ତିନୋଟି ପଞ୍ଚାୟତ ରେ ବର୍ଷା ଙ୍କ ମାରାଥନ ପ୍ରଚାର :ଯୋଡି ଶଙ୍ଖ ରେ ଭୋଟ ଦେବାକୁ କଲେ ନିବେଦନ

4

ପଦ୍ମପୁର :- ପାଇକମାଲ ବ୍ଳକ୍ ଅନ୍ତର୍ଗତ ଝାରବନ୍ଧ ପଞ୍ଚାୟତ, ଭୁବନେଶ୍ବରପୁର ଓ ଛେତଗାଁ ପଞ୍ଚାୟତ ର ଗାଁ କୁ ଗାଁ ବୁଲି ନିର୍ବାଚନ ପ୍ରଚାର କରିଛନ୍ତି ବିଧାୟକ ପ୍ରାର୍ଥୀନୀ ବର୍ଷା ସିଂ ବରିହା l ବିଗତ ଦିନରେ ହୋଇଥିବା କାମ ଗୁଡିକର ହିସାବ ଦେବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବା ପାଇଁ ତାଙ୍କୁ ତଥା ଲୋକସଭା ପ୍ରାର୍ଥୀନୀ ପରିଣିତା ମିଶ୍ର ଙ୍କୁ ଶଙ୍ଖ ଚିହ୍ନ ରେ ଦୁଇ ଥର ବଟନ ଦବାଇ ଭୋଟ ଦେବା ପାଇଁ ନିବେଦନ କରିଥିଲେ l ତାଙ୍କ ସହ ପାଇକମାଲ ବ୍ଳକ୍ ଅଧ୍ୟକ୍ଷା ଭାବନା ସିଂ, ବରିଷ୍ଠ ବିଜେଡି ନେତା ରାଜେନ୍ଦ୍ର ରାଉତ, ହୃଦାନନ୍ଦ ବାରିକ, ବ୍ଳକ୍ ଉପାଧ୍ୟକ୍ଷ ସଂଜୀବ ବରିହା, ଯୁବ ବିଜେଡି ବ୍ଳକ୍ ସଭାପତି ଗୌତମ ସିଂ ପ୍ରଚାର ରେ ସାମିଲ ହୋଇଥିଲେ l

Leave A Reply

Your email address will not be published.