କୁଲିଆରି ଠାରେ ନାବାର୍ଡ ସହାୟତାରେ ୱାଡି ପ୍ରକଳ୍ପର ଶୁଭଉଦ୍ଘାଟନ

5

ଗାଇସିଲାଟ/ମନ ଡନସନା- ବରଗଡ଼ ଜିଲ୍ଲା ଗାଇସିଲାଟ ବ୍ଲକ କଟାବାହାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ କୁଲିଆରି ଗ୍ରାମରେ ୱାଡି ପ୍ରକଳ୍ପର ଶୁଭଉଦ୍ଘାଟନ ହୋଇଯାଇଛି। ନାର୍ବାଡର ଆଦିବାସୀ ଉନ୍ନୟନ ପାଣ୍ଠି ସହାୟତା ରେ ଦେବଦତ୍ତ କ୍ଲବ ଆନୁକୁଲ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ କୁ ମୁଖ୍ୟ ଅତିଥି ଭାବରେ ନାର୍ବାଡ କ୍ଷେତ୍ରୀୟ କାର୍ଯ୍ୟାଳୟ ଭୂବନେଶ୍ୱର ର ମୁଖ୍ଯ ମହାପ୍ରବନ୍ଧକ ଡକ୍ଟର ସୁଧାଂଶୁ କେ.କେ. ମିଶ୍ର ଯୋଗ ଦେଇ ଶୁଭ ଉଦ୍ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଗାଇସିଲେଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ ମାଝୀ, ଡେପୁଟି ମହାପ୍ରବନ୍ଧକ କମଲ କାନ୍ତ ପଟ୍ଟନାୟକ ଭୁବନେଶ୍ୱର , ବରଗଡ଼ ଜିଲ୍ଲା ବିକାଶ ପ୍ରବନ୍ଧକ ହଟ କିଶୋର ବେହେରା , ବଲାଙ୍ଗିର ଜିଲ୍ଲା ବିକାଶ ପ୍ରବନ୍ଧକ ଡ.ବିବେକ କୁମାର ନାୟକ, ଦେବଦତ୍ତ କ୍ଲବ୍ ସଂପାଦକ କାହ୍ନୁଚରଣ ମାଝୀ,ସମାଜ ସେବୀ ସୁଶାନ୍ତ ପଣ୍ଡା, ସଞ୍ଜିବ ପୁରୋହିତ ଯୋଗଦାନ କରିଥିଲେ। ଶେଷଦେବ ସାହୁ ସମସ୍ତ ଙ୍କୁ ସ୍ବାଗତ୍ ଜଣାଇବା ସହ ପ୍ରକଳ୍ପର ଲକ୍ଷ୍ଯ ଓ ଉଦ୍ଦେଶ୍ଯ ତଥା ବିବରଣୀ ପଠନ କରିଥିଲେ। କାହ୍ନୁଚରଣ ମାଝୀ ସଭା ପରିଚାଳନା କରିଥିବା ବେଳେ ମଞ୍ଚାସୀନ ଅତୀଥି ମାନେ ପଦ୍ମପୁର ଓ ଗାଇସିଲାଟ ବ୍ଲକ୍ ର ଜମରତଲା, ଅନ୍ତର୍ଲା, ବେହେରାଟାଲ, ବିରିପାଲି, ଲୁହାଖାନ ଓ ଗାଇସିଲେଟ ବ୍ଲକ୍ ର ଜୁବାଖୋଲ, କୁଲିଆରୀ ଓ କଟାବାହାଲ ଗ୍ରାମର ୨ ସହ ଆଦିବାସୀ ପରିବାର ର ୨ ସହ ଏକର ଜମିରେ ବିଭିନ୍ନ ପ୍ରଜାତି ର ଆମ୍ବ ଚାଷ କରିବା ପାଇଁ ଉକ୍ତ ଗ୍ରାମ ଗୁଡ଼ିକର ଆଦିବାସୀ ଲୋକ ମାନଙ୍କ ର ବିକାଶ ନିମନ୍ତେ ସହଯୋଗର ହାତ ବଢାଇଛନ୍ତି । ଏହି କାର୍ଯ୍ୟକ୍ରମ ରେ ପ୍ରାୟ ୨୫୦ ରୁ ଉର୍ଦ୍ଧ ଆଦିବାସୀ ଲୋକ ଯୋଗଦାନ କରିଥିଲେ । ଜନସାଧାରଣ ଉକ୍ତ କାର୍ଯ୍ୟକ୍ରମ ମାଧ୍ଯମ ରେ ଅଞ୍ଚଳ ର ବିକାଶ ହୋଇପାରିବ ବୋଲି ମତ ଦେବା ସହ ନୀର୍ବାଡ ଓ ଦେବଦତ୍ତ କ୍ଲବ୍ କୁ ଭୂରି ଭୂରି ପ୍ରଶଂସା କରିଥିଲେ। ଏହା ସହ ଅତୀଥି ମାନଙ୍କ ଦ୍ବାରା ଚାରା ରୋପଣ କରାଯାଇଥିଲା। ପରିଶେଷରେ ସମାଜସେବୀ ସୁଶାନ୍ତ ପଣ୍ଡା ଧନ୍ଯବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.