ଝାରବନ୍ଧ – ମନୋହର ଦାଶ: ବରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଝାରବନ୍ଧ ବ୍ଲକ କାର୍ଯ୍ୟାଳୟ ଠାରେ ଯୁଗ୍ମ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି l ବରଗଡ଼ ଜିଲ୍ଲାପାଳଶ୍ରୀ ଆଦିତ୍ୟ ଗୋୟଲ, ଡେପ୍ୟୁଟି କଲେକଟର ଶ୍ରୀମତୀ ଇପ୍ସିତା ମିଶ୍ର ଏଥିରେ ଯୋଗ ଦେଇ ସାଧାରଣ ଲୋକଙ୍କ ଆପତ୍ତି ଅଭିଯୋଗ ଆଦି ଶୁଣାଣି କରିଥିଲେ l ଜନ ଶୁଣାଣି ରେ ଝାରବନ୍ଧ ବ୍ଲକ ର ବିଭିନ୍ନ ଗ୍ରାମ ପଞ୍ଚାୟତ ରୁ ଅଭିଯୋଗ ନେଇ ଆସିଥିଲେ l ମୋଟ 149 ଟି ଅଭିଯୋଗ ଶୁଣାଣି ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ 131 ଟି ବ୍ୟକ୍ତିଗତ ଓ 18 ଟି ସାମୁହିକ ସମସ୍ୟା ର ସମାଧାନ ପାଇଁ ଜନସାଧାରଣ ଆବେଦନ କରିଥିଲେ l ଲୋକ ମାନେ ଆବାସ ଯୋଜନା, ରାସ୍ତା, ପାନୀୟ ଜଳ ବିଦ୍ୟୁତ ସମସ୍ୟା, ରାସନ କାର୍ଡ, ସ୍ୱାସ୍ଥ୍ୟ, ଗ୍ରାମ୍ୟ ରାସ୍ତା, ପୋଖରୀ ପୁନଃରଉଦ୍ଧାର, ପାନୀୟ ଜଳ ଯୋଗାଣ, ଧାନ ମଣ୍ଡି ରେ ବିକ୍ରି ସମସ୍ୟା,ଫସଲ ବୀମା ଆଦି ସମସ୍ୟା ସମ୍ପର୍କ ରେ ପ୍ରଶାସନ ଦୃଷ୍ଟି ଆକର୍ଷଣ କରିଥିଲେ l
ଏ ସବୁ ଅଭିଯୋଗ ଗୁଡିକ ର ବିଚାର କରି ତୁରନ୍ତ ପଦକ୍ଷେପ ନେବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ l ଏହି ଜନ ଶୁଣାଣି ରେ ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କୁନାଲ ମୋତିରାମ ଚୌହାନ, ଉପ ଜିଲ୍ଲାପାଳ ଆଲୋକ ପଟେଲ, ଝାରବନ୍ଧ ତହସିଲଦାର ଶ୍ରୀ ସୁବେଦାର ପ୍ରଧାନ, ଝାରବନ୍ଦ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଭୀଷ୍ମ ମାଝୀ ବିଭିନ୍ନ ବିଭାଗ ରି ଅଧିକାରୀ ମାନେ ଯୋଗ ଦେଇଥିଲେ l