ଓଡ଼ିଶା ର ମୁଖ୍ୟ ମନ୍ତ୍ରୀ ଙ୍କ ଉପରେ ବର୍ଷିଲେ ଆସାମର ମୁଖ୍ୟ ମନ୍ତ୍ରୀ ଶ୍ରୀ ହିମନ୍ତ ବିଶ୍ଵ ଶର୍ମା

4

( ଶାସକ ପ୍ରଶାସକ/ଖଲ୍ଲିକୋଟ- ଶିବରାମ ଜେନା ) : ଓଡ଼ିଶା ର ପ୍ରତ୍ୟେକ ଜିଲ୍ଲା, ବ୍ଲକ୍ , ଗାଁ ଗହଳି ରେ ନିରଵାଚନୀ ପ୍ରଚାର ଜୋରଦାର ଚାଲିଥିବା ବେଳେ ଆସାମର ମୁଖ୍ୟ ମନ୍ତ୍ରୀ ଶ୍ରୀ ହିମନ୍ତ ବିଶ୍ଵ ଶର୍ମା ଓଡ଼ିଶା ଗସ୍ତରେ ଆସି ଖଲ୍ଲିକୋଟ ର ସ୍ଥାନୀୟ ରାମଚନ୍ଦ୍ର ବିଜ୍ଞାନ ମହା ବିଦ୍ୟାଳୟ ର ଖେଳ ପଡ଼ିଆରେ ଅବତୀର୍ଣ୍ଣ ଦଳପାଇଁ ପ୍ରଚାର ମଙ୍ଗ ଧରିଥିଲେ । ଶ୍ରୀ ଶର୍ମା ଜୀ ଓଡ଼ିଶାର ବିକାଶ ଧାରା ଉପରେ ମୂଲ୍ୟାୟନ କରି କହିଲେ ଯେ, ଆସାମର ଉନ୍ନତି ମୂଳକ କାର୍ଯ୍ୟକ୍ରମ ଓଡ଼ିଶା ସରକାର ଙ୍କ ଠାରୁ ଖୁବ୍ ଉର୍ଦ୍ଧ୍ବ ରେ ଅଛି । ଓଡିଶା ରେ ସବୁକିଛି ଅଛି , ମାତ୍ର ଅପାରଗ ସରକାର ଅଣଦେଖା କରୁଛନ୍ତି। ସରକାର ଜଣେ ବ୍ୟକ୍ତି ପଛରେ ନପଡ଼ି, ସମାଜ ପଛ ରେ ପଡନ୍ତୁ । ବିଜେପି କୁ ଜୟଯୁକ୍ତ କରାନ୍ତୁ , ଯାହା ଫଳରେ କି ଓଡ଼ିଶା ରେ “ଡବଲ ଇଞ୍ଜିନ୍ ” ସରକାର ଗଠନହୋଇପାରିବ। ମୋଦିଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୁଅନ୍ତୁ । ହାସ୍ୟ ଅଭିନେତା ହରିହର ମହାପାତ୍ର କହିଲେ ଯେ,ଯୋଡି ଫୁଲ ସବୁଠୁ ଭଲ, ଯୋଡି ଶଙ୍ଖ ସବୁଠୁ ଦୁଃଖ।
ଏ ସମାରୋହରେ ମଞ୍ଚାସିନ ଥିଲେ, ଆସାମର ମୁଖ୍ୟ ମନ୍ତ୍ରୀ ଶ୍ରୀ ହିମନ୍ତ ବିଶ୍ଵ ଶର୍ମା, ବିଜେପି ର ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ସେଠୀ, ଆସ୍କା ଲୋକସଭା ସାଂସଦ ପ୍ରାର୍ଥୀନୀ ଅନିତା ଶୁଭଦର୍ଶୀନି ପଟ୍ଟନାୟକ, ଘୁମୁସର ଜିଲ୍ଲା ବିଜେପି ସାଧାରଣ ସଂପାଦକ ଶ୍ରୀ ଅନିଲ କୁମାର ପଣ୍ଡା, ଆସିକା ସଂସଦୀୟ କ୍ଷେତ୍ର ସଂଯୋଜକ ଶ୍ରୀ ଯଜ୍ଞ ନାରାୟଣ ଦାସ, ବରିଷ୍ଠ ବିଜେପି ନେତା ଅରୁଣ କୁମାର ପଣ୍ଡା,ଅଭିନେତା ହରିହର ମ‌‌ହାପାତ୍ର, ମହେଶ ମହାନ୍ତି, ଘୁମୁସର ବିଜେପି ସଭାପତି ବିଜୟ କୁମାର ସ୍ବାଇଁ, ଶ୍ରୀମତୀ ଭାରତୀ ବେହେରା, ଉପସ୍ଥିତ ଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଆଗଧାଡିର ନେତା ମାନଙ୍କ ମଧ୍ୟରେ ଥିଲେ ପୂର୍ବତନ ନଗର ପାଳ ତଥା ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ସଂଯୋଜକ ଶ୍ରୀ ଶଙ୍କର ପ୍ରସାଦ ନାହାକ, କାଳୁରାମ ମହାରଣା, ଶକଳେଶ୍ଵର ଦାସ, ମନୋଜ କୁମାର ପ୍ରଧାନ,ନିରଞ୍ଜନ ନାୟକ, ମନୋଜ କୁମାର ସେଠୀ
ଜଗନ୍ନାଥ ଭୂୟାଁ, ସମିତି ସଭ୍ୟ ଓ ସରପଞ୍ଚ ମାନେ ଉପସ୍ଥିତ ଥିଲେ। ସଭାରେ ଆସାମର ମୁଖ୍ୟ ମନ୍ତ୍ରୀ ଶ୍ରୀ ହିମନ୍ତ ବିଶ୍ଵ ଶର୍ମା ବିଜେପି ର କାର୍ଯ୍ୟକ୍ରମ ତଥା ମୋଦୀଙ୍କ ଚିନ୍ତାଧାରା , ଦେଶର ବିକାଶ ଗ୍ୟାରେଣ୍ଟି ମୋଦିଙ୍କ ଆଦର୍ଶ ଉପରେ ଆଲୋକ ପାତ କରିଥିଲେ। ସଭାରେ ଜୟଶ୍ରୀ ରାମ ଧ୍ୱନି ସହ ହୁଳହୁଳି ଶବ୍ଦରେ ଗଗନ ପବନ ପ୍ରକମ୍ପିତ ହୋଇଥିଲା। ପଦ୍ମ ଫୁଲ ଚିହ୍ନରେ ମୋହର ମାରି ବିଜେପି କୁ ଜୟଯୁକ୍ତ କରାନ୍ତୁ ବୋଲି ଭୋଟ ଭିକ୍ଷା କରିଥିଲେ।

Leave A Reply

Your email address will not be published.