେ ଜଳ ପ୍ରବାହସ୍ଥିତି ବିପଦଜନକ ସ୍ଥିତିରେ ନ ଥିବା ଉନ୍ନୟନ କମିଶନର ତଥା ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିଶ୍ଚିତ ହୋଇଥିଲେ । ଆଜି ହୀରାକୁଦ ଜଳଭଣ୍ଡାରରୁ୮ଟି ଗେଟ୍ ଦେଇ ଅତିରିକ୍ତ ଜଳ ପ୍ରବାହିତ ହେଉଛି । ଗଠିତ ସ୍ୱତନ୍ତ୍ର ବୈଷୟିକ କମିଟିର ପରାମର୍ଶ ଅନୁଯାୟୀ ହୀରାକୁଦ ସମେତ ବିଭିନ୍ନ ଜଳ ଭଣ୍ଡାରରେ ଜଳସ୍ତର ସ୍ଥିତି ବଜାୟ ରଖାଯିବା ଉପରେ ଗୁରୁତ୍ୱ ଦିଆଯାଇଛି ।ଲଗାଣବର୍ଷାରେ ଯେଉଁଠି ବନ୍ୟା ସ୍ଥିତି ଦେଖାଯାଉଛି , ନଦୀବନ୍ଧ ପ୍ରଭାବିତ ହେବା ସୂଚନା ରହୁଛି ଏବଂ ବିଶେଷ କରିଡ୍ରେନେଜ୍ ସମସ୍ୟା ଉପୁଜୁଛି, ସେଥିପ୍ରତି ଜଳସମ୍ପଦ ବିଭାଗର ଯନ୍ତ୍ରୀମାନେ ଜିଲ୍ଲା ପ୍ରଶାସନ ସହଯୋଗରେ ତ୍ୱରିତ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଥିଲେ । ସେହିପରି ବିଭାଗର ଏସ୍ଓପି ଅନୁସାରେ କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁସତର୍କ ରହି କାର୍ଯ୍ୟ ପରିଚାଳନା କରିବାକୁ ମଧ୍ୟସେ ନିର୍ଦ୍ଦେଶ ଦେଇଛନ୍ତି ।
ପ୍ରକାଶ ଥାଉକି, ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଭିନ୍ନ ସମୟରେ ରାଜ୍ୟର ବିଭିନ୍ନ ବୃହତ ଓ ମଧ୍ୟମ ଜଳ ଭଣ୍ଡାରଗୁଡିକର ସ୍ଥିତି ଓ ବିଭିନ୍ନ ନଦୀରେ ଜଳ ପ୍ରବାହର ସ୍ଥିତି ସଂପର୍କରେ ନିୟମିତ ଅନୁଧ୍ୟାନ କରିବା ସହିତ ଏ ସଂପର୍କରେ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ, ମୁଖ୍ୟ ଯନ୍ତ୍ରୀ ଓ ଅଧିକାରୀମାନଙ୍କ ସହ ଆଲୋଚନା କରୁଛନ୍ତି । ଏଥି ସହିତ ସଂପୃକ୍ତ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ବରାବର ଯୋଗାଯୋଗ ରଖି ଜଳ ଓ ନଦୀବନ୍ଧ ପରିଚାଳନା କାର୍ଯ୍ୟକୁ ଗୁରୁତ୍ୱ ଦେଇଆସୁଛନ୍ତି ।

Leave A Reply

Your email address will not be published.