୧୮ତାରିଖ ଅପରାହ୍ନ ୧ ଟା ଠାରୁ ରାତି ୧୧.୪୫ ପର୍ଯ୍ୟନ୍ତ କରିହେବ ଆବେଦନ
ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ପରିଚାଳିତ ପୂର୍ଣ୍ଣ ଅନୁଦାନପ୍ରାପ୍ତ ୪୮୮ ବର୍ଗ (୨) ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡିକ ପାଇଁ ୨୩ ଗୋଟି ବିଭିନ୍ନ ବିଷୟରେ ୧୦୬୧ ଗୋଟି ସ୍ନାତକୋତ୍ତର ଶିକ୍ଷକ ପଦବୀ ପୂରଣ ନିମନ୍ତେ ରାଜ୍ୟ ପ୍ରବରଣ ମଣ୍ଡଳୀ (State Selection Board) ମାଧ୍ୟମରେ ଆବେଦନ ପତ୍ର ଗ୍ରହଣ କରାଯାଉଅଛିା ଉକ୍ତ ପଦବୀ ପାଇଁ ଦରମା ହାର ଟ.୪୪,୯୦୦ ରୁ ଟ.୧,୪୨,୪୦୦ ଯାହାକି ଦରମା ପୁନଃ ନିର୍ଦ୍ଧାରଣ ନିୟମ ୨୦୧୭ ର ଦରମା ସାରଣୀ ସ୍ତର ୧୦ ଓ ଶ୍ରେଣୀ ୧ ର ଅନ୍ତର୍ଭୁକ୍ତ ଅଟୋ ଯୋଗ୍ୟ ଓ ଇଛୁକ ପାର୍ଥୀମାନେ ରାଜ୍ୟ ପ୍ରବରଣ ମଣ୍ଡଳୀ (State Selection Board)ର ଉପଲବ୍ଧ ୱେବସାଇଟ www.ssbodisha.ac.in ଲିଙ୍କ ମାଧ୍ୟମରେ ଅନଲାଇନ ରେ ତା ୧୮.୦୩.୨୦୨୪ ଅପରାହ୍ନ ୧ ଟା ଠାରୁ ତା ୧୮.୦୪.୨୦୨୪ ରାତି ୧୧.୪୫ ପର୍ଯ୍ୟନ୍ତ ଆବେଦନ କରି ପାରିବୋ ସବିଶେଷ ବିବରଣୀ ପାଇଁ ଉପରୋକ୍ତ ୱେବସାଇଟ କୁ ପରିଦର୍ଶନ କରିବାକୁ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ଅନୁରୋଧ କରାଯାଉଅଛିା