ଖଲ୍ଲିକୋଟରୁ / ଶିବରାମ ଜେନା: ନିର୍ବାଚନ ଯେତେ ପାଖେଇ ଆସୁଛି ,ପ୍ରାର୍ଥୀଙ୍କ ପ୍ରଚାର ସେତିକି ଜୋର ଧରିଛି । ହେଲେ ଏଥର କିନ୍ତୁ ଲୋକ ନେତାଙ୍କୁ ହିସାବ ମାଗିବା ଆରମ୍ଭ କରିଛନ୍ତି ” ଗତ ପାଳିରେ କି କାମ କରିଛ ଯେ ତମକୁ ପୁଣି ଭୋଟ ଦେବୁ” | ଏହି ଭଳି ଏକ ଅଘଟଣାର ସମ୍ମୁଖୀନ ହୋଇଛନ୍ତି ଖଲିକୋଟ ବିଧାୟିକା ସୂର୍ଯ୍ୟ ମଣି ଵୈଦ୍ୟ।
ଗତକାଲି ଶନିବାର ରାତ୍ର ପ୍ରାୟ ୧୦ ଘଣ୍ଟ ସମୟରେ ବିଜେଡି ଦଳର ବିଧାୟିକା ପ୍ରାର୍ଥୀ ସୂର୍ଯ୍ୟ ମଣି ଵୈଦ୍ୟ ନିଜର ଦଳୀୟ କର୍ମୀ ତଥା ନେତା ମାନଙ୍କ ସହ ଖଲ୍ଲିକୋଟ ବ୍ଳକ୍ ଅନ୍ତର୍ଗତ ବାଣିଆ ଗ୍ରାମ କୁ ଯାଇଥିଲେ। ବାଣିଆ ଗ୍ରାମ କୁ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରିବା ସମୟରେ ଯୁବଗୋଷ୍ଠୀ ତଥା ଅନ୍ୟାନ୍ୟ ଜନସାଧାରଣ ମାନେ ନିର୍ବାଚନୀ ଗାଡ଼ିକୁ ଅଟକାଇଥିଲେ ଏବଂ ବିଧାୟିକା ସୂର୍ଯ୍ୟ ମଣି ଵୈଦ୍ୟ ଙ୍କୁ କଞ୍ଚଣା ଅନୁରୂପ ପ୍ରଶ୍ନ ପଚାରିଥିଲେ ଦୀର୍ଘ ୫ ବର୍ଷ ମଧ୍ୟରେ ବାଣିଆ ଗ୍ରାମ ରେ କ’ଣ ଉନ୍ନତି ମୂଳକ କାର୍ଯ୍ୟ ହାତକୁ ନେଇଛନ୍ତି ? ମେଇନ୍ ରୋଡ଼ ସମସ୍ୟା ଏବେ ମଧ୍ୟ ଅଛି ।ବନ୍ଧ ର ସମସ୍ୟା ସାଙ୍ଗକୁ ମେଗା ପ୍ରକଳ୍ପ ର ଜଳ ଯୋଗାଣ କୁ ନେଇ ଗ୍ରାମ ବାସୀ ମାନେ ହୋହାଲ୍ଲା କରି ଥିଲେ ବୋଲି ମୋବାଇଲ ରୁ ମୋବାଇଲ୍ ଘୂ୍ରିଵୁଲୁ ଥିବା ର ପରିଲକ୍ଷିତ ହେଉଛି। ଆପଣ ଗତ ୫ ବର୍ଷ ମଧ୍ୟରେ କେତେ ଥର ଆମର ଵାଣିଆ ପଞ୍ଚାୟତ କୁ ଆସିଛନ୍ତି ? ଆପଣ ଆଜି ଭୋଟ ପାଇଁ ଆସିଛନ୍ତି କାହିଁକି ? ଏସବୁ ସାମ୍ନା କରି ଥିଲେ
ସୂର୍ଯ୍ୟ ମଣି ଵୈଦ୍ୟ । କଞ୍ଚଣା ପଞ୍ଚାୟତ ର ଦୃଶ୍ୟ ଏପର୍ଯ୍ୟନ୍ତ ମନରୁ ଲିଭିନି, ହେଲେ ଏବେ ପୁନରାବୃତ୍ତି ହେଲା ବାଣିଆ ପଞ୍ଚାୟତ ।
Sign in
Sign in
Recover your password.
A password will be e-mailed to you.
Prev Post