ଜଗତସିଂହପୁର,ପାରାଦ୍ଵୀପ,ତିର୍ତ୍ତୋଲ ଓ ବାଲିକୁଦା- ଏରସମା ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ପ୍ରାର୍ଥୀ ପତ୍ର ଦାଖଲ

4


ଜଗତସିଂହପୁର, ତା-୦୮.୦୫.୨୦୨୪/ସୁମନ୍ତ କୁମାର ଦାସ: ନାମାଙ୍କନ ପତ୍ର ଦାଖଲ ର ଦ୍ଵିତୀୟ ଦିନରେ 104 ଜଗତସିଂହପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ଆଜି ଉପ ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଧିକାରୀ ଶ୍ରୀ ପ୍ରଦୀପ କୁମାର ସାହୁ ଙ୍କ ନିକଟରେ ବହୁଜନ ସମାଜ ପାର୍ଟି ପ୍ରାର୍ଥୀ ଶ୍ରୀ କୈଳାସ ମଲ୍ଲିକ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେହିପରି 101 ପାରାଦ୍ଵୀପ ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ସ୍ଵାଧୀନ ପ୍ରାର୍ଥୀ ଉମାକାନ୍ତ ଭାରତ,ଅତିରିକ୍ତ ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଧିକାରୀ ଶ୍ରୀ ଲଲିତ ମୋହନ ବେହେରା ଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଅନ୍ୟପଟେ 103 ବାଲିକୁଦା -ଏରସମା ବିଧାନସଭା ନିର୍ବାଚନମଣ୍ଡଳୀ ନିମନ୍ତେ ଆମ ଆଦମୀ ପାର୍ଟି ପ୍ରାର୍ଥୀ ଶ୍ରୀ ବରଦା ପ୍ରସନ୍ନ ସାହୁ, ଅତିରିକ୍ତ ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଧିକାରୀ ଶ୍ରୀ ସମ୍ବିତ୍ ରାଉତ ଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।102 ତିର୍ତ୍ତୋଲ ବିଧାନସଭା ନିର୍ବାଚନମଣ୍ଡଳୀ ନିମନ୍ତେ ସ୍ଵାଧୀନ ପ୍ରାର୍ଥୀ ରବୀନ୍ଦ୍ର ନାଥ ସେଠୀ, ବହୁଜନ ସମାଜ ପାର୍ଟି ର ସ୍ଵର୍ଣ୍ଣଲତା ମଲ୍ଲିକ ଓ ସମୀର ସାମଲ ମଧ୍ୟ ଆଜି ଅତିରିକ୍ତ ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଧିକାରୀ ଶ୍ରୀ ଅଭିମନ୍ୟୁ ବେହେରା ଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

Leave A Reply

Your email address will not be published.