ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀନୀ ବର୍ଷା ସିଂ ବରିହା ଙ୍କ ମାରାଥନ ପ୍ରଚାର

4

ପଦ୍ମପୁର /ଶିବାଶିଷ ପଟ୍ଟନାୟକ : – ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡ଼ି ପ୍ରାର୍ଥୀନୀ ବର୍ଷା ସିଂ ବରିହା ଙ୍କ ମାରାଥନ୍ ପ୍ରଚାର ଆରମ୍ଭ ହୋଇଛି। ମଙ୍ଗଳବାର ସେ ପଦ୍ମପୁର ନିର୍ବାଚନ ମଣ୍ଡଳୀ ରାଜବୋଡାସମ୍ବର ବ୍ଲକ ଅନ୍ତର୍ଗତ ସମାରପାଲି, ଦ. ନୂଆପାଲି, ସାରଙ୍ଗପୁର, ଘନାମାଲ, ଅମାମୁଣ୍ଡା, ବିଶିପାଲି, ଢୋଲବନ୍ଦ, ନିମପଡା, ପଞ୍ଚଭାୟା, ଇତ୍ୟାଦି ଗ୍ରାମରେ ପ୍ରଚାର କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଜନହିତକର ଯୋଜନା ଗୁଡ଼ିକ ନେଇ ଲୋକଙ୍କ ପାଖରେ ପହଞ୍ଚି ଯୋଡ଼ି ଶଙ୍ଖରେ ଭୋଟ ଦେବାପାଇଁ ଭୋଟ ଭିକ୍ଷା କରିଛନ୍ତି। ତେବେ ବିଧାୟକ ପ୍ରାର୍ଥୀନୀ ବର୍ଷା ଙ୍କୁ ବିପୁଳ ଜନ ସମର୍ଥନ ମିଳୁଥିବା ବେଳେ କଂଗ୍ରେସ ଓ ବିଜେପି ଦଳଠାରୁ ପ୍ରଚାରରେ ମଧ୍ୟ ଆଗୁଆ ରହିଛନ୍ତି। ଆଜିର ପ୍ରଚାର ସମୟରେ ଜିଲ୍ଲା ପରିଷଦ ପୂର୍ଣ୍ଣିମା ରଣା, ଦହିଁଗା ପେକ୍ସ ସଭାପତି ମହେଶ୍ୱରପୁରୀ ଙ୍କ ସମେତ ଶତାଧିକ ଦଳୀୟ କର୍ମୀ ସାମିଲ ହୋଇଥିଲେ।

Leave A Reply

Your email address will not be published.