ପୀଠା ଯୋଜନା ଆରମ୍ଭ :  ଯୋଜନା ସଂପର୍କରେ ସମସ୍ତେ ଜାଣିବାକୁ ଜିଲ୍ଲାପାଳଙ୍କ ଆହ୍ୱାନ ।

0

ଯାଜପୁର/ jAYASHANKAR DASH

 ଯାଜପୁର ଜିଲ୍ଲାର ୩୧୧ ଗୋଟି ପଞ୍ଚାୟତ ମଧ୍ୟରୁ ୫୬ ଟି ପଞ୍ଚାୟତରେ ରାଜ୍ୟ  ସରକାରଙ୍କର ପୀଠା କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଯାଇଚ୍ଥି ।  ଏହି ପଞ୍ଚାୟତ ମାନଙ୍କରେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା, ନିର୍ମାଣ ଶ୍ରମିକ ହିତାଧିକାରୀଙ୍କୁ ସହାୟତା, ମଧୁବାବୁ ପେନ୍ସନ୍ ଯୋଜନା ସହାୟତା, ପକ୍କା ଘର ଯୋଜନାରେ ୪ ମାସ ଓ ୬ ମାସରେ ଘର ପୂର୍ଣ୍ଣାଙ୍ଗ କରିଥିବାରୁ ଆର୍ଥିକ ସହାୟତା ଇତ୍ୟାଦି ପ୍ରଦାନ କରାଯାଇଚ୍ଥି ।  ଧର୍ମଶାଳା ବ୍ଲକର ବୃନ୍ଦାଦେଇପୁର ପଞ୍ଚାୟତ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ରଂଜନ କୁମାର ଦାସ ଯୋଗଦେଇ ସରକାର ପ୍ରତ୍ୟେକ ଲୋକଙ୍କ ପାଇଁ ଯେଉଁ ଯୋଜନା କରୁଚ୍ଥନ୍ତି ତାହା ଯେପରି ସଠିକ ହିତାଧିକାରୀଙ୍କ ନିକଟରେ ପହଞ୍ଚିପାରିବ ସେଥିପ୍ରତି ଉତ୍ତରଦାୟୀ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ ।  ଜାଣିଲେ ଜିଣିବା ।  ପ୍ରତ୍ୟେକ  ଲୋକ ତାଙ୍କ ପାଇଁ ଥିବା ଯୋଜନା ସଂପର୍କରେ ଅବଗତ ହେବା ଓ  ଯୋଜନାର ସୁପଂଳ ପାଇବା ଏହି ପୀଠା କାର୍ଯ୍ୟକ୍ରମର ଉଦେ୍ଧଶ୍ୟ ।  ହିତାଧିକାରାଙ୍କୁ ନିଜ ପଞ୍ଚାୟତରେ ଏହି ସହାୟତା ପ୍ରଦାନ ଦ୍ୱାରା ଅନ୍ୟ ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ଚିହ୍ନଟ କରାଯାଇପାରିବ  ବା ଯେଉଁ ହିତାଧିକାରୀ ବଞ୍ଚିତ ହୋଇଚ୍ଥନ୍ତି ସେମାନେ ଏହାର ସୁପଂଳ ପାଇବାକୁ ଚେଷ୍ଟିତ ବୋଲି ସେ କହିଥିଲେ ।  ଏଥିରେ ଧର୍ମଶାଳା ବି.ଡି.ଓ.  ଅମ୍ବିକା ପ୍ରସାଦ ଦାଶ, ଏ.ପି.ଡି.  ସୋହନା ବେଗମ, ଅନ୍ୟାନ୍ୟ ବ୍ଲକ ଓ ପଞ୍ଚାୟତ ସ୍ତରୀୟ ଅଧିକାରୀ, ଲୋକ ପ୍ରତିନିଧି ମାନେ ଯୋଗ ଦେଇଥିଲେ ।  ଜିଲ୍ଲାପାଳ ମୁଖ୍ୟମନ୍ତ୍ରୀ  କଳାକାର ସହାୟତା ଯୋଜନାର ହିତାଧିକାରୀଙ୍କୁ ନଭେମ୍ୱର ଓ ଡିସେମ୍ୱର  ୨ ମାସର ସହାୟତା ବାବଦକୁ ମାସିକ ୧୨୦୦ ଟଂକା ହିସାବରେ ୨୪୦୦ ଟଂକାର ଚେକ୍ ପ୍ରଦାନ କରିଥିଲେ ।  