ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦ୍ୱାରା ବିଶ୍ୱ ଖାଉଟି ଅଧିକାର ଦିବସର ରାଜ୍ୟସ୍ତରୀୟ ଉତ୍ସବ ସ୍ଥାନୀୟ ଜୟଦେବ ଭବନଠାରେ ଆଜି ଅନୁଷ୍ଠିତ ହୋଇଯାଇଛିା ଏହି ଉତ୍ସବରେ ରାଜ୍ୟ ଖାଉଟି ବିବାଦ ପ୍ରତିକାର ଆୟୋଗ, କଟକର ପୂର୍ବତନ ସଭାପତି ଶ୍ରୀ ଜଷ୍ଟିସ ଡି. ପି. ଚୌଧୁରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶ୍ୱ ଖାଉଟି ଅଧିକାର ଦିବସ ପାଳନର ଆଭିମୁଖ୍ୟ ତଥା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ବିଭିନ୍ନ କଲ୍ୟାଣମୂଳକ ଯୋଜନା ସଂପର୍କରେ ସୂଚନା ଦେଇଥିଲୋ
ଉପଭୋକ୍ତା ପରାମର୍ଶଦାତା ଶ୍ରୀ ବେଜୋନ ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଏହି ଦିବସର ଅନୁଚିନ୍ତା “ଉପଭୋକ୍ତାମାନଙ୍କ ପାଇଁ ସ୍ୱଚ୍ଛ ଓ ଦାୟିତ୍ୱସଂପନ୍ନ କୃତି୍ରମ ବୁଦ୍ଧିମତ୍ତାର ଉପଯୋଗ’ ବାବଦରେ ସବିଶେଷ ଆଲୋକପାତ କରିବା ସହିତ ରାଜ୍ୟ ଓ ଜିଲ୍ଲା ଉପଭୋକ୍ତା ଆୟୋଗମାନଙ୍କର ଉନ୍ନତି ନିମନ୍ତେ ସରକାର ବିହିତ ପଦକ୍ଷେପ ଗ୍ରହଣ କରି ଉପଭୋକ୍ତାମାନଙ୍କୁ କିପରି ସଶକ୍ତ କରାଯାଇପାରିବ ସେ ବିଷୟରେ ଆଲୋଚନା କରିଥିଲୋ ଉପଭୋକ୍ତାମାନଙ୍କର ସୁରକ୍ଷା ପାଇଁ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଉଥିବା ବିଭିନ୍ନ ଯୋଜନା ଓ ପରିକଳ୍ପନା ସମ୍ବନ୍ଧରେ ମୁଖ୍ୟ ଅତିଥି ବହୁମୂଲ୍ୟ ଉପାଦେୟ ବକ୍ତବ୍ୟ ଉପସ୍ଥାପନ କରିଥିଲୋ ରାଜ୍ୟରେ କାର୍ଯ୍ୟ କରୁଥିବା ୩୧ ଗୋଟି ଜିଲ୍ଲା ଉପଭୋକ୍ତା ବିବାଦ ପ୍ରତିକାର ମଞ୍ଚ, ରାଜ୍ୟ ଉପଭୋକ୍ତା ପରାମର୍ଶ କେନ୍ଦ୍ର ଓ ରାଜ୍ୟ ଉପଭୋକ୍ତା ସଚେତନତା ପ୍ରତିଷ୍ଠାନ ଜରିଆରେ ଯେଉଁସବୁ ସୁବିଧାସୁଯୋଗ ପ୍ରଦାନ କରାଯାଉଛି, ଉପଭୋକ୍ତାମାନେ ସେସବୁ ସୁବିଧାର ସୁଯୋଗ ନେବା ଉଚିତ ବୋଲି ସେ ପରାମର୍ଶ ଦେଇଥିଲୋ ରାଜ୍ୟ ଉପଭୋକ୍ତା ପରାମର୍ଶ କେନ୍ଦ୍ର ଓ ଜିଲ୍ଲା ଉପଭୋକ୍ତା ପରାମର୍ଶ କେନ୍ଦ୍ର (ଖାଉଟି ବିବାଦ ପ୍ରତିକାର ମଞ୍ଚ ପରିସରରେ) ସହ ଯୋଗାଯୋଗ କରି ଏଭଳି ସୁବିଧା ନେବାକୁ ସେ ଅନୁରୋଧ କରିଥିଲୋ
ଖାଉଟି ବ୍ୟାପାର ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀ ସନ୍ତୋଷ କୁମାର ନାୟକ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲୋ ଶେଷରେ ବିଭାଗର ଅର୍ଥ ପରାମର୍ଶଦାତା ତଥା ଅତିରିକ୍ତ ସଚିବ ଡ. ଗୁଣନିଧି ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲୋ
Sign in
Sign in
Recover your password.
A password will be e-mailed to you.