କୃଷି ଯୋଜନାର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହ ଦେଓ

5
  • ପ୍ରଶାସନିକ ଜ୍ଞାନ ଆଦାନପ୍ରଦାନ ସମ୍ବନ୍ଧିତ ଇ-ପୁସ୍ତିକାର ଉନ୍ମୋଚନ

  • ପିଏମ କିଷାନ ଯୋଜନାର କାର୍ଯ୍ୟକାରିତା ଉପରେ ଆଲୋଚନା

  • କୃଷକ ହେଲପଲାଇନ ନମ୍ବରରେ ପ୍ରତିନିଧିଙ୍କ ସହ କଥାହେଲେ ମନ୍ତ୍ରୀ

ଭୁବନେଶ୍ୱର: କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଆଜି କୃଷି ଭବନରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛିା ଶ୍ରୀ ସିଂହଦେଓ ବିଭାଗକୁ ଅଧିକ କ୍ରିୟାଶୀଳ କରିବା ସହିତ କାର୍ଯ୍ୟକ୍ରମଗୁଡିକୁ ସମ୍ପ୍ରସାରିତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତିା ବିଭିନ୍ନ ଯୋଜନାର ସମୀକ୍ଷା ଅବସରରେ ଉପ ମୁଖ୍ୟମନ୍ତ୍ରୀ ପିଏମ୍ କିଷାନ, ଡିଜିଟାଲ ଫସଲ ସର୍ଭେ ଏବଂ କୃଷି କ୍ଷେତ୍ରରେ ନୂତନ ସରକାରଙ୍କ ପ୍ରାଥମିକତା ତଥା ନିଆ ଯାଇଥିବା ପଦକ୍ଷେପ ବିଷୟରେ ସମୀକ୍ଷା କରିଥିଲୋ ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ ଏବଂ ବିଭାଗର ସମସ୍ତ ନିର୍ଦ୍ଦେଶକଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲୋ
ଏହି ଅବସରରେ ମାନ୍ୟବର ଉପମନ୍ତ୍ରୀ ପ୍ରଭାବଶାଳୀ ପ୍ରଶାସନ ପାଇଁ ଜ୍ଞାନ ଆଦାନପ୍ରଦାନ (କେ-ଏସଇଏ) ଶୀର୍ଷକ ଇ-ପୁସ୍ତିକା ଉନ୍ମୋଚନ କରିଥିଲୋ ଏହି ପୁସ୍ତିକା ଯେପରି ବିଭାଗର ସମସ୍ତ ଅଧିକାରୀ ତଥା ଅନ୍ୟାନ୍ୟ ବିଭାଗ ନିକଟରେ ପହଞ୍ଚି ରେଫରେନ୍ସ ଓ ଅନୁଧ୍ୟାନ ପାଇଁ ଉପାଦେୟ ହୋଇପାରିବ ସେ ଦିଗରେ ସମସ୍ତ ପ୍ରକାର ଉଦ୍ୟମ କରାଯିବ ବୋଲି ପ୍ରମୁଖ ଶାସନ ସଚିବ ଡ. ପାଢୀ ମାନ୍ୟବର ମନ୍ତ୍ରୀ ଓ ଉପସ୍ଥିତ ସମସ୍ତ ଅଧିକାରୀମାନଙ୍କୁ ପ୍ରତିଶ୍ରୁତି ଦେଇଥିଲୋ
ପ୍ରାରମ୍ଭରେ କୃଷି ବିଭାଗର ନିର୍ଦ୍ଦେଶକ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ସହ କାଳିଆ ଓ ପିଏମ୍ କିଷାନ ଯୋଜନାର ପୃଷ୍ଠଭୂମି ଓ ରୂପରେଖ ସମ୍ବନ୍ଧରେ ବିସ୍ତୃତ ଭାବେ ତଥ୍ୟ ପ୍ରଦାନ କରିଥିଲୋ ସେ ଉକ୍ତ ଯୋଜନାର ସବିଶେଷ ତଥ୍ୟ ଉପସ୍ଥାପନ ପୂର୍ବକ ଏହାର କାର୍ଯ୍ୟକାରିତା ଉପରେ ଆଲୋଚନା କରିଥିଲୋ ପ୍ରମୁଖ ଶାସନ ସଚିବ ଏହି ଯୋଜନାର ପରିବର୍ଦ୍ଧିତ କାର୍ଯ୍ୟାନ୍ୱୟନ ନିମନ୍ତେ ବିଭିନ୍ନ ପ୍ରସ୍ତାବ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ମାନ୍ୟବର ମନ୍ତ୍ରୀଙ୍କ ନିଷ୍ପତ୍ତି ଲୋଡ଼ିଥିଲୋ ମାନ୍ୟବର ମନ୍ତ୍ରୀ ବିଶୃଙ୍ଖଳିତ ତଥା ଦୋଷୀ ଅଧିକାରୀଙ୍କ ବିରୋଧରେ ନିଆ ଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ପଚାରି ବୁଝିଥିଲୋ ଯୋଜନାଗୁଡିକର ସୁଫଳ ଲୋକଙ୍କ ପାଖରେ ପହଞ୍ଚିବା ଦରକାର ବୋଲି ଉଲ୍ଲେଖ କରି କୌଣସି ବିସଙ୍ଗତି ବା ଠକେଇ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତିା
Imageବୈଠକରେ ଡିଜିଟାଲ ଫସଲ ସର୍ବେକ୍ଷଣର ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା ଏବଂ ଏ ଦିଗରେ ନିର୍ଦ୍ଦେଶକ କୃଷକମାନଙ୍କୁ ବ୍ୟକ୍ତିଗତ ସେବା ପ୍ରଦାନରେ ସକ୍ଷମ କରାଇବା ଉପରେ ଗୁରୁତ୍ୱା ଆରୋପ କରାଯାଇଥିଲାା ଖରିଫ-୨୦୨୩ ରେ ଡିଜିଟାଲ ଫସଲ ସର୍ବେକ୍ଷଣର ପାଇଲଟ ପର୍ଯ୍ୟାୟରେ ସଫଳତା ବିଷୟରେ ମଧ୍ୟ ବିସ୍ତୃତ ଆଲୋଚନା କରାଯାଇଥିଲାା ଡିଜିଟାଲ ଫସଲ ସର୍ବେକ୍ଷଣ ଖରିଫ-୨୦୨୩ରୁ ମିଳିଥିବା ଶିକ୍ଷା ଆଧାରରେ ଖରିଫ-୨୦୨୪ରେ ରାଜ୍ୟର ୩୦ଟି ଜିଲ୍ଲାରେ ଏହା କରାଯିବା ଡିଜିଟାଲ ଫସଲ ସର୍ବେକ୍ଷଣ ପାଇଁ ଏକ ମୋବାଇଲ ଆପ୍ଲିକେସନ ଏବଂ େଓ୍ୱବପୋର୍ଟାଲର ବିକାଶ ଉପରେ ମଧ୍ୟ ଆଲୋଚନା ହୋଇଥିଲାା
କୃଷି କ୍ଷେତ୍ର ପାଇଁ ନୂଆ ସରକାରଙ୍କ ପ୍ରାଥମିକତାକୁ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଗ୍ରହଣ କରିବା ସହ ସମୀକ୍ଷା ବୈଠକ ଆଗକୁ ବଢ଼ିଥିଲାା ଓଡ଼ିଶା ମିଲେଟ୍ ମିଶନ ସମେତ ବିଭାଗର ପ୍ରୟାସ ଯୋଗୁଁ ମିଳିଥିବା ସଫଳତାର କାହାଣୀ ସମ୍ପର୍କରେ ପ୍ରମୁଖ ଶାସନ ସଚିବ ମାନ୍ୟବର ମନ୍ତ୍ରୀକୁ ଅବଗତ କରାଇଥିଲୋ କୋଭିଡ୍-୧୯ ମହାମାରୀ ସମୟରେ ନିଜ ସହରରେ ଚାଷ କରିବାର ଅଭିଜ୍ଞତା ବାଣ୍ଟି ମାନ୍ୟବର ମନ୍ତ୍ରୀ କୃଷି ବିଭାଗର ଅଂଶ ହୋଇଥିବାରୁ ଆନନ୍ଦ ପ୍ରକାଶ କରିଥିଲୋ କୃଷକ ହେଲ୍ପ ଲାଇନ ନମ୍ବର ୧୫୫୩୩୩ ଜରିଆରେ ଚାଷୀଙ୍କୁ ଚାଷ ଓ ପାଣିପାଗ ସମ୍ବନ୍ଧୀୟ ଜ୍ଞାନ ପ୍ରସାର ଓ ପରାମର୍ଶ ପ୍ରଦାନ କରୁଥିବା ଆମ କୃଷି ସମ୍ପର୍କରେ ଜାଣିବା ପରେ ମାନ୍ୟବର ମନ୍ତ୍ରୀ ତକ୍ଷଣାତ ହେଲ୍ପ ଲାଇନ ନମ୍ବରକୁ ଫୋନ୍ କରି ଚାଷୀଙ୍କୁ ଦିଆ ଯାଉଥିବା ସେବା ଓ ସମାଧାନ ବିଷୟରେ ବୁଝିବା ପାଇଁ ଆମ କୃଷି ପ୍ରତିନିଧିଙ୍କ ସହ କଥା ହୋଇଥିଲୋ
Imageକୃଷି ଆମ ଦେଶ ଅର୍ଥନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ବୋଲି ପ୍ରତିପାଦନ କରିବା ସହିତ ଉପମୁଖ୍ୟମନ୍ତ୍ରୀ କହିଥିଲେ ଯେ କୃଷିକ୍ଷେତ୍ରରେ ପ୍ରତ୍ୟେକ ପରିବାରକୁ ପ୍ରୋତ୍ସାହିତ ଓ ସାମିଲ କରିବା ପାଇଁ ଆମକୁ ପ୍ରୟାସ କରିବାର ଆବଶ୍ୟକତା ରହିଛିା ଲୋକମାନେ ଏଥିରୁ ଦୂରେଇ ଯାଉଛନ୍ତି ଏବଂ ଆମେ ସେମାନଙ୍କୁ ଶିଖାଇବା ଏବଂ ଜୀବିକା ଅର୍ଜନ କରିବାରେ ସକ୍ଷମ କରାଇବାର ଆବଶ୍ୟକତା ରହିଛିା ଆନ୍ତଃରାଜ୍ୟ ସ୍ଥାନାନ୍ତରକୁ ରୋକିବା ପାଇଁ କୃଷି ଓ ଆନୁଷଙ୍ଗିକ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବା ଉପରେ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲୋ ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ ଦିଗରେ ସମସ୍ତ ଅଧିକାରୀ ଯନିବାନ ହେବା ଆବଶ୍ୟକା ସମାଜର ଶେଷ ବର୍ଗର ଲୋକଙ୍କ ପାଖରେ ପହଞ୍ଚିବାର ଲକ୍ଷ୍ୟ ନେଇ ସେ ବିଭାଗୀୟ ଅଧିକାରୀମାନଙ୍କ ସହଯୋଗ ଲୋଡ଼ିବା ସହିତ କହେଲେ ଯେ, ମୁଁ ଆପଣଙ୍କ ଟିମିର ଏକ ଅଂଶା ଆମେ ଏକାଠି ଏକ ଦଳ ଭାବେ କାମ କରିବା ଏବଂ ପ୍ରତିଶ୍ରୁତି ପୂରଣ କରିବା, କୃଷକ ସମସ୍ୟାର ସମାଧାନ କରିବା ଏବଂ ଏହି ମିଶନକୁ ଆହୁରି ଆଗକୁ ନେବାର ପ୍ରୟାସ ଜାରି ରଖିବାା
ଏହି ସମୀକ୍ଷା ବୈଠକରେ ପ୍ରମୁଖ ଶାସନ ସଚିବ ଡ. ପାଢୀ ମାନ୍ୟବର ଉପମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ରାଜ୍ୟର କୃଷି କ୍ଷେତ୍ର ପ୍ରତି ତାଙ୍କର ଦୃଷ୍ଟିକୋଣକୁ ସାକାର କରିବାରେ କୃଷି ବିଭାଗର ପୂର୍ଣ୍ଣ ସହଯୋଗ ପାଇଁ ପ୍ରତିଶ୍ରୁତି ଦେଇଥିଲୋ

Leave A Reply

Your email address will not be published.