ରୁଙ୍ଗଟା ଗୃପ୍ ଅଫ୍ ଖଣିର ସର୍ବଶ୍ରେଷ୍ଠ ଉତ୍କର୍ଷତା 

0

  ୫୬ତମ ଖଣି ସୁରକ୍ଷା ସପ୍ତାହ ଅବସରରେ  ୫୬ଟି ପୁରସ୍କାର : ଲାଇଫ୍ ଟାଇମ୍ ଆଚିଭମେଣ୍ଟ ସହ ଦ୍ୱିତୀୟ ସର୍ବଶ୍ରେଷ୍ଠ ମଡେଲ  

ବଡ଼ବିଲ/ଯୋଡା(ଚିତ୍ତରଞ୍ଜନ କର)  ରୁଙ୍ଗଟା  ଗୃପ୍ ଅଫ୍ ଖଣି ସମୂହ  ଖଣି ସୁରକ୍ଷା ଆଞ୍ଚଳିକ ନିର୍ଦ୍ଦେଶାଳୟ  ଚାଇଁବାସା କ୍ଷେତ୍ର ପକ୍ଷରୁ ଓଡିଶା ଖଣି ନିଗମ ଆନୁକୂଲ୍ୟରେ କେନ୍ଦୁଝର ସ୍ଥିତ ଓଡିଶା ଖଣି ଓ ଯାନ୍ତ୍ରିକ ବିଦ୍ୟାଳୟ ପରିସରରେ ସମ୍ପ୍ରତି ସମାହିତ ୫୬ତମ ଖଣି ସୁରକ୍ଷା ସପ୍ତାହ ଉଦଯାପନୀ ଉତ୍ସବରେସର୍ବଶ୍ରେଷ୍ଠ  ଉତ୍କର୍ଷତା  ପ୍ରତିପାଦନ କରିଥିବା ଜଣାପଡିଛି |  ରୁଙ୍ଗଟା  କମ୍ପାନୀ ଅଧୀନସ୍ତ ଖଣି ସମୂହ ବିଭିନ୍ନ ଖଣି ଗୃପ୍ର ବିଭିନ୍ନ ପର୍ଯ୍ୟାୟ ପ୍ରତିଯୋଗୀତାରେ ସର୍ବମୋଟ ୫୬ଟି ପୁରସ୍କାର ହାସଲ କରିଛି | ସେହିପରି  କମ୍ପାନୀ ପରିଚାଳିତ ସାନଇନ୍ଦୁପୁର ଲୌହ ଓ ବକ୍ସାଇଟ୍ ଖଣି ପକ୍ଷରୁ ପ୍ରଦର୍ଶିତ ମଡେଲ ଦ୍ୱିତୀୟ ସର୍ବଶ୍ରେଷ୍ଠ ମଡେଲ ରୂପେ ବିବେଚିତ ହେବାର ଗୌରବ ହାସଲ କରିଛି  । ଏହାସହିତ  ରୁଙ୍ଗଟା ମାଇନ୍ସ ଲିଃ ର ଡ଼ାଇରେକ୍ଟର   ଏମ.ଡି.ରସ୍ତୋଗୀ ଖଣି କ୍ଷେତ୍ରରେ ଜୀବନବ୍ୟାପି ଅବଦାନ ନିମନ୍ତେ ଲାଇଫ ଟାଇମ ଆଚିଭମେଣ୍ଟ ସମ୍ମାନ ହାସଲ କରିଛନ୍ତି   । ଲୌହ ଏ-୩ ଖଣି ପର୍ଯ୍ୟାୟରେ ରୁଙ୍ଗଟା  ପରିଚାଳିତ ସାନଇନ୍ଦୁପୁର ଖଣି ୫୬ତମ ଖଣି ସୁରକ୍ଷା ସପ୍ତାହ ଅବସରରେ ଆୟୋଜିତ ୧୦ଟି ପ୍ରତିଯୋଗୀତାରେ ପ୍ରଥମ ପୁରସ୍କାର ଗ୍ରହଣ କରି ଏ ଦିଗରେ ଏକ ସର୍ବକାଳୀନ ରେକର୍ଡ ସ୍ଥାପନ କରିବାରେ ସକ୍ଷମ ହୋଇଥିବାର ଖବର ମିଳିଛି । ବିଭିନ୍ନ ଖଣି ପର୍ଯ୍ୟାୟରେ ସମ୍ପୃକ୍ତ କମ୍ପାନୀ ଅନ୍ତର୍ଗତ ଖଣି ସମୂହ ସମୁଦାୟ ୨୪ଟି ପ୍ରଥମ ପୁରସ୍କାର,୧୫ଟି ଦ୍ୱିତୀୟ ପୁରସ୍କାର ଓ ୧୬ଟି ତୃତୀୟ ପୁରସ୍କାର ହାସଲ କରିବା ସହ ଏହାର ଓରାଘାଟ ଖଣିରେ କାର୍ଯ୍ୟରତ ଶ୍ରମିକ ଗୋବର୍ଦ୍ଧନ ସାହୁ ଓଡିଆ ପୋଷ୍ଟର ପ୍ରତିଯୋଗୀତାରେ ପ୍ରଥମ ଓ ଇଂରାଜୀ ସ୍ଲୋଗାନ ପ୍ରତିଯୋଗୀତାରେ ଦ୍ୱିତୀୟ ତଥା ଲିୟନ କୁମାର ପ୍ରଧାନ ଇଂରାଜୀ ସ୍ଲୋଗାନରେ ପ୍ରଥମ ସ୍ଥାନ ତଥା ସାନଇନ୍ଦୁପୁର ଖଣିରେ କାର୍ଯ୍ୟରତ ଶ୍ରମିକ ଛତିସ ବେହେରା ଓ ପୁରୁଷୋତ୍ତମ ମହାକୁଡ ଯଥାକ୍ରମେ ଇଂରାଜୀ ପୋଷ୍ଟର ଓ ଓଡିଆ ସ୍ଲୋଗାନ ପ୍ରତିଯୋଗୀତାରେ ଦ୍ୱୀତାୟ ସ୍ଥାନ ଅଧିକାର ମାଧ୍ୟମରେ ବ୍ୟକ୍ତିଗତ ସ୍ତରରେ ପୁରସ୍କୃତ ହୋଇ ସାମଗ୍ରିକ ରୂପେ କମ୍ପାନୀର ଉକôର୍ଷତାରେ ସଫଳତାର ପର୍ଦ୍ଧ ଜୋଡିଛନ୍ତି । ସେହିଭଳି ଷ୍ଟାକ୍ ହୋଲ୍ଡର ବର୍ଗରେ କମ୍ପାନୀ ଅନ୍ତର୍ଗତ ଜଜାଙ୍ଗ ଖଣିରେ ପ୍ଲାଣ୍ଟ ଓ ଏଣ୍ଡ ଏମରେ ନିୟୋଜିତ ଠିକାଦାର ଜଶୱନ୍ତ ସିଂହ,ସିଲଯୋଡା ଖଣିରେ ଏଚଇଏମଏମ ମେଣ୍ଟେନାନ୍ସରେ ନିୟୋଜିତ ବ୍ରଜ୍ ମାଇନିଂ ଓ କଳମଙ୍ଗ ଖଣିରେ ମୋବାଇଲ କ୍ରସର ନିୟୋଜିତ କରିଥିବା କୋଣାର୍କ ମାଇନିଂ ସେମାନଙ୍କ ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ସମୟରେ ନଦୀଡ଼ିହି (ବି) ଖଣିରେ ଏଚଇଏମଏମ ମେଣ୍ଟେନାନ୍ସରେ ନିୟୋଜିତ ଭୂମି ଆର୍ଥମୁଭର୍ସ,ଓରାଘାଟ ଖଣିରେ ପ୍ଲାଣ୍ଟ ଓ ଏଣ୍ଡ ଏମରେ ଅବସ୍ଥାପିତ ଧୀଲନ୍ ଓ ଘଟକୁରୀ ଖଣିରେ ଓ ଏଣ୍ଡ ଏମରେ ନିୟୋଜିତ ଠିକାଦାର ଇଷ୍ଟର୍ଣ୍ଣ ଜୋନ୍ ସିଣ୍ଡିକେଟ୍ ସେମାନଙ୍କ ବର୍ଗରେ ଦ୍ୱିତୀୟ ସ୍ଥାନ ଅଧିକାର କରି କମ୍ପାନୀର ସଫଳତାରେ ସେମାନଙ୍କର ସହଯୋଗୀତା ପ୍ରମାଣିତ କରିଛନ୍ତି । ଖଣି ସୁରକ୍ଷା କ୍ଷେତ୍ରରେ ସାମଗ୍ରିକ ରୂପେ କମ୍ପାନୀର ଏହି ବିଶେଷ ଉପଲବ୍ଧୀ ନିମନ୍ତେ ଖଣି ସୁରକ୍ଷା ନିର୍ଦ୍ଦେଶାଳୟ  ଧାନବାଦର ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ସରକାର ତଥା ୫୬ତମ ଖଣି ସୁରକ୍ଷା ସପ୍ତାହ ପାଳନ ଉତ୍ସବରେ ଲାଇଫ ଟାଇମ୍ ଆଚିଭର  ଶ୍ରୀ ରସ୍ତୋଗୀଙ୍କ ସମେତ କମ୍ପାନୀର ବରିଷ୍ଠ ଉପସଭାପତି (ଭୂତତ୍ତ୍ୱ ଓ ପରିବେଶ) ହୀରକ ମଜୁମଦାର ,ଯୁଗ୍ମ ଉପସଭାପତି (ମାନବ ସମ୍ବଳ ଓ ସାଧାରଣ ପ୍ରଶାସନ) ରାମୁ ଅଗ୍ରୱାଲ,ସାହାୟକ ଉପସଭାପତି (ଭୂତତ୍ତ୍ୱ) ଏ.ସେନ୍,ସହାୟକ ଉପସଭାରତି (ମାଇନିଂ) ଏ.କେ.ମହାପାତ୍ର,ମୁଖ୍ୟ ମହାପ୍ରବନ୍ଧକ (ଖଣି) ଡି.ଏନ.ପରିଡା କମ୍ପାନୀର ବିଭିନ୍ନ ଖଣିରେ କାର୍ଯ୍ୟରତ ଶ୍ରମିକ ଓ ଅନ୍ୟାନ୍ୟ ଅଧିକାରୀ ଗୋଷ୍ଠୀଙ୍କୁ ସେମାନଙ୍କ ସତର୍କତାପୂର୍ଣ୍ଣକ କର୍ତ୍ତବ୍ୟନିଷ୍ଠା  ନିମନ୍ତେ ସାଧୁବାଦ ଜଣାଇଥିଲେ | ରୁଙ୍ଗଟା  କମ୍ପାନୀ ଶ୍ରମିକ ଓ ଅଧିକାରୀ ଗୋଷ୍ଠୀ  ଲାଇଫ୍ ଟାଇମ୍ ଆଚିଭମେଣ୍ଟ  ହାସଲ କରିଥିବା ଶ୍ରୀ ରସ୍ତୋଗୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି  । 

Leave A Reply

Your email address will not be published.