ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ପ୍ରଶାସନ ପକ୍ଷରୁ ଗଜପତି ଜିଲ୍ଲାରେ ଭୋଟର ସଚେତନତାର ଏଲିଡି ବ୍ୟନ ରଥ ଓ ସେଲ୍ଫି ଫୋଇଣ୍ଟ ଓ ଦସ୍ତଖତ ଅଭିଯାନକୁ ନିର୍ବାଚନ ସାଧାରଣ ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ଗନ୍ଧମ ଚାନ୍ଦ୍ରାଡୁ ଓ ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶୁଭାରମ୍ଭ କରିଥିଲେ।
ଆସନ୍ତା ମେ ମାସ ୧୩ ତାରିଖ ଦିନ ନିର୍ବାଚନ ପର୍ବରେ ନିଜ ନିଜର ମତଦାନ କରିବା ପାଇଁ ସଚେତନତା କରାଯିବ। ଜିଲ୍ଲାରେ ଶତପ୍ରତିଶତ ମତଦାନ ହାର ବୃଦ୍ଧି କରିବା ଉଦ୍ଦେଶ୍ୟରେ ଭୋଟରଙ୍କୁ ସଚେତନ କରିବା ପାଇଁ ଜିଲ୍ଲାର ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏବଂ ମୋହନା ଓ ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଜନସାଧାରଣଙ୍କୁ ପ୍ରଚାର ପ୍ରସାର କରି ନିଜର ବହୁମୂଲ୍ୟ ମତଦାନ ସାବ୍ୟସ୍ତ କରିବାକୁ ସଚେତନତା କରାଯିବ। “ନିର୍ବାଚନର ପର୍ବ ଆମ ଦେଶର ଗର୍ବ ବାର୍ତ୍ତା ସହ ଏହି ଏଲିଡି ବ୍ୟାନ ରଥ ଜିଲ୍ଲାର ସମସ୍ତ ଭୋଟ କେନ୍ଦ୍ର ଗ୍ରାମକୁ ଯାଇ ଭୋଟର ଭାଇ ଭଉଣୀ ମାନଙ୍କୁ ସଚେତନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ସମସ୍ତେ ଭୋଟର ଆସି ମେ ମାସ ୧୩ ତାରିଖ ଦିନ ନିଜର ବହୁମୂଲ୍ୟ ମତଦାନକୁ ସାବ୍ୟସ୍ତ କରିବାକୁ ଭୋଟର ମାନଙ୍କୁ ବିଭିନ୍ନ ଉପାୟରେ ସଚେତନତା କରାଯାଉଛି।
ଆଜିର ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ଡ଼.ଗୁଣନିଧି ନାୟକ , ମୁଖ୍ୟ ଉନ୍ନୟନ ଅଧିକାରୀ , ଜିଲ୍ଲା ପରିଷଦ , ଗଜପତି , ନିର୍ବାଚନ ଶାଖାର ଡେପୁଟୀ କଲେକ୍ଟର କମଳକାନ୍ତ ପଣ୍ଡା , ଡିପିଏମ , ଓଏଲମ୍ ଟିମନ ବାରା , ଶ୍ରୀ ଭେଙ୍କଟ ରାଓ ଆଚାରୀ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.