(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଙ୍କ ଉଦ୍ୟମ କ୍ରମେ ନିଶ୍ଚିନ୍ତକୋଇଲି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ରହିଥିବା ଅସୁରେଶ୍ଵର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରେ ନୂତନ ଗୃହ ନିର୍ମାଣ ହେବାକୁ ଯାଉଛି l ଏହି ସ୍ୱାସ୍ଥ୍ୟ କେନ୍ଦ୍ରର ଵିକାଶ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ପାଖାପାଖି ୧କୋଟି ଟଙ୍କା ବ୍ୟାୟ ବରାଦ କରାଯାଇ ଏହାର ନୁତନ ଗୃହ ନିର୍ମାଣ ନିମନ୍ତେ ଶୁଭ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଯାହାକି ଦୀର୍ଘ ଦିନର ଅଞ୍ଚଳବାସୀଙ୍କ ଦାବୀ ଆଜି ବିଧାୟକ ପ୍ରତାପ ଜେନାଙ୍କ ଉଦ୍ୟମ କ୍ରମେ ସଫଳ ହେବାକୁ ଯାଉଛି ବୋଲି ସଧାରଣରେ କୁହାଯାଉଛି l ବିଧାୟକ ପ୍ରତାପ ଜେନା ଙ୍କ ନିର୍ଦେଶ କ୍ରମେ ବ୍ଲକ ବିଜେଡ଼ି ସଭାପତି ରମାକାନ୍ତ ମହାନ୍ତି ଏହି ଭିତ୍ତି ପ୍ରସ୍ତର ସ୍ଥାପନର ଶୁଭ ଶିଳାନ୍ୟାସ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ରୋଜି ସେଠୀ, ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ଜିଲ୍ଲା ପରିଷଦ ସଭ୍ୟା ଜସ୍ମିତା ସେଠୀ,ଅସୁରେଶ୍ୱର ସରପଞ୍ଚ ଗୌତମୀ ଦାସ,ପୂର୍ବତନ ଅଧ୍ୟକ୍ଷ ଗିରିଶ ରଞ୍ଜନ ମହାପାତ୍ର,ବରିଷ୍ଟ ବିଜେଡି ନେତା ମନୋଜ କୁମାର ବେହେରା, ଯୁବନେତା ମନୋଜ ସେଠୀ,ସମାଜସେବା ନିତ୍ୟାନନ୍ଦ ସେଠୀ, ଅନନ୍ତ ଦାସ, ହରେକୃଷ୍ଣ ସେଠୀ, ବ୍ଲକ ବିଜେଡି ସଧାରଣ ସମ୍ପାଦକ ବସନ୍ତ କୁମାର ସାହୁ,ଡକ୍ଟର ରାଜଶ୍ରୀ ପ୍ରଧାନ ପ୍ରମୁଖଙ୍କ ସମେତ ବିଜୁ ଜନତା ଦଳର ବହୁ ବରିଷ୍ଠ ନାଗରିକ, ଯୁବ, ଛାତ୍ର,ମହିଳା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post
Next Post