ଭୁବନେଶ୍ୱର-(୧୩/୦୫)- ରାଜ୍ୟପାଳ ତଥା କୁଳାଧିପତି ଶ୍ରୀ ରଘୁବର ଦାସ ଓଡ଼ିଶା ସ୍ୱାସ୍ଥ୍ୟବିଜ୍ଞାନ ବିଶ୍ୱବିଦ୍ୟାଳୟ ଆଇନ୍ ୨୦୨୧ର ଧାରା (୯) ଅନ୍ତର୍ଗତ ଉପଧାରା (୧)ରେ ପ୍ରଦତ୍ତ କ୍ଷମତା ଅନୁଯାୟୀ ପ୍ରଫେସର (ଡ଼.) ମାନସ ରଂଜନ ସାହୁଙ୍କୁ ଓଡ଼ିଶା ସ୍ୱାସ୍ଥ୍ୟବିଜ୍ଞାନ ବିଶ୍ୱବିଦ୍ୟାଳୟର କୁଳପତି ପଦରେ ନିଯୁକ୍ତି ପ୍ରଦାନ କରିଛନ୍ତି । ୫୬ ବର୍ଷୀୟ ପ୍ରଫେସର (ଡ଼.) ସାହୁ ବର୍ତ୍ତମାନ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ୍) ଭୁବନେଶ୍ୱରର ଜେନେରାଲ ସର୍ଜରୀ ବିଭାଗରେ ପ୍ରଫେସର ତଥା ବିଭାଗୀୟ ମୁଖ୍ୟ ଭାବେ କାର୍ଯ୍ୟରତ ଅଛନ୍ତି । କୁଳପତି ପଦରେ ପ୍ରଫେସର (ଡ଼.) ସାହୁଙ୍କୁ କୁଳାଧିପତି ଯୋଗଦାନ ଦିନ ଠାରୁ ଚାରିବର୍ଷ ପର୍ଯ୍ୟନ୍ତ ଅଥବା ବିଶ୍ୱବିଦ୍ୟାଳୟ ଆଇନ୍ ୨୦୨୧ର ଧାରା (୯)ର ଉପଧାରା (୬) ଅଧୀନରେ ସତୁରୀ ବର୍ଷ ହେବା ପର୍ଯ୍ୟନ୍ତ ଅଥବା ଅନ୍ୟାଦେଶ ଯାହା ପ୍ରଥମେ ହେବ ସେ ପର୍ଯ୍ୟନ୍ତ ନିଯୁକ୍ତି ପ୍ରଦାନ କରିଛନ୍ତି । ସର୍ଜରୀରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତି ପରେ ସେ ଚେନ୍ନାଇସ୍ଥିତ SRCMCRI ପ୍ରତିଷ୍ଠାନରୁ ସର୍ଜିକାଲ ଗାଷ୍ଟେ୍ରାଏଂଟୋରେଲୋଜିରେ ଫେଲୋସିପ୍ କରିଛନ୍ତି । ପ୍ରଫେସର (ଡ଼.) ସାହୁଙ୍କର ଶିକ୍ଷାଦାନ କ୍ଷେତ୍ରରେ ୨୬ବର୍ଷରୁ ଉଦ୍ଧ୍ୱର୍ ଦିନର ଅଭିଜ୍ଞତା ଥିବାବେଳେ ଏମ୍ସ୍, ଭୁବନେଶ୍ୱରର ଜେନେରାଲ ସର୍ଜରୀ ବିଭାଗର ବିଭାଗୀୟ ମୁଖ୍ୟ ସହିତ ଏମ୍ସ୍ ଭୁବନେଶ୍ୱର ମେଡ଼ିକାଲ ବୋର୍ଡର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବାର ପ୍ରଶାସନିକ ଦକ୍ଷତା ରହିଛି । ପାଠ୍ୟଗତ ସଫଳତା ମଧ୍ୟରେ ତିନୋଟି ପୁସ୍ତକରେ ଅଧ୍ୟାୟ ପ୍ରକାଶନ, ତିନୋଟି ପୁସ୍ତକର ସଂପାଦନା ଓ ବିଭିନ୍ନ ସଂଗଠନରୁ ସେ ୧୫ଟି ପୁରସ୍କାର/ସମ୍ମାନ ପ୍ରାପ୍ତ କରିଛନ୍ତି । ୬୫ଟି ଜର୍ଣ୍ଣାଲ୍ରେ ସନ୍ଦର୍ଭ ପ୍ରକାଶନ ସହିତ ବିଭିନ୍ନ ସମ୍ବାଦପତ୍ର ଓ ପତ୍ରିକାରେ ୧୨ଟି ଲେଖା ଓ ୩୬ଟି ଏସ୍ସିଆଇ ଇନ୍ଡେକ୍ସ ଜର୍ଣ୍ଣାଲରେ ତାଙ୍କର ପ୍ରକାଶନ ମଧ୍ୟ ରହିଛି ।
ପ୍ରଫେସର ସାହୁ ୧୮ଜଣ ସ୍ନାତକୋତ୍ତର ଛାତ୍ରଙ୍କୁ ସଫଳତାର ସହ ପି.ଏଚ୍.ଡି. ଡ଼ିଗ୍ରୀ ପାଇଁ ଗାଇଡ୍ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.
Next Post