ସମ୍ବଲପୁର ତା.୧୮/୫ – ସାଧାରଣ ନିର୍ବାଚନ ଯେତିକି ପାକେଇ ଆସୁଛି ପ୍ରଚାର କାର୍ଯ୍ୟ ସେତିକି ତିବ୍ର ଓ ବିବିଧ ହେବାରେ ଲାଗିଛି । ଶନିବାର ସନ୍ଧ୍ୟାରେ ସମ୍ବଲପୁର ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଏକ ମହିଳା ବାଇକ ରେଲି ଆୟୋଜନ କରାଥିଲା । ମହିଳା ମୋର୍ଚ୍ଚାର କର୍ମକର୍ତ୍ତା ମାନେ ଇଷ୍ଟଦେବୀମାଁ ସମଲେଶ୍ୱରୀ ଙ୍କ ମନ୍ଦିର ନିକଟରୁ ବାଇକ ଶୋଭାଯାତ୍ରା ଆରମ୍ଭ କରିଥିଲେ । ମହିଳା ମାନେ ମୁଣ୍ଡରେ ଗେରୁଆ ପଗଡି ଭିଡି ବାଇକ ଶୋଭାଯାତ୍ରା କରିଥିବା ବେଳେ ସମ୍ବଲପୁର ବାସୀଙ୍କୁ ଏହା ବେଶ ଆକର୍ଷିତ କରିଥିଲା । ମହିଳା ମାନଙ୍କ ଶକ୍ତି ଏବଂ ସାମର୍ଥକୁ ପ୍ରଦର୍ଶନ କରିବା ସହ ବିଜେପି ମହିଳାଙ୍କୁ କି ଭଲି ଗୁରୁତ୍ୱ ଦେଉଛି ତାହା ପ୍ରଦର୍ଶନ କରିବାକୁ ଚେଷ୍ଟା କରାଯାଇଥିଲା ।
ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଧର୍ମପତ୍ନି ମୃଦୁଲା ଠାକୁର ପ୍ରଧାନଙ୍କ ନେତୃତ୍ୱରେ ଶତାଧିକ ମହିଳା ସାମିଲ ହୋଇଥିଲେ । ବାଇକ ଶୋଭାଯାତ୍ରା ସମଲେଶ୍ୱରୀ ମନ୍ଦିରରୁ ବାହାରି କୁଞ୍ଜେଲପଡ଼ା ଛକ, ସାନସଡ଼କ, ପର୍ଶୁରାମ ଛକ, ଶକ୍ତି ଛକ, ଗୋଲ ବଜାର, ଲକ୍ଷ୍ମୀ ଟକିଜ ଛକ, ଜି.ଏମ କଲେଜ ଛକ, ବୁଢାରଜା ରାସ୍ତା ଦେଇ ଅଇଁଠାପାଲି ପି.ଏଚ.ଡ଼ି ପଡିଆକୁ ପହଞ୍ଚିଥିଲା ।
ସମ୍ବଲପୁରରେ ପ୍ରଚାର କାର୍ଯ୍ୟ ରେ ମହିଳା ମାନଙ୍କୁ ଏକଜୁଟ କରିବା ପାଇଁ ମୃଦଳା ଠାକୁର ସମ୍ବଲପୁରରେ ରହି ବିଭିନ୍ନ ଅଞ୍ଚଳ ବୁଲି ପ୍ରଚାର ପ୍ରସାର କାର୍ଯ୍ୟକ୍ରମ ର ନେତୃତ୍ୱ ନେଉଥିବା ବେଳେ ମହିଳାଙ୍କ ମଧ୍ୟରେ ବେଶ ଲୋକପ୍ରୀୟ ହୋଇ ପାରିଛନ୍ତି ।
ଆଜିର କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ସବିତା ନନ୍ଦ, ମୁକ୍ତା ସାହୁ, ଅନ୍ନପୂର୍ଣ୍ଣ ବାରିକ, ପ୍ରଭାସିନୀ ଦାଶ, ସୀତାକାନ୍ତି ମେସୁଆ, ଅଞ୍ଜଳି ଦୀପ, ସୁଜାତା ଗୁରୁ, କାନ୍ତି ମେହେର, ରୁନୁ ପ୍ରଧାନ, ଆରତୀ ବରାଡ଼, ସଲୀଳା ପଣ୍ଡା, ସରୋଜିନୀ ବନଛୋର ଙ୍କ ସମେତ ସତାଧିକ ମହିଳା ପଦାଧିକାରୀ, କାର୍ଯ୍ୟକର୍ତ୍ତା, ସମର୍ଥକ ସାମିଲ ଥିଲେ ।
Sign in
Sign in
Recover your password.
A password will be e-mailed to you.