ସମ୍ ହସ୍ପିଟାଲ୍ ପକ୍ଷରୁ ବିଶ୍ୱ ଟୀକାକରଣ ସପ୍ତାହ ପାଳିତ

4

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ ହସ୍ପିଟାଲ୍ର ଶିଶୁରୋଗ ବିଭାଗ ପକ୍ଷରୁ ବିଶ୍ୱ ଟୀକାକରଣ ସପ୍ତାହ ପାଳନ ଅବସରରେ ଏକ ଦୁଇ ଦିନିଆ ଏଚ୍ପିଭି ଭାକ୍ସିନେସନ୍ ଅଭିଯାନ ଆୟୋଜିତ ହୋଇଯାଇଛି ।
ମଙ୍ଗଳବାର ଓ ବୁଧବାର ଦୁଇ ଦିନ ଧରି ଆୟୋଜିତ ଏହି ଅଭିଯାନ ପରିପ୍ରେକ୍ଷୀରେ ଏମବିବିଏସ୍ ଛାତ୍ର ଓ ଇନ୍ଟର୍ଣ୍ଣ ମାନଙ୍କୁ ଏଚ୍ପିଭି ଟୀକା ପ୍ରଦାନ କରାଯାଇଥିଲା ।
ଏହି ଟୀକାକରଣ ଅଭିଯାନରେ ସମ୍ ହସ୍ପିଟାଲର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ଡାକ୍ତର ପୁଷ୍ପରାଜ ସାମନ୍ତସିଂହାର ଏବଂ ଶିଶୁରୋଗ ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ମମତାଦେବୀ ମହାନ୍ତି ଯୋଗ ଦେଇ ଏଚ୍ପିଭି ଭାକ୍ସିନେସନ୍ ଡ୍ରାଇଭ ସମ୍ପର୍କରେ ବକ୍ତବ୍ୟ ରଖିଥିବା ବେଳେ ଏହି ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଇଥିଲେ ।
ଏହି ଅବସରରେ ୧୦୦ରୁ ଉର୍ଧ୍ଵ ଛାତ୍ରଛାତ୍ରୀଙ୍କୁ ଏଚ୍ପିଭି ଟୀକା ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.