ଅସ୍ତରଙ୍ଗ/ଦୁଃଶାସନ ନାୟକ: ରାଜ୍ୟର ଏକ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଭାବେ ପ୍ରତିଷ୍ଠା ଲାଭ କରିଥିବା ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧିନ ପିର ଜହାନିଆ ନିକଟ, ବେଳାଭୂମି ସାହିତ୍ୟ ସଂସଦ ର ଏକ ପ୍ରସ୍ତୁତି ବୈଠକ ଶନିବାର ଦିନ ପିର ବେଳାଭୂମି ନିକଟରେ ଅନୁଷ୍ଠିତ ହୋଇ ଯାଇଅଛି । ଏହି ପ୍ରସ୍ତୁତି ବୈଠକ ରେ ସାହିତ୍ୟ ସଂସଦ ର ସଭାପତି ଡକ୍ଟର ଚିତ୍ତରଞ୍ଜନ ବିଶ୍ଵାଳ ସଭାପତିତ୍ବ କରିଥିଲେ । ପ୍ରାରମ୍ଭ ରେ ସାହିତ୍ୟ ସଂସଦ ର ସାଧାରଣ ସମ୍ପାଦକ ତଥା ବରିଷ୍ଟ ସାମ୍ବାଦିକ ଶ୍ରୀ ଦୁଃଶାସନ ନାୟକ ସଂଗଠନ ଉପରେ କିଛି ମନ୍ତବ୍ୟ ଦେବାସହ,୨୦୨୧ମସିହା ଜାନୁଆରି ୧୦ତାରିଖରେ ରାଜ୍ୟର କେତେକ ଶିକ୍ଷିତ ବୁଦ୍ଧିଜୀବୀ ମାନଙ୍କୁ ନେଇ ଗଠନ ହୋଇଥିବା ଏହି ଛୋଟ ଅନୁଷ୍ଠାନଟି ଆଜି ଏହା ମହାଦୃମରେ ପରିଣତ ହେବା ସହ, ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା,ସହିତିକ,ସମାଜସେବୀ,ଗଣମାଧ୍ୟମ ପ୍ରତିନିଧି ,ପ୍ରଭୁତି ଙ୍କୁ ଡକାଇ,ଉପସ୍ଥିତ ଅତିଥି ଙ୍କ ଦ୍ଵାରା ୨୪୦ଜଣଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିବା ପ୍ରକାଶ କରିଥିଲେ ।ସେହିପରି,ଆସନ୍ତା ଏପ୍ରିଲ ୨୮ତାରିଖ ରେ ସଂଗଠନ ପକ୍ଷରୁ ହେବାକୁ ଥିବା ବନ୍ଧୁ ମିଳନ,ସାହିତ୍ୟ ସଭା,ସମ୍ବର୍ଦ୍ଧିତ ପ୍ରତିଭା ଖୁବ୍ ଯାକ କାମକରେ ପିର ବେଳାଭୂମି ସଂଲଗ୍ନ ମୁକ୍ତାକାଶ ରଙ୍ଗମଞ୍ଚ ଠାରେ ଅନୁଷ୍ଠିତ ହେବ ବୋଲି ପ୍ରକାଶ କରିଥିଲେ।ଶ୍ରୀ ଶୋଭ।କର ବେହେରା,କବି ସମ୍ପଦ ରଥ,ହୃଦାନନ୍ଦ ଶାଷମଲ୍,ଆଦି ଆଲୋଚନାରେ ଅଂଶ ଗ୍ରହଣ କରି ନିଜ ନିଜର ମତ ପୋଷଣ କରିଥିଲେ । ବୈଠକ ରେ କର୍ମକର୍ତ୍ତା ଚୟନ ଉପରେ ଆଲୋଚନା କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.
Next Post