ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ଏକ ବଡ଼ ଦାୟିତ୍ୱ : ମନ୍ତ୍ରୀ ଶ୍ରୀ ମହାଲିଙ୍ଗ

6

ଜାତୀୟ ସ୍ୱାସ୍ଥ୍ୟ ମିଶନର ସମୀକ୍ଷା ବୈଠକ ନେଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ

ଭୁବନେଶ୍ୱର: ଆଜି ଅପରାହ୍ନରେ ଭୁବନେଶ୍ୱରସ୍ଥିତ ଜାତୀୟ ସ୍ୱାସ୍ଥ୍ୟ ମିଶନ ମୁଖ୍ୟ କାର୍ଯ୍ୟାଳୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ବିଭାଗୀୟ ସମୀକ୍ଷା ବୈଠକ କରିଛନ୍ତିା ବୈଠକରେ ଜାତୀୟ ସ୍ୱାସ୍ଥ୍ୟ ମିଶନର କାର୍ଯ୍ୟକାରିତା ଓ ବିଭିନ୍ନ ଯୋଜନା ଯଥା ଜନନୀ ସୁରକ୍ଷା ଯୋଜନା, ଜନନୀ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ, ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, ରକ୍ତ ଶିକୁଳିଜନିତ ରକ୍ତ ସମସ୍ୟା, ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଆଦି ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲାା ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ଏକ ବଡ଼ ଦାୟିତ୍ୱ ବୋଲି ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ବକ୍ତବ୍ୟରେ କହିଥିଲୋ ଆହୁରି ମଧ୍ୟ କହିଥିଲେ ଯେ, ଜାତୀୟ ସ୍ୱାସ୍ଥ୍ୟ ମିଶନ ଅନ୍ତର୍ଗତ ଆସୁଥିବା ମେଡ଼ିକାଲ କଲେଜଗୁଡିକରେ ବାୟୋମେଡ଼ିକାଲ ଇଂଜିନିୟରିଂ ବିଭାଗ ଖୋଲିବା ସହ ୧୦୮ ଆମ୍ବୁଲାନ୍ସଗୁଡିକର ରୋଗୀଙ୍କ ପାଖରେ ପହଞ୍ଚିବା ସମୟ ୧୫ ମିନିଟକୁ ଧାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତିା ସେହିପରି ଜାତୀୟ ସ୍ୱାସ୍ଥ୍ୟ ମିଶନ ଦ୍ୱାରା ପୂରଣ ହେଉଥିବା ସ୍ୱାସ୍ଥ୍ୟ ସେବା ପଦବୀଗୁଡିକୁ ଯଥାଶୀଘ୍ର ପୂରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତିା
Imageସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାକୁ ଉପଯୋଗ କରି ସ୍ୱାସ୍ଥ୍ୟସେବାକୁ ଅଧିକ ସରଳ ଓ ଜନକଲ୍ୟାଣକାରୀ କରିବାକୁ ବିଭାଗୀୟ ଅଧିକାରୀଙ୍କୁ କହିଥିଲୋ ରାଜ୍ୟର ଯେକୌଣସି କୋଣରେ ଥିଲେ ସୁଦ୍ଧା ଜଣେ ରୋଗୀ ଏହାର ଲାଭ ଉଠାଇ ପାରିବ ସେ ଦିଗରେ ସଚେତନ ହେବାକୁ କହିଛନ୍ତିା ସେହିଭଳି ସିଏଚସିଗୁଡିକର ୨୪ ଘଣ୍ଟିଆ କାର୍ଯ୍ୟକ୍ଷମ ଓ ପରିଷ୍କାର ପରିଚ୍ଛନ୍ନତା ଉପରେ ଧ୍ୟାନ ଦେବାକୁ ବୈଠକରେ କହିଥିଲୋ ସ୍ୱାସ୍ଥ୍ୟ ପାଇଁ ଯୋଗ ହିତକାରୀ ତେଣୁ ଏହି ଅନୁସାରେ ପ୍ରତି ଜିଲ୍ଲା ତଥା ସହରାଞ୍ଚଳରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ରଗୁଡିକରେ ନିୟମିତ ବ୍ୟବଧାନରେ ଯୋଗ ପ୍ରଶିକ୍ଷଣ ଶିବିର ଆୟୋଜନ ଓ ଏଥିନିମନ୍ତେ ଯୋଗ ପ୍ରଶିକ୍ଷକଙ୍କ ସ୍ଥାୟୀ ନିଯୁକ୍ତି ପାଇଁ ମଧ୍ୟ ମନ୍ତ୍ରୀ ମହାଲିଙ୍ଗ ମତପ୍ରକାଶ କରିଥିଲୋ ଏହି ବୈଠକରେ ବିଭାଗୀୟ ମୁଖ୍ୟ ଡି. ବୃନ୍ଦାଙ୍କ ସମେତ ବହୁ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲୋ

Image

Leave A Reply

Your email address will not be published.