ପାରାଦୀପ/ସୁଦର୍ଶନ ମଲ୍ଲ – ପାରାଦୀପ ଉପକଣ୍ଠ ବିଶ୍ବାଳୀ ପଞ୍ଚାୟତ ର କୋଲଡିଆ ଗ୍ରାମରେ ହନୁମାନ ଜୀୟୁଙ୍କ ଯଜ୍ଞ ତ୍ସୋବ ଆରମ୍ଭ ହୋଇଛି। ଆଜି ପ୍ରାପ୍ତ ସମୟରେ ଭୂତମୁଣ୍ଡାଇ ସ୍ଥିତ ମହାନଦୀରୁ ୧୦୮ କଳସ ଶୋଭାଯାତ୍ରା ବାହାରି ଶ୍ରୀ ଶ୍ରୀ ହନୁମାନ ଜୀୟୁଙ୍କ ନିକଟରେ ପହଞ୍ଚିବା ପରେ ମହାଯଜ୍ଞ ର ଶୁଭାରମ୍ଭ ହୋଇଥିଲା। ଅଙ୍କୁରାରୋପଣ, ସୂର୍ଯ୍ୟ ପୂଜା, ଗୋପୂଜା, ଷୋଡଶ ପୋଚାର ପୂଜା ସହ ହନୁମାନ ଚାଳିଶା ଆଦି ବୈଦିକ ବ୍ରାହ୍ମଣ ମାନଙ୍କ ଦ୍ଵାରା ପାଠ ଓ ଆହୁତି ପ୍ରଦାନ ଆଦି ଆରମ୍ଭ ହୋଇଛି। ଆଜି ଠାରୁ ଆରମ୍ଭ ହୋଇଥିବା ଏହି ଯଜ୍ଞତ୍ସୋବ ୩ଦିନ ବ୍ୟାପୀ ପାଳିତ ହେବାକୁ ଥିବା ବେଳେ ପ୍ରତ୍ୟେକ ଦିନ ପ୍ରସାଦ ସେବନ ଓ ସଂନ୍ଧ୍ୟା ରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ଗ୍ରାମର ମୁରବୀ ଓ କର୍ମକର୍ତ୍ତା ମାନେ ପ୍ରକାଶ କରିଛନ୍ତି। ଏହି ହନୁମାନ ଜୀୟୁଙ୍କ ବାର୍ଷିକତ୍ସୋବ ୯ମ ବର୍ଷ ରେ ପଦାର୍ପଣ କରିଥିବା ବେଳେ ଆଜି କୋଲଡିଆ ଗ୍ରାମ ଉତ୍ସବ ମୁଖର ହୋଇ ଉଠିଛି।
Sign in
Sign in
Recover your password.
A password will be e-mailed to you.