ସମନ୍ୱୟ ରକ୍ଷା କରି ମିଳିମିଶି କାର୍ଯ୍ୟ କଲେ ସଂଗଠନ ସ୍ଥିତ ମଜବୁତ ହେବ: ଡ: ରାକେଶ ଶର୍ମା 

0

ଭାଜପା- କୃଷକ ମୋର୍ଚ୍ଚାର ଜିଲ୍ଲାସ୍ତରୀୟ କାର୍ଯ୍ୟକର୍ତ୍ତା ବୈଠକ

ପାରଳାଖେମୁଣ୍ଡି/  ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଭାରତୀୟ ଜନତାପାର୍ଟି କୃଷକ ମୋର୍ଚ୍ଚାର ଜିଲ୍ଲାସ୍ତରୀୟ କର୍ମକର୍ତ୍ତା ବୈଠକ ଅନୁଷ୍ଠିତ ହୋଇଯାଇଛି ସାଇଲାମ କଲ୍ୟାଣ ମଣ୍ଡପ ଠାରେ । ଜିଲ୍ଲା ଭାଜପା କୃଷକ ମୋର୍ଚ୍ଚା ସଭାପତି  ପ୍ରଶାନ୍ତ କୁମାର ପାଳଙ୍କ ସଭାପତିତ୍ୱରେ ଭାଜପାର କେନ୍ଦ୍ରୀୟ ଓଡିଶା ପ୍ରଭାରୀ ଡ: ରାକେଶ ଶର୍ମା ଯୋଗଦେଇ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ରସରକାରଙ୍କ କାର୍ଯ୍ୟକଳାପ ଓ ନୀତି ପ୍ରତି ଲୋକେ ଆକୃଷ୍ଟ ହେଲେଣି । କେନ୍ଦ୍ରର ଲୋକାଭିମୁଖୀ କଲ୍ୟାଣକାରୀ ଯୋଜନା ଗୁଡିକ ତୃଣମୁଳ ସ୍ତରରେ ଲୋକଙ୍କ ଠାରେ ପହଞ୍ଚାଇବାକୁ ହେବ ଯୋଜନାଗୁଡିକ ଉପରେ ଲୋକଙ୍କୁ ସଚେତନ କରାଇବାକୁ ହେବ । ନିଜ ନିଜ ମଧ୍ୟରେ ସମନ୍ୱୟ ରକ୍ଷା କରି ମିଳିମିଶି କାର୍ଯ୍ୟ କଲେ ସଂଗଠନ ସ୍ଥିତ  ମଜବୁତ ହେବା ସହ ଭାଜପା ଜିଲ୍ଲାରେ ଆଗକୁ ବଢିପାରିବ ବୋଲି କହିଥିଲେ । ଭାଜପା କୃଷକ ମୋର୍ଚ୍ଚାର ରାଜ୍ୟ ଉପସଭାପତି ପ୍ରଦୀପ କୁମାର ସାହୁ ମଞ୍ଚାସୀନ ରହି କେନ୍ଦ୍ରୀୟ ଯୋଜନା ଗୁଡିକ ଗ୍ରାମାଞ୍ଚଳରେ ତୃଣମୁଳ ସ୍ତରରେ ଲୋକଙ୍କ ଠାରେ କିଭଳି ପହଞ୍ଚାଇବାକୁ ହେବ ନିଜ ନିଜ ମଧ୍ୟରେ ନେତୃତ୍ୱ କିଭଳି ପ୍ରତିଷ୍ଠା କରିବାକୁ ହେବ ଭାଜପାର ଦାୟିତ୍ୱ କିଭଳି ବର୍ତ୍ତମାନ ବଢିଯାଇଛି । ଭାଜପା ପ୍ରତି ଲୋକେ କିଭଳି ଆକୃଷ୍ଟ ହେବାରେ ଲାଗିଛନ୍ତି ସେ ସମ୍ପର୍କରେ ବିସ୍ତୁତ ଭାବେ ବୁଝାଇଥିଲେ । ଅନ୍ୟ ପକ୍ଷରେ ଭାଜପାର କୃଷକ ମୋର୍ଚ୍ଚାର ସଂଗଠନ ସ୍ଥିତିକୁ ମଜଭୁତ କରିବା ପାଇଁ ଆଗାମୀ ଦିନରେ ଯୁବ କିଷାନ, ମହିଳା କିଷାନ ଓ ସୋସିଆଲ ମିଡିଆ କିଷାନ ପ୍ରଭୃତିର ପରିସୀମା ବୃଦ୍ଧି କରି କିଭଳି ଦଳିୟ କାର୍ଯ୍ୟ କୌଶଳ ଆଗକୁ ବଢିବ ସେ ଦିଗରେ ସମସ୍ତେ ମିଳିମିଶି କାର୍ଯ୍ୟ କରି ଦଳୀୟ ସଂଗଠନ ସ୍ଥିତି ମଜବୁତ କରିବା ସହ ନରେନ୍ଦ୍ରମୋଦିଙ୍କ ହାତମୁଠାକୁ ଟାଣ କରିବାକୁ ପରାମର୍ଶ ଦିଆଯାଇଥିଲା । ଅନ୍ୟମାନଙ୍କମଧ୍ୟରେ ଜିଲ୍ଲା ସଭାପତି ଜି.ଭେଙ୍କେଟ ରାବଣା ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ସିଦ୍ଧେଶ୍ୱର ମିଶ୍ର, ନରେଶ ମହାନ୍ତି ଏବଂ ସୂର୍ଯ୍ୟନାରାୟଣ ଦାସ ପ୍ରମୁଖ ମଞ୍ଚାସୀନ ରହି ଦଳୀୟ ସଂଗଠନ ସ୍ଥିତି ମଜବୁତ କରିବା ଉପରେ କହିଥିଲେ ।

Leave A Reply

Your email address will not be published.