(ଶାସକ ପ୍ରଶାସକ/ ଖଲ୍ଲିକୋଟରୁ ଶିବରାମ ଜେନା) ; ରାତ୍ରି ଜାଗୁଆଳୀଙ୍କ ଅସାବଧାନତା କାରଣରୁ ଏକ ଭିନ୍ନକ୍ଷମ ଛାତ୍ରାବାସରୁ ଖସି ପଳାଇ ଆସିଥିବା ଦୁଇ ଭିନ୍ନକ୍ଷମ ଛାତ୍ରଙ୍କୁ ଖଲିକୋଟ ପୋଲିସ ସଂପୃକ୍ତ ଛାତ୍ରାବାସ କର୍ତ୍ତୃପକ୍ଷକୁ ହସ୍ତାନ୍ତର କରିଛନ୍ତି |
ଖବର ନେବାରୁ ଜଣାପଡିଛି ଯେ ସ୍ଥାନୀୟ କୋଦଳା ଠାରେ ଖୋଲାଯାଇଛି, “ଆବାସିକ ଵାଳଵିକାଶ ମାନସିକ ଭିନ୍ନକ୍ଷମ ବିଦ୍ୟାଳୟ” | ବିଭିନ୍ନ ସ୍ଥାନରୁ ପାଠପଢିବାକୁ ମାନସିକ ଅନଗ୍ରସର ଛାତ୍ର ମାନେ ଏଠାରେ ରହି ପାଠ ପଢ଼ୁଛନ୍ତି। କିନ୍ତୁ ଗତ ୧୧/୩/୨୪ ତାରିଖରେ ଭିନ୍ନକ୍ଷମ ନାବାଳକ ଦ୍ବୟଙ୍କୁ ଖଲ୍ଲିକୋଟ ର ସ୍ଥାନୀୟ ବଜରଙ୍ଗଦଳ କର୍ମୀମାନେ ନିର୍ମଳ ଝର ସ୍ଥିତ ମନ୍ଦିର ନିକଟରେ ଦେଖିବାକୁ ପାଇଥିଲେ। ସେମାନଙ୍କୁ ଖାଇବାକୁ ଖାଦ୍ୟ ଦେଇଥିଲେ। ଏସଂକ୍ରାନ୍ତରେ ଖଲ୍ଲିକୋଟ ଥାନା ଅଧିକାରୀଙ୍କୁ ଜଣାଇଥିଲେ। ଖଲ୍ଲିକୋଟ ଥାନା ଅଧିକାରୀ ଶ୍ରୀ ନରେଶ କୁମାର ସାହୁଙ୍କ ନିର୍ଦ୍ଦେଶ କ୍ରମେ ସହକାରୀ ସଵ୍ଇନିସ୍ପେକଟର ଶ୍ରୀ ପୂର୍ଣ୍ଣଚନ୍ଦ୍ର କିଶାନ ତଦନ୍ତ କରି ସତ୍ୟାସତ୍ୟ ଅନୁସନ୍ଧାନ କରିଥିଲେ | “ଆବାସିକ ଵାଳଵିକାଶ ମାନସିକ ଭିନ୍ନକ୍ଷମ ବିଦ୍ୟାଳୟ”ରୁ ଖସି ପକାଇ ଆସିଥିବା ଦୁଇ ପିଲାଙ୍କ ମଧ୍ୟରୁ ଜଣେ ପିଲା ଗଜପତି ଜିଲ୍ଲାର ମୋହନା ଥାନା ଅନ୍ତର୍ଗତ ଶ୍ରୀ ଖଲିଫ୍ ପାଇକ ପିତା ଶୁଭେନ୍ ପାଇକ ଓ ଅନ୍ୟ ଜଣଙ୍କର ଗଞ୍ଜାମ ଜିଲ୍ଲା ର କୋଦଳା ବେଗୁନିଆ ପଡ଼ା ର ଶ୍ରୀ ତୋଫାନ ଦୋରା ମାତା ଲକ୍ଷ୍ମୀଦୋରା ବୋଲି ଜଣାପଡିଛି। ଭିନ୍ନକ୍ଷମ ଛାତ୍ର ଦ୍ବୟଙ୍କୁ ପୋଲିସ ବିଭାଗ ଆବାସିକ ଵାଳଵିକାଶ ମାନସିକ ଭିନ୍ନକ୍ଷମ ବିଦ୍ୟାଳୟ କର୍ତ୍ତୃପକ୍ଷ ଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି।
Sign in
Sign in
Recover your password.
A password will be e-mailed to you.