ତିତଲି ପ୍ରଭାବିତ ଅଞ୍ଚଳବାସୀଙ୍କ ସୁବିଧା ପାଇଁ ଓଡିଶାରେ ପ୍ରଥମ ମୋବାଇଲ ଏଟିଏମର ଶୁଭାରମ୍ଭ

0

ପାରଳାଖେମୁଣ୍ଡି/  ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ତିତଲି ପ୍ରଭାବିତ ଗ୍ରାମାଞ୍ଚଳବାସୀ ବିଶେଷ ସୁବିଧା ପାଇଁ ଆନ୍ଧ୍ର ବ୍ୟାଙ୍କ ପକ୍ଷରୁ ଓଡିଶାରେ ପ୍ରଥମ ଭାବେ ଗଜପତି ଜିଲ୍ଲାରେ ମୋବାଇଲ ଏଟିଏମ ସେବା ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି । ପାରଳାଖେମୁଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆନ୍ଧ୍ରବ୍ୟାଙ୍କର ମୋବାଇଲ ଏଟିଏମ ସେବା ବ୍ୟବସ୍ଥାର ଶୁଭାରମ୍ଭ ଜିଲ୍ଲାପାଳ ଅନୁପମ ସାହାଙ୍କ ଦ୍ୱାରା ହୋଇଯାଇଛି । ଜିଲ୍ଲାପାଳ ସାହା ରିବନ କାଟି ସେବା ବ୍ୟବସ୍ଥାର ଉଦ୍‍ଘାଟନ କରି ଏହା ଦ୍ୱାରା ତିତଲି ପ୍ରଭାବିତ ଗ୍ରାମାଞ୍ଚଳ ବାସୀ ଟଙ୍କା ଉଠାଇବା କ୍ଷେତ୍ରରେ ବ୍ୟାଙ୍କ କି ଏଟିଏମ ସ୍ଥାନକୁ ନଯାଇ ସହଜେ ନିଜ ଘର ପାଖରେ ଟଙ୍କା ଉଠାଣ କରିପାରିବେ ବୋଲି କହିଥିଲେ । ଆନ୍ଧ୍ର ବ୍ୟାଙ୍କର ଜେନେରାଲ ମ୍ୟାନେଜର ଭୁବନେଶ୍ୱର ନାୟକ ଯୋଗଦେଇ ତିତଲି ପ୍ରଭାବିତ ଅଞ୍ଚଳବାସୀ ସମୟର ଅଭାବରେ ବ୍ୟାଙ୍କ କି ଏଟିଏମ ଥିବା ସ୍ଥାନକୁ ଯାଇନପାରି ଏବଂ ଟଙ୍କା ଉଠାଣ କରିନପାରି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଆନ୍ଧ୍ର ବ୍ୟାଙ୍କ ପକ୍ଷରୁ ସେହି ଲୋକଙ୍କ ପାଇଁ ମୋବାଇଲ ଏଟିଏମ ସେବାର ବ୍ୟବସ୍ଥା କରାଯାଇଛି । ଓଡିଶାରେ ପ୍ରଥମ କରି ଗଜପତି ଜିଲ୍ଲାରେ ଆନ୍ଧ୍ର ବ୍ୟାଙ୍କ ପକ୍ଷରୁ ଏହି ସେବା ଆରମ୍ଭ କରାଯାଇଛି । ଏହି ମୋବାଇଲ ଏଟିଏମ ସେବାରେ ଏୟାରଟେଲ ଆଉଟର ଏଣ୍ଟିନା ଲାଗିଛି । ମୁଖ୍ୟତଃ ଯେଉଁ ଜାଗାରେ ଏୟାରଟେଲ ନେଟ୍‍ ସଂଯୋଗ ହୋଇପାରିବ ସେହି ଜାଗାରେ ଏହା ଉପଲବ୍ଧ ହୋଇପାରିବ । ଏହି ମୋବାଇଲ ଏଟିଏମରେ ଯେକୌଣସି ବ୍ୟାଙ୍କର ଏଟିଏମ କାର୍ଡ ଯୋଗେ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ଟଙ୍କା ଉଠାଣ କରିପାରିବେ । ଏହାର ସୁରକ୍ଷିତ ପାଇଁ ଗାଡିର ଡ୍ରାଇଭର ସହ ଜଣେ ନିରାପତ୍ତାରକ୍ଷୀ ରହିଛନ୍ତି । ଜିଲ୍ଲାର କାଶୀନଗର ଓ ଗୋଷାଣୀ ବ୍ଲକ ଅଞ୍ଚଳ ସମେତ ଏୟାରଟେଲ ୩ଜି ସଂଯୋଗୀ ହୋଇପାରୁଥିବା ଅଞ୍ଚଳରେ ଏହି ସେବା ଯୋଗାଇଦେଇ ହେବ । ସେଥିପାଇଁ  ଏହାର ଭରପୁର ସୁବିଧା ନେବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ମେନେଜର ଦାମୋଦର ଉଗରସଣ୍ଡି, ଆନ୍ଧ୍ରବ୍ୟାଙ୍କର ବରିଷ୍ଠ ବ୍ରାଞ୍ଚମେନେଜର ବିନୋଦ କୁମାର ଏବଂ ମେନେଜର ସୂଚନା ଓ ବୈଷୟିକ ବିଶ୍ୱଜିତ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.