ବିଭିନ୍ନ ବିଭାଗ ପକ୍ଷରୁ ସାଧାରଣ ଲୋକ ମାନଙ୍କ ପାଇଁ ଥିବା  ଯୋଜନା ସଂପର୍କରେ ସୂଚନା ପ୍ରଦାନ ସହ ପୋଷ୍ଟର, ବ୍ୟାନର ପ୍ରଦର୍ଶିତ ହୋଇଥିଲା  ।  ବିବିଧ ଯୋଜନା ସଂପର୍କରେ ପାରମ୍ପରିକ ଲୋକକଳା ମାଧ୍ୟମରେ କଳାକାରମାନେ କଳା ଓ ବିବିଧ ସୂଚନା ପ୍ରଦର୍ଶନ କରିଥିଲେ ।  ସ୍ୱୟଂ ସହାୟକ ଗୋଷ୍ଠୀ  ପକ୍ଷରୁ ବିଭିନ୍ନ ପ୍ରକାରର ପୀଠା ପ୍ରଦର୍ଶନ ସହ ବିକ୍ରୟ ବ୍ୟବସ୍ଥା ମଧ୍ୟ କରାଯାଇଥିଲା ।  ପରେ ଜିଲ୍ଲାପାଳ କୋରାଇ ବ୍ଲକ କରଦା ପଞ୍ଚାୟତରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବା ସହ ହିତାଧିକାରୀଙ୍କୁ ସହାୟତା ପ୍ରଦାନ   କରିଥିଲେ ।  କୋରାଇ ଗୋଷ୍ଠୀ  ଉନ୍ନୟନ ଅଧିକାରୀ  ହେମନ୍ତ କୁମାର ବିହାରୀ, ସଂସ୍କୃତି ଅଧିକାରୀ ସନ୍ତୋଷ କୁମାର ସେଠୀ, କରଦା ସରପଞ୍ଚ ଗଣେଷ ଚନ୍ଦ୍ର ସାହୁ, ଡିଭିଜିନାଲ ଶ୍ରମ ଆୟୁକ୍ତ ସୁନିଲ କୁମାର ସାହୁ ଓ ଅନ୍ୟାନ୍ୟ ଅଧିକାରୀ, ଲୋକ ପ୍ରତିନିଧି ମାନେ ଯୋଗ ଦେଇଥିଲେ ।  ପ୍ରଥମ ଦିବସରେ ଜିଲ୍ଲାର ୧୦ ଟି ଯାକ ବ୍ଲକର ୫୬ ଟି ପଞ୍ଚାୟତରେ ଏହି ପୀଠା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ୧୬ ତାରିଖରେ ୫୧ ଟି, ୧୭ ତାରିଖରେ ୬୦ ଟି, ୧୮ ତାରିଖରେ ୪୯ ଟି, ୧୯ ତାରିଖରେ ୫୦ ଟି ଓ ୨୦ ତାରିଖରେ ୪୫ ଗୋଟି ପଞ୍ଚାୟତରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ  ହେବ ।  କାର୍ଯ୍ୟକ୍ରମକୁ ସୁନ୍ଦର ଓ ସଠିକ ପରିଚାଳନା ପାଇଁ ଜିଲ୍ଳ୍ାପାଳ ଶ୍ରୀ ଦାସ ୨୦ ଜଣ ଅଧିକାରୀଙ୍କୁ ବିଭିନ୍ନ ବ୍ଲକ  ଦାୟିତ୍ୱ ଦେଇଚ୍ଥନ୍ତି ।  ଧାର୍ଯ୍ୟଲକ୍ଷ୍ୟ ଅନୁସାରେ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରାଯାଉଚ୍ଥି ।  ଯେଉଁ  ହିତାଧିକାରୀ ଏହି ସମୟ ମଧ୍ୟରେ ସହାୟତା ନ ପାଇଚ୍ଥନ୍ତି ପରବର୍ତ୍ତୀ ସମୟରେ ସେମାନଙ୍କୁ ମଧ୍ୟ ଏହି ସହାୟତା ଯୋଗାଇ ଦିଆଯିବ ବୋଲି ଜିଲ୍ଳ୍ାପାଳ ସୂଚନା ଦେଇଥିଲେ ।

 

 

Leave A Reply

Your email address will not be published.