ବଜେଡି ଓ ବିଜେପି ର ପୃଥକ ପୃଥକ ସ୍ଥାନରେ ଜବରଦସ୍ତ ରାଲି ।

3

(ଶାସକ ପ୍ରଶାସକ), ସାରସକଣା :: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାରା ରାଜ୍ୟରେ ବଢ଼ୁଥିଲା ବେଳେ ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୀତିର ଉଷ୍ଣାତା ସେତେ ବଢିବାରେ ଲାଗିଛି। ଏହି ପରିପେକ୍ଷିରେ ମୟୁରଭଂଜ ଜିଲ୍ଲା ସାରସକଣା ନିର୍ବାଚନ ମଣ୍ଡଳୀର ୫୬ ନମ୍ବର ଜୋନ ର ପୃଥକ ପୃଥକ ସ୍ଥାନରେ ଦୁଇଦଳର ଦମଦାର ରାଲି ଦେଖିବାକୁ ମିଳିଛି । ଝାରପୋଖରିଆ ପଞ୍ଚାୟତର ଝାରପୋଖରିଆ ଠାରେ ବିଜେଡି ଲୋକସଭା ସାଂସଦ ପ୍ରାର୍ଥୀ ସୁଦାମ ମାରାଣ୍ଡି ଓ ସାରସକଣା ବିଧାୟକ ପ୍ରାର୍ଥୀ ଦେବାଶିଷ ମାରାଣ୍ଡି ଙ୍କ ସହିତ ଜିଲ୍ଲା ଏବଂ ବ୍ଲକର ସମସ୍ତ ନେତୃମଣ୍ଡଳୀ ସହ କର୍ମୀମାନେ ଏକ ବିରାଟ ରାଲି କରି ସ୍ଥାନୀୟ ଶିବମନ୍ଦିର ରୁ ବାହାରି ବିଜେଡି ଅଫିସ ପର୍ଯ୍ୟନ୍ତ ଆସିଥିବା ବେଳେ ସେଠାରେ ଏକ ସଭାର ଆୟୋଜନ ହୋଇଥିଲା । ଉଭୟ ସଂସଦ ଓ ବିଧାୟକ ପ୍ରାର୍ଥୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସ୍ୱଚ୍ଛ ଭାବମୂର୍ତ୍ତି ଓ ନିର୍ମଳ ଶାସନ କଥା କହିବା ସହ ନବୀନ ବାବୁଙ୍କ ହାତ ମୁଠାକୁ ଟାଣ କରିବାକୁ ଆହ୍ଵାନ ଦେଇଥିଲେ ।
ଠିକ୍ ସେହିପରି ଶିର୍ଷା ପଞ୍ଚାୟତରେ ବିଜେପିର ଏକ ବିଶାଳ ବାଇକ୍ ରାଲି ଶିର୍ଷା ଠାରୁ ବାହାରି ମେରୁମଠ ପର୍ଯ୍ୟନ୍ତ ଯାଇଥିବା ବେଳେ ମେରୁମଠ ଠାରେ କର୍ମୀ ଏବଂ ଶୁଭେଚ୍ଛୁ ମାନଙ୍କୁ ନେଇ ଏକ ସଭାର ଆୟୋଜନ କରାଯାଇଥିଲା । ସଭାରେ ପାଣ୍ଡରା ସରପଞ୍ଚ ନିଜ କର୍ମୀ ମାନଙ୍କ ସହ ଆସି ବିଜେପିରେ ଯୋଗ ଦେଇଥିବା ବେଳେ ଅନ୍ୟ ପଞ୍ଚାୟତର କିଛି ବିଜେଡି କର୍ମୀ ବିଜେପିରେ ଆନୁଷ୍ଠାନିକ ଭାବେ ସାମିଲ ହୋଇଥିଲେ । ବିଜେପି ସଂସଦ ପ୍ରାର୍ଥୀ ଶ୍ରୀ ନବଚରଣ ମାଝୀ ଓ ବିଧାୟକ ପ୍ରାର୍ଥୀ ଶ୍ରୀ ଭାଦବ ହାଁସଦା ଏଵଂ ବିଜେପିର ସମସ୍ତ ନେତ୍ରୁମଣ୍ଡଳୀ ଉପସ୍ଥିତ ଥିଲେ । ଶ୍ରୀ ମାଝୀ କର୍ମୀମାନଙ୍କୁ ଉଦବୋଧନ ଦେଇ କହିଥିଲେକି ଚବିଶି ବର୍ଷର ଅପାରଗ ସରକାର ବଦଳିବା ଦରକାର। ଦୁର୍ନୀତି ଭ୍ରଷ୍ଟାଚାର ଓ ଗୁଣ୍ଡାଗିରି କରୁଥିବା ବିଜେଡି ସରକାରକୁ ପ୍ରତ୍ୟାଖ୍ୟାନ କରି ନୂତନ ଓଡ଼ିଶା ଓ ନୂତନ ଭାରତର ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ଵପ୍ନ କୁ ସାକାର କରିବା ପାଇଁ ଆହ୍ଵାନ ଦେଇଥିଲେ । ବିଧାୟକ ପ୍ରାର୍ଥୀ ଶ୍ରୀ ଭାଦବ ହାଁସଦା ଗଣତନ୍ତ୍ର ରାଷ୍ଟ୍ରରେ ଆଉ ବିଜେଡିର ଏକଛତ୍ରବାଦ ଶାସନ ଚାଲିବ ନାହିଁ ବୋଲି କହିବା ସହ ସମସ୍ତଙ୍କ ଦୁଃଖ ସୁଖରେ ଥିଲି,ଅଛି ଓ ରହିବି ବୋଲି କହିବା ସହ ବିଜେଡି ସରକାର ବିରୁଦ୍ଧରେ ଗର୍ଜନ କରିଥିଲେ । ତେବେ ଉଭୟ ଦଳରେ ପ୍ରବଳ ଜନ ଗହଳି ଦେଖିବାକୁ ମିଳିଥିଲା। କିନ୍ତୁ ବାସ୍ତବରେ ତାହା କେତେ ନିଜ ସପକ୍ଷରେ ଯିବ ଏବଂ ଜନତା କାହାକୁ ନିର୍ବାଚିତ କରି ବିଜୟ ମୁକୁଟ ପିନ୍ଧେଇବେ ତାହା ଦେଖିବାକୁ ବାକି ରହିଲା । ମୟୂରଭଞ୍ଜ ସାରସ କଣା ରୁ ଦିପୁ ମହାପାତ୍ରଙ୍କ ରିପୋର୍ଟ।।

Leave A Reply

Your email address will not be published.