କଲ୍ୟାଣ ମଣ୍ଡପରେ ଚାଲୁଛି ‘ଦେହ କଲ୍ୟାଣ ସେବା’!

0

ମଣ୍ଡପ ମାଲିକଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ବିଧବା ମହିଳା

କେନ୍ଦ୍ରାପଡ଼ାରୁ ପ୍ରଫୁଲ୍ଲ ମଲ୍ଲ : କେନ୍ଦ୍ରାପଡାର ଜଣେ କଲ୍ୟାଣମଣ୍ଡପ ଓନରଙ୍କ ବିରୋଧରେ ଜଣେ ବିଧବା ମହିଳା ଆଣିଛନ୍ତି ଗୁରୁତର ଅଭିଯୋଗ  । କୁଆଡେ ବିବାହାର ପ୍ରଲୋଭନ ଦେଖାଇ ସମ୍ପୃକ୍ତ ବିଧବା ମହିଳାଙ୍କୁ ଆଣି ତାଙ୍କୁ କଲ୍ୟାଣ ମଣ୍ଡପ ମାଲିକ ଭିନ୍ନ ପ୍ରକାର କଲ୍ୟାଣ କରାଇବାକୁ ଉଦ୍ୟମ କରୁଥିବା ବୋଲି ଅଭିଯୋଗ ହୋଇଛି  । 

ସଚନା ଅନୂଯାୟୀ ଅଭିଯୋଗ ହୋଇଥବା ହୋଇଥିବା କଲ୍ୟାଣମଣ୍ଡପଟି ଉଚ୍ଛାପୁର ନିକଟରେ ଓ ମୁଖ୍ୟ ସଡକ ପାଶ୍ୱର୍ରେ ଅବସ୍ଥିତ  ।  ବିଧବା ମହିଳା ମହିଳା ଜଣକ ରବିବାର ଟାଉନ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ, ତାଙ୍କୁ ବିବାହ ପ୍ରଲୋଭନ ଦେଖାଇ ଆଣି ଏଠାରେ ଦେହ ବ୍ୟବସାୟ ପାଇଁ ବାଧ୍ୟ କରାଯାଉଥିଲା  । ଏହା ନକଲେ ତାଙ୍କୁ ହତ୍ୟା କରିବାକୁ  ଧମକ ଦିଆଯାଇଥିବା ସେ ଉଲ୍ଲେଖ କରିଛନ୍ତି ।  ପଟ୍ଟାମୁଣ୍ଡାଇ ଅଂଚଳର ଏହି ବିଧବା ମହିଳାଙ୍କ ସହ ବଡ ମଙ୍ଗଳା ଗ୍ରାମର ଏହି କଲ୍ୟାଣ ମଣ୍ଡପର ମାଲିକ ଫୋନରେ ଯୋଗାଯୋଗ କରିଥିଲେ । ପରିଚୟ ହେବା ପରେ ବାରମ୍ବାର ଫୋନ କରି ମାଲିକ ଜଣକ ସଂପର୍କ ବଢାଇବା ସହ ତାଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଇ ମଣ୍ଡପକୁ ଡକାଇଥିଲେ । ପରେ ସ୍ୱାମୀ ସ୍ତ୍ରୀର ସଂପର୍କ ନେଇ ଦୀର୍ଘ ଦିନ ଉଭୟ ଚଳିବା ପରେ  ଏବେ ଦେହ ବ୍ୟବସାୟରେ ଲଗାଇବାକୁ  ବାଧ୍ୟ କରୁଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି ।  ବିଧବା ମହିଳା ଜଣକ ତାଙ୍କ ପ୍ରସ୍ତାବରେ ରାଜି ନହେବାରୁ ମାଲିକ ଜଣକ ମହିଳା ପିନ୍ଧିଥିବା ଶାଢୀ  ତାଙ୍କ ବେକରେ ଗୁଡାଇ ହତ୍ୟା କରିବାକୁ ଉଦ୍ୟମ କରିଥିବା ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି । ତେବେ ଅଭିଯୋଗ ପାଇବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ, ଏହି କଲ୍ୟାଣ ମଣ୍ଡପରେ ଦେହବ୍ୟବସାୟ ହେଉଥିବା ନେଇ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଚୁପ ହୋଇ ବସି ରହୁଛି ବୋଲି ଅଭିଯୋଗ ହେଉଛି  । ହେଲେ ସଦ୍ୟ ଅଭିଯୋଗର ସତ୍ୟତାକୁ ନେଇ ପୋଲିସ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ଦେଖିବାକୁ ବାକି ରହିଲା ।  

Leave A Reply

Your email address will not be published